ରିଲାଏନ୍ସ ଜିଓରେ ୫,୬୫୫ କୋଟି ଟଙ୍କାର ନିବେଶ କଲା ଆମେରିକାର ସିଲଭର୍ ଲେକ୍

ଫେସବୁକ୍ ୫.୭ ବିଲିୟନ ଡଲାରରେ ଜିଓରେ ୯.୯୯ ପ୍ରତିଶତ ଅଂଶଧନ କିଣିବାର ଦୁଇ ସପ୍ତାହ ପରେ ଏହି ନୂଆ ଚୁକ୍ତି ହୋଇଛି । ୨୦୧୪ରେ ଫେସବୁକ୍ ୨୨ ବିଲିୟନ୍ ଡଲାରରେ ହ୍ୱାଟସ୍ ଆପକୁ କିଣିବା ପରେ ଫେସବୁକ୍-ଜିଓ ଡିଲ୍ ଏହି ବୈଶ୍ୱିକ ସୋସିଆଲ୍ ମିଡିଆ ନେଟୱାର୍କର ସବୁଠାରୁ ବଡ ଚୁକ୍ତି ଥିଲା ।

ରିଲାଏନ୍ସ ଜିଓରେ ୫,୬୫୫ କୋଟି ଟଙ୍କାର ନିବେଶ କଲା ଆମେରିକାର ସିଲଭର୍ ଲେକ୍
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଆମେରିକାର ବୃହତ ଘରୋଇ ଇକ୍ୱିଟି କମ୍ପାନୀ ସିଲଭର ଲେକ୍ ପାର୍ଟନର୍ସ (SLP) ଜିଓ ପ୍ଲାଟଫର୍ମର ଏକ ପ୍ରତିଶତ ଅଂଶଧନ ୭୫୦ ମିଲିୟନ୍‌ ଡଲାର (୫,୬୫୫ କୋଟି ଟଙ୍କା) ମୂଲ୍ୟରେ କିଣିଛି । ଏହି ଚୁକ୍ତି ଦ୍ୱାରା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL)ର ଟେକନୋଲୋଜି ଓ ଡିଜିଟାଲ୍ ଶାଖାର ମୂଲ୍ୟାଙ୍କନ ୬୫ ବିଲିୟନ ଡଲାର ହୋଇଛି ।

ଫେସବୁକ୍‌ ୫.୭ ବିଲିୟନ ଡଲାର (୪୩,୫୭୪ କୋଟିରେ ଟଙ୍କା)ରେ ଜିଓରେ ୯.୯୯ ପ୍ରତିଶତ ଅଂଶଧନ କିଣିବାର ଦୁଇ ସପ୍ତାହ ପରେ ଏହି ନୂଆ ଚୁକ୍ତି ହୋଇଛି । ୨୦୧୪ରେ ଫେସବୁକ୍‌ ୨୨ ବିଲିୟନ୍‌ ଡଲାରରେ ହ୍ୱାଟସ୍ ଆପକୁ କିଣିବା ପରେ ଫେସବୁକ୍-ଜିଓ ଡିଲ୍ ଏହି ବୈଶ୍ୱିକ ସୋସିଆଲ୍ ମିଡିଆ ନେଟୱାର୍କର ସବୁଠାରୁ ବଡ ଚୁକ୍ତି ଥିଲା ।

ଭାରତରେ SLP ଦ୍ୱାରା ଏହା ହେଉଛି ପ୍ରଥମ ବୃହତ ପୁଞ୍ଜି ବିନିଯୋଗ ଓ ଏପରିକି ଏହି କୋଭିଡ୍-୧୯ ଦୁନିଆରେ ଓ ତା’ପରେ ମଧ୍ୟ ଏହା ଜିଓର ବୈଷୟିକ ଦକ୍ଷତା ଏବଂ ବ୍ୟବସାୟ ମଡେଲର ସମ୍ଭାବନାକୁ ପୁନଃ ପ୍ରମାଣିତ କରୁଛି ।



ଏହି ଚୁକ୍ତି ସମ୍ପର୍କରେ ସୂଚନା ଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି, ‘‘ସମସ୍ତ ଭାରତୀୟଙ୍କ ସୁବିଧା ପାଇଁ ଭାରତୀୟ ଡିଜିଟାଲ ଇକୋସିଷ୍ଟମକୁ ବୃଦ୍ଧି କରିବା ଓ ରୂପାନ୍ତରିତ କରିବାରେ ସିଲଭର ଲେକକୁ ଏକ ମୂଲ୍ୟବାନ ଅଂଶୀଦାର ଭାବରେ ସ୍ୱାଗତ କରି ମୁଁ ଆନନ୍ଦିତ । ବିଶ୍ୱ ସ୍ତରରେ ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀଗୁଡିକର ଅଂଶୀଦାର ରୂପେ ସିଲଭର ଲେକର ଏକ ଉଲ୍ଲେଖନୀୟ ରେକର୍ଡ ରହିଛି । ସିଲଭର ଲେକ୍‌ ହେଉଛି ଟେକ୍ନୋଲୋଜି ଏବଂ ଅର୍ଥ କ୍ଷେତ୍ରରେ ଅନ୍ୟତମ ସମ୍ମାନିତ ସ୍ୱର । ଭାରତୀୟ ଡିଜିଟାଲ୍ ସୋସାଇଟିର ପରିବର୍ତ୍ତନ ପାଇଁ ଆମେ ସେମାନଙ୍କ ବୈଶ୍ୱିକ ଟେକ୍ନୋଲୋଜି ସମ୍ପର୍କରୁ ଜ୍ଞାନ ଆହରଣ କରିବାକୁ ଉତ୍ସାହିତ ।’’

୨୦୧୩ରେ ମାଇକେଲ ଡେଲଙ୍କ ସମେତ କମ୍ପ୍ୟୁଟର୍‌ ନିର୍ମାତା ଡେଲ କମ୍ପାନୀକୁ ହାସଲ କରିବା ପରେ ସିଲଭର ଲେକ୍ ପ୍ରସିଦ୍ଧି ଲାଭ କରିଥିଲା । ଏହା ଟେକ୍ନୋଲୋଜି ବିନିଯୋଗରେ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ କମ୍ପାନୀ । ଏହା ଅଧୀନରେ ୪୩ ବିଲିୟନ ଡଲାରରୁ ଅଧିକ ମିଳିତ ସମ୍ପତ୍ତି ଏବଂ ପ୍ରାୟ ୧୦୦ ଜଣ ପୁଞ୍ଜି ବିନିଯୋଗ ଓ ଅପରେଟିଂ ପ୍ରଫେସନାଲଙ୍କ ଏକ ଟିମ୍ ସିଲିକନ୍ ଭ୍ୟାଲି, ନ୍ୟୁୟର୍କ, ହଂକଂ ଓ ଲଣ୍ଡନରେ ଅଛି ।



ଏପ୍ରିଲ୍ ୩୦ରେ ରିଲାଏନ୍ସ କହିଥିଲା ଯେ ଫେସବୁକ୍ ପୁଞ୍ଜି ବିନିଯୋଗ ବ୍ୟତୀତ କମ୍ପାନୀର ବୋର୍ଡ଼କୁ ସୂଚନା ଦିଆଯାଇଛି ଯେ ଅନ୍ୟ ରଣନୈତିକ ତଥା ଆର୍ଥିକ ନିବେଶକ କମ୍ପାନୀର ବ୍ୟବସାୟରେ ଆଗ୍ରହ ଦେଖାଇଛନ୍ତି ଓ ଆସନ୍ତା ମାସରେ ସମାନ ଆକାରର ପୁଞ୍ଜି ବିନିଯୋଗ ଘୋଷଣା କରିପାରେ ।

ଏପ୍ରିଲ୍ ୨୨ରେ ଫେସବୁକ୍ ଜିଓ ପ୍ଲାଟଫର୍ମର ୯.୯ ପ୍ରତିଶତ ଅଂଶଧନ ୪୩,୫୭୪ କୋଟିରେ ଟଙ୍କାରେ କିଣିଥିଲା । ସେହି ଚୁକ୍ତିରେ ଜିଓର ମୂଲ୍ୟ ୪.୬୨ ଲକ୍ଷ କୋଟି (୬୫.୯୫ ବିଲିୟନ ଡ଼ଲାର) ହୋଇଥିଲା ।

ତିନି ବର୍ଷ ପୂର୍ବେ ଏହାର ଶୁଭାରମ୍ଭ ହେବା ପର ଠାରୁ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ଜିଓ ଦୃତ ବେଗରେ ବୃଦ୍ଧି ପାଇ ଏବେ ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ହୋଇପାରିଛି । ଏହା ମୋବାଇଲ୍ ଇଣ୍ଟରନେଟ୍ ମୂଲ୍ୟ କମ୍‌ କରି ଓ ବିଭିନ୍ନ ପ୍ରକାରର ଉତ୍ପାଦ ଓ ଚାଟ୍ ସେବା, ଚଳଚ୍ଚିତ୍ର, ଖେଳ ଏବଂ ସଙ୍ଗୀତ ସମେତ ଏକ ନୂତନ ଉଦ୍ଭାବନ ମାଧ୍ୟମରେ ପ୍ରାୟ ୩୪ କୋଟି ଗ୍ରାହକ ସଂଗ୍ରହ କରିଛି ।

ଡିସକ୍ଲେମର୍‌: ନ୍ୟୁଜ୍‌୧୮ ଓଡ଼ିଆ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧୀନରେ ଥିବା କମ୍ପାନୀ ନେଟୱାର୍କ୧୮ ମିଡିଆ ଆଣ୍ଡ୍‌ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ ।
First published: May 4, 2020, 12:12 PM IST
corona virus btn
corona virus btn
Loading