କୋରାପୁଟରୁ ଚେରମୂଳି ଔଷଧର ଜ୍ଞାନ ନେବ ଆମେରିକା

ମାତ୍ର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା କୋରାପୁଟର ଆଦିବାସୀ ଯୁବକଙ୍କୁ ନେଇ ଚର୍ଚ୍ଚା । ଚେରମୂଳି ଉପରେ ଖୁବ୍ ଜ୍ଞାନ ରହିଥିବାରୁ ଆମେରିକାରୁ ଆସିଛି ଅଫର୍ ।

କୋରାପୁଟରୁ ଚେରମୂଳି ଔଷଧର ଜ୍ଞାନ ନେବ ଆମେରିକା

କୋରାପୁଟରୁ ଚେରମୂଳି ଔଷଧର ଜ୍ଞାନ ନେବ ଆମେରିକା

  • News18 Odia
  • Last Updated :
  • Koraput, India
  • Share this:
News 18 Odia Digital

କୋରାପୁଟ: ଆମେରିକାରେ (America) ଚେରମୂଳି ଔଷଧର ଜ୍ଞାନ ଦେବେ ଆଦିବାସୀ ବୈଦ୍ୟ ହରି ପାଙ୍ଗି । ଏଥିପାଇଁ ଆମେରିକାରୁ ସ୍ବତନ୍ତ୍ର ନିମନ୍ତ୍ରଣ (invitation) ଆସିଥିବାବେଳେ, ଇଣ୍ଟରନ୍ୟାସନାଲ ଭିଜିଟର୍ସ ଲିଡରସିପ (international visitors leadership )  କାର୍ଯ୍ୟକ୍ରମକୁ ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଆମେରିକା ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ହରି ଓଡ଼ିଶାରୁ ପ୍ରତିନିଧିତ୍ଵ କରିବେ।

କୋରାପୁଟ (koraput) ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଲିଗୁଡ଼ା ଗାଁର ଚେରମୂଳି ଚିକିତ୍ସିକ ହରି ପାଙ୍ଗି । ଜଣେ ଚେରମୂଳି ଚିକିତ୍ସକ ଭାବେ ଆଖପାଖ ଅଞ୍ଚଳରେ ବେଶ ପରିଚିତ । ବଣ ଜଙ୍ଗଲରୁ ଚେରମୂଳ ଆଣି ବିଭିନ୍ନ ରୋଗର ଚିକିତ୍ସା କରନ୍ତି ହରି । ଖାଲି ଚିକିତ୍ସା କରନ୍ତନି ଏହାଦ୍ବାରା ଅନେକ ରୋଗୀ ସୁଫଳ ମଧ୍ୟ ପାଇଛନ୍ତି । ଆଉ ହରିଙ୍କ ଚେରମୂଳି ଔଷଧ ଜ୍ଞାନ ଏବେ ଦେବେ ଆମେରିକାରେ । ମାର୍ଚ୍ଚ ୮ ତାରିଖରେ ଆମେରିକା ରେ ଆୟୋଜିତ ହେଉଥିବା ଇଣ୍ଟରନେସନାଲ ଡିଭିଟର୍ଶ ଲିଡରଶିପ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ହରି ପାଙ୍ଗି । ଯେଉଁଥିରେ ପରିବେଶ ପରିବର୍ତ୍ତନ ଓ ଏହାର ନିରାକରଣ ଉପରେ ଦିଗ ଦର୍ଶନ ଦେବେ। ଆମେରିକା ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ରେ ହରି ଓଡ଼ିଶାରୁ ପ୍ରତିନିଧିତ୍ଵ କରିବେ। ମାର୍ଚ୍ଚ ୩୧ ତାରିଖରେ କାର୍ଯ୍ୟକ୍ରମ ସମ୍ପନ୍ନ ହେବା ପରେ ଏପ୍ରିଲ ୩ରେ ହରି ସ୍ଵଦେଶ ଫେରିବେ।

ମାତ୍ର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ହରି ପାଙ୍ଗି । ହେଲେ ଚେରମୂଳିର ଔଷଧୀୟ ଗୁଣ ଏବଂ ଏହାର ବ୍ୟବହାର ସମ୍ପର୍କରେ ରହିଛି ଗଭୀର ଜ୍ଞାନ । ବାପା ରୂପା ପାଙ୍ଗୀଙ୍କ ସହ ଜଙ୍ଗଲରୁ ଯାଇ ଚେରମୂଳି ଚିହ୍ନଟ ସହ ଔଷଧ ପ୍ରସ୍ତୁତି ଶିକ୍ଷା ନେଇ ଉତ୍ତରାଧିକାରୀ ଭାବେ ଏହି ପାରମ୍ପରିକ ଚିକିତ୍ସାକୁ ଆଗେଇ ନେଉଛନ୍ତି । ଜଙ୍ଗଲରୁ ସଂଗ୍ରହ କରିଥିବା ଚେରମୂଳିରୁ ୪୫୦ ପ୍ରକାର ଦେଶୀ ଔଷଧ ତିଆରି କରିସାରିଲେଣି । ହୃଦରୋଗ, ରକ୍ତ ଚାପ, ସିକିଲସେଲ, ସ୍ନାୟୁ, କିଡନୀ ସମସ୍ୟା ଭଳି ୧୦୫ ପ୍ରକାର ରୋଗ ନିମନ୍ତେ ମାଗଣା ଔଷଧ ଯୋଗାଇ ଦେଇଛନ୍ତି । ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଡଲି ଆମ୍ବ ଠାରେ ଗୁପ୍ତେଶ୍ବର ଚେରମୂଳି ଔଷଧ ଏବଂ ପାରମ୍ପରିକ ବିଜ୍ଞାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରି ଅଧିକ ପରୀକ୍ଷା ନିରୀକ୍ଷା ଜାରୀ ରଖିଛନ୍ତି।

ପଢ଼ନ୍ତୁ ଏହି ଖବର - http://ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ପ୍ରକୃତି ହିଁ ଆମର ଜୀବନ ଦେଇଛି। ତେଣୁ ପ୍ରକୃତି ହିଁ ଆମ ଶରୀର ଭୋଗୁଥିବା ରୋଗର ଉପଚାର ଦେଇଛି ବୋଲି ହରି କୁହନ୍ତି। ରୋଗୀ ସୁସ୍ଥ ହେବା ତାଙ୍କ ଜୀବନର ମୂଳମନ୍ତ୍ର ହୋଇଥିବାରୁ ରୋଗୀଙ୍କ ଠାରୁ କୌଣସି ପ୍ରକାର ଦେୟ ଆଶା କରନ୍ତି ନାହିଁ। ପୂର୍ବରୁ ଗୁଜରାଟର ଗାନ୍ଧିନଗରରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଓ ଆୟୁଷ ମନ୍ତ୍ରାଳୟ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇଥିଲେ ହରି ପାଙ୍ଗି । ସେଠାରେ ସେ ପାରମ୍ପରିକ ଚିକିତ୍ସା ସମ୍ପର୍କରେ ନିଜ ଅନୁଭୂତି କହିଥିଲେ । ଏହାପରେ ଆମେରିକା ଯିବା ପାଇଁ ତାଙ୍କୁ ସୁଯୋଗ ମିଳିଛି। ଆମେରିକା ଯିବା ପାଇଁ ଭିସା ମଧ୍ୟ ମିଳି ସରିଛି।
Published by:Soubhagya Mishra
First published: