‘ଆଉ ଗୋଟିଏ ଡିଆଁ’: ରାଜ୍ୟ ବିଜେପିକୁ ଅମିତ ଶାହ ଟାସ୍କ୍‌ ଦେଇଗଲେ, ପୁଣି ଆସି ଟେଷ୍ଟ୍‌ ନେବେ

ଶାହଙ୍କ ଉକ୍ତି – ‘‘ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପାଇଁ କେବଳ ଦରକାର ଆଉ ଗୋଟିଏ ଡିଆଁ’’ – ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଦେଇଛି ଢେର୍ ଉତ୍ସାହ । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ତ ଲାଗୁଛି ଯେ ଓଡ଼ିଶାରେ ବିଜେପି ଶାସନକୁ ଆସିବାରେ ଆଉ ବେଶୀ ଡେରି ନାହିଁ । ହେଲେ ବିଜେଡି ଓ କଂଗ୍ରେସ ଏସବୁକୁ ଆଦୌ ଗୁରୁତ୍ୱ ଦେଉନାହାନ୍ତି ।

‘ଆଉ ଗୋଟିଏ ଡିଆଁ’: ରାଜ୍ୟ ବିଜେପିକୁ ଅମିତ ଶାହ ଟାସ୍କ୍‌ ଦେଇଗଲେ, ପୁଣି ଆସି ଟେଷ୍ଟ୍‌ ନେବେ
ଶାହଙ୍କ ଉକ୍ତି – ‘‘ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପାଇଁ କେବଳ ଦରକାର ଆଉ ଗୋଟିଏ ଡିଆଁ’’ – ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଦେଇଛି ଢେର୍ ଉତ୍ସାହ । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ତ ଲାଗୁଛି ଯେ ଓଡ଼ିଶାରେ ବିଜେପି ଶାସନକୁ ଆସିବାରେ ଆଉ ବେଶୀ ଡେରି ନାହିଁ । ହେଲେ ବିଜେଡି ଓ କଂଗ୍ରେସ ଏସବୁକୁ ଆଦୌ ଗୁରୁତ୍ୱ ଦେଉନାହାନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ବର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ଗୃହ ମନ୍ତ୍ରୀ ଓ ବିଜେପିର ମୁଖ୍ଯ ରଣନୀତିକାର ଅମିତ୍‌ ଶାହ ଦିଲ୍ଲୀ ପରେ ରାଜ୍ୟର ଦଳୀୟ କର୍ମୀଙ୍କୁ କେତେକ କାମ (ଟାସ୍କ) ଦେଇଥିବା ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି । ଜନତା ମୈଦାନରେ ସିଏଏ ସପକ୍ଷରେ ସମାବେଶକୁ ସମ୍ବୋଧନ ପରେ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ରାଜ୍ୟର ପ୍ରାୟ ୩୦୦ ଛାମୁଆଁ ବିଜେପି ନେତାଙ୍କୁ ଦୁଇ ଘଣ୍ଟା ଧରି ଗୁରୁମନ୍ତ୍ର ଦେଇଥିଲେ ଶାହ ।

ଶାହଙ୍କ ଉକ୍ତି – ‘‘ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପାଇଁ କେବଳ ଦରକାର ଆଉ ଗୋଟିଏ ଡିଆଁ’’ – ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଦେଇଛି ଢେର୍‌ ଉତ୍ସାହ । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ତ ଲାଗୁଛି ଯେ ଓଡ଼ିଶାରେ ବିଜେପି ଶାସନକୁ ଆସିବାରେ ହୁଏତ ଆଉ ବେଶୀ ଡେରି ନାହିଁ । ଶାହ ଦେଇଥିବା ଟାସ୍କକୁ ନେଇ ଦଳରେ ସମସ୍ତେ ଉତ୍ସାହିତ ।

‘‘ଓଡ଼ିଶାରେ ତୃଣମୂଳସ୍ତରରେ ବିଜେପିକୁ ସଶକ୍ତ କରିବା ସହ ୩୭,୦୦୦ ବୁଥରେ ଦଳକୁ ମଜବୁତ କରିବା ପାଇଁ ଶାହ ଆମ ସେମାନଙ୍କୁ ଦେଇଛନ୍ତି ଟାସ୍କ । ତାଙ୍କ ଟାସ୍କକୁ ପୂରା କରିବାରେ ଦଳର ସବୁ ନେତା ଓ କର୍ମୀ କାମରେ ଲାଗିଯିବା ଦରକାର, ଯାହା ଦ୍ବାରା ରାଜ୍ୟରେ ବିଜେପି ଆହୁରି ସଶକ୍ତ ହେବ । ଶାହ ଦେଇଥିବା ଟାସ୍କର ଟେଷ୍ଟ୍‌ ମଧ୍ୟ ସେ ନେବେ ବୋଲି କହିଯାଇଛନ୍ତି,’’ କହିଛନ୍ତି ରାଜ୍ୟ ବିଜେପିର ମୁଖ୍ୟ ମୁଖପାତ୍ର ଗୋଲକ ମହାପାତ୍ର ।

ବିଜେପି ନେତାମାନଙ୍କ ସହ ବୈଠକରେ ଅମିତ ଶାହ ରାଜ୍ୟରେ ସ୍ଥିତିକୁ ନେଇ କିଛି ପ୍ରଶ୍ନ କରିଥିଲେ । ଦଳୀୟ ସୂତ୍ରରୁ ପ୍ରକାଶ ଯେ ଏହି ବୈଠକରେ ଶାହ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପାଇଁ ‘‘କେବଳ ଦରକାର ଆଉ ଗୋଟିଏ ଡିଁଆ’’ ବୋଲି କହିଥିଲେ ।ଗତ ସାଧାରଣ ନିର୍ବାଚନରେ ବିଜେପିକୁ ରାଜ୍ୟରେ ୯୧ ଲକ୍ଷ ଓ ଶାସକ ବିଜେଡିକୁ ୧.୧ କୋଟି ଭୋଟ୍ ମିଳିଥିଲା । ତେଣୁ ଚେଷ୍ଟା କଲେ ଆଉ ଗୋଟିଏ ଲମ୍ଫରେ ବିଜେପି ଶୀର୍ଷକୁ ଯାଇପାରିବ ବୋଲି ସେ କହିଥିଲେ । ଅର୍ଥାତ ରାଜ୍ୟରେ ବିଜେପି ସରକାର ଗଢିବା ପାଇଁ ନିରନ୍ତର ପ୍ରୟାସ ଦରକାର ବୋଲି କହିଛନ୍ତି ଶାହ ।

ରୁଦ୍ଧଦ୍ୱାର ବୈଠକରେ ଅମିତ ଶାହଙ୍କ ସହ ବିଜେପିର ତୁଙ୍ଗ ନେତା ଓ କାର୍ଯ୍ୟକର୍ତ୍ତା


‘‘ଓଡ଼ିଶାବାସୀ ବିଜେପିକୁ ୩୮.୪% ଭୋଟ ଦେଇଛନ୍ତି । ତେଣୁ ରାଜ୍ୟରେ ତୃଣମୂଳସ୍ତରରେ ବିଜେପିକୁ ସଶକ୍ତ କରିବା ପାଇଁ ଦଳର ୩୭,୦୦୦ ବୁଥରେ ଦଳକୁ ମଜବୁତ କରିବା ଦରକାର । ସବୁ ନେତା ଓ କର୍ମୀଙ୍କୁ କାମରେ ଲାଗିଯିବା ପାଇଁ କହିଥିଲେ ମାନନୀୟ ଶାହ,’’ କହିଛନ୍ତି ଗୋଲକ ମହାପାତ୍ର ।

ଏହି ରୁଦ୍ଧଦ୍ବାର ବୈଠକ ପ୍ରାୟ ଦୁଇ ଘଣ୍ଟା ଧରି ଚ଼ାଲିଥିଲା । ବୈଠକ ଶେଷରେ ଶାହ ପଚ଼ାରିଥିଲେ ସେ ଦେଇଥିବା ଟାସ୍କ ସମ୍ଭବ କି ନୁହେଁ, ଆଉ ଏକ ସ୍ୱରରେ ଉତ୍ତର ଆସିଥିଲା ଯେ ତାହା ସମ୍ଭବ । ଦଳର ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହରେ ପରିପୂର୍ଣ୍ଣ କରିଥିଲେ ଶାହ ।

‘‘ଦଳୀୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ ଶାହ । ସମସ୍ତଙ୍କ ପ୍ରଶ୍ନ ଶୁଣିବା ସହିତ ନିଜେ ମଧ୍ୟ ପ୍ରଶ୍ନ ପଚ଼ାରିଥିଲେ । ତେଣୁ ଆମେ ସମସ୍ତେ ଏହି ବୈଠକର ନିର୍ଯ୍ୟାସକୁ ନେଇ ଉତ୍ସାହିତ,’’ କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି: ‘‘ପୂର୍ବ ଥରର ଟାସ୍କମାନଙ୍କ ପରି ଏଥର ମଧ୍ୟ ରାଜ୍ୟରେ ଦଳର ପ୍ରଦର୍ଶନ ପାଇଁ ଟାସ୍କ ଦେଇଛନ୍ତି ଶାହ । ଆମେ ସେସବୁର ଅନୁପାଳନ କରିବୁ । ରାଜ୍ୟରେ ୨୦୨୪ରେ ବିଜେପି କ୍ଷମତାକୁ ଆସିବ’’ ।

ହେଲେ ଶାହଙ୍କ ଆଗମନ ଓ ବିଜେପିର ନେତା-କାର୍ଯ୍ୟକର୍ତ୍ତାଙ୍କ ସହ ରୁଦ୍ଧଦ୍ୱାର ବୈଠକକୁ ବିରୋଧୀମାନେ ଆଦୌ ମହତ୍ୱ ଦେଉନାହାନ୍ତି । ସେମାନଙ୍କ ଯୁକ୍ତି ଯେ ଶାହ ତାଙ୍କ ଦଳର କାର୍ଯ୍ୟକର୍ତ୍ତାଙ୍କୁ କଣ ଟାକ୍ସ ଦେଲେ ତାହା ତାଙ୍କ ଦଳୀୟ ବ୍ୟାପାର, ଆଉ ତା’ର ସେମିତି କିଛି ଗୁରୁତ୍ୱ ବା ପ୍ରଭାବ ନାହିଁ ।

‘‘ଗୋଟିଏ ଡିଆଁରେ ଦଳ ଉପରକୁ ଯିବା ବଦଳରେ ତଳକୁ ଯାଇପାରେ । ଅତୀତରୁ ଏ ଯାଏଁ ଏହାର ଅନେକ ନଜିର୍‌ ରହିଛି । ତେଣୁ ଏହି ଟାସ୍କ ଓ ଟେଷ୍ଟର ସେମିତି କିଛି ଗୁରୁତ୍ବ ନାହିଁ,’’ କହିଛନ୍ତି ବରିଷ୍ଠ ବିଜେଡି ନେତା ଶଶୀଭୂଷଣ ବେହେରା ।

ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ କହିଛନ୍ତି: ‘‘ଏ ଟାସ୍କ ଓ ଟେଷ୍ଟ ସବୁ ବିଜେପିର ହତାଶ ପ୍ରତୀକ । ନିକଟରେ ଏକାଧିକ ରାଜ୍ୟରେ ବିଜେପି ନିଜର ଶାସନ ଓ ପ୍ରଭାବ ହରେଇଛି । ତେଣୁ ଏ ଟାକ୍ସ ଓ ମନ୍ତ୍ରର କିଛି ମାନେ ନାହିଁ ।’’

ଗତ ସାଧାରଣ ନିର୍ବାଚନ ସମୟରେ ଅମିତ୍‌ ଶାହ ଓଡ଼ିଶାର ବିଜେପି ନେତା ଓ ର୍କମୀଙ୍କୁ ‘‘ମିଶନ୍‌ ୧୨୦+’’ର ଟାସ୍କ ଦେଇଥିଲେ । ହେଲେ ତାହା ନିର୍ବାଚନର ଫଳରେ ପ୍ରତିଫଳିତ ହୋଇ ନ ଥିଲା ।
First published: March 1, 2020, 2:06 PM IST