ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପଞ୍ଚାୟତ ନିର୍ବାଚନ: ସଂରକ୍ଷଣ ନେଇ ବିଧାନସଭାରେ ଆସିବ ସଂଶୋଧନ; ୫୦ ପ୍ରତିଶତ ସଂରକ୍ଷଣ ରହିବ

ପଞ୍ଚାୟତ ନିର୍ବାଚନ: ସଂରକ୍ଷଣ ନେଇ ବିଧାନସଭାରେ ଆସିବ ସଂଶୋଧନ; ୫୦ ପ୍ରତିଶତ ସଂରକ୍ଷଣ ରହିବ

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ବିଧାନସଭାରେ ଆସିବ ସଂଶୋଧନ। ଏନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା।

ପଞ୍ଚାୟତ ନିର୍ବାଚନ: ସଂରକ୍ଷଣ ନେଇ ବିଧାନସଭାରେ ଆସିବ ସଂଶୋଧନ; ୫୦ ପ୍ରତିଶତ ସଂରକ୍ଷଣ ରହିବ
ସଂରକ୍ଷଣକୁ ନେଇ ବିଧାନସଭାରେ ଆସିବ ସଂଶୋଧନ। (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 26, 2021, 7:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ବିଧାନସଭାରେ ଆସିବ ସଂଶୋଧନ। ଏନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା।

“ଏଥର ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ରହିବାର ବ୍ୟବସ୍ଥା ରହିଛି। ପଞ୍ଚାୟତ ରାଜ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି। ଓବିସି ସଂରକ୍ଷଣ ନେଇ ବିଜେଡି କେନ୍ଦ୍ର ନିକଟରେ ଦାବି କରିଥିଲା । କିନ୍ତୁ ସଂସଦରେ କୌଣସି ପଦକ୍ଷେପ ନିଆଯାଉନି। କେନ୍ଦ୍ର ବ୍ୟବସ୍ଥା ନକଲେ ମଧ୍ୟ ଦଳୀୟ ଭିତ୍ତିରେ ୨୭ ପ୍ରତିଶତ ସଂରକ୍ଷଣ ନେଇ ବିଜେଡ଼ି ନିର୍ବାଚନ ଲଢ଼ିବ,” କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଏଥିପାଇଁ ଯାହା ବ୍ୟବସ୍ଥା ଦରକାର ତାହା ବିଧାନସଭାରେ କରାଯିବ । ଏଥର ନିର୍ବାଚନରେ ପଞ୍ଚାୟତ ପୁନର୍ଗଠନ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ।

ବିଧାନସଭାରେ ସଂଶୋଧନ ଆସିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ବିଜେପି ନେତା ଭୄଗୁ ବକ୍ସିପାତ୍ର କହିଛନ୍ତି "ସରକାର ସ୍ପଷ୍ଟ ରାଜନୈତିକ ଉଦ୍ଦେଶ୍ଯ ରଖି ସବୁ କାମ କରୁଛନ୍ତି । ଅର୍ବାନ ନିର୍ବାଚନ ଆଗ ହେବା କଥା । କିନ୍ତୁ ଏ ଭିତରେ ୩ବର୍ଷ ବିଳମ୍ବ ହେଲାଣି। ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ୫୦ ପ୍ରତିଶତ କରିବା, ବିଧାନସଭାରେ ସଂଶୋଧନ ଆଣିବା ପାଇଁ ନୂଆ ଆଇନ ଆଣିବା ଦ୍ୱାରା ସ୍ପଷ୍ଟ ଜଣାପଡୁଛି ରାଜ୍ୟ ସରକାରୀ ଦଳ ଆଇନ ସହ ପୁରା ବ୍ୟବସ୍ଥାକୁ ପଞ୍ଚାୟତ ଓ ପୌର ସଂସ୍ଥାଗୁଡ଼ିକ ଭଣ୍ଡୁର କରିବା ପାଇଁ ସମସ୍ତ ଅପଚେଷ୍ଟା କରିଥିଲେ"।

ଗତ ୧୮ ତାରିଖରେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଡ୍ରାଫ୍ଟ ନୋଟିଫିକେସନ ପ୍ରକାଶ ପାଇଥିଲା। ଏହି ଡ୍ରାଫ୍ଟ ନୋଟିଫିକେସନ ଅନୁଯାୟୀ ଖୁବ ଶୀଘ୍ର ରାଜ୍ୟ ସରକାର ଓଡିଶା ଗ୍ରାମ ପଞ୍ଚାୟତ ରୁଲ 2021 ଆଣିବାକୁ ଯାଉଛନ୍ତି । ଭୋଟ ଗ୍ରହଣ ପରେ ପ୍ରାର୍ଥୀ ଓ ପୋଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ଵାଲାଟ ବକ୍ସକୁ ପ୍ରିଜାଇଡିଙ୍ଗ ଅଫିସର ସିଲ କରିବେ । ଏହା ସହ ଭୋଟ ଗ୍ରହଣ ଦିନ ହିଁ ପୋଲିଂ ଅଫିସର ଇଲେକ୍ସନ ଅଫିସରଙ୍କ ନିକଟକୁ ବାଲଟ ବକ୍ସ ପଠାଇବେ। ଯେଉଁ ସ୍ଥାନରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ବ୍ୟବଧାନ ସମାନ ଥିବ ସେଠାରେ ଲଟେରି ପକାଯିବାର ବ୍ଯବସ୍ଥା ରହିଛି।

ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା କହିଛନ୍ତି "ସରକାରଙ୍କ ପାଖରେ ଅନ୍ୟ ରାସ୍ତା ନାହିଁ। ସୁପ୍ରିମକୋର୍ଟରେ ଯେଉଁ ଆଇନ ରଦ୍ଦ ହୋଇଛି ଓଡ଼ିଶା କ୍ଷେତ୍ରରେ ସ୍ବତନ୍ତ୍ର ଭାବେ ତାହା ପ୍ରଯୁଜ୍ୟ ବୋଲି ପ୍ରମାଣ କରିବେ। ଯେଉଁ ବିଭ୍ରାନ୍ତି କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଯାଉଛି ଯେ ସୁପ୍ରିମକୋର୍ଟ କହିଛନ୍ତି ୫୦ ପ୍ରତିଶତ ଭିତରେ ସଂରକ୍ଷଣ ରହିବ ତାହା ଆଦୌ ଠିକ ନୁହେଁ। କାରଣ ୧୯୯୨ ମହିହାରେ ଇନ୍ଦ୍ରାଣୀ ସାଇନ କେସରେ ସୁପ୍ରିମକୋର୍ଟ କହିଛନ୍ତି ବିଶେଷ ପରିସ୍ଥିତିରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ସମ୍ଭବ। ଜାତୀୟ ସ୍ତରୀୟ ଜାତି ଓ ଜନଜାତି ସଂଖ୍ୟା ହେଉଛି ୨୨.୫। ଏହା ବଢ଼ି ଏବେ ୨୫.୨ ପ୍ରତିଶତ ରହିଛି। ଆମ ରାଜ୍ୟରେ ଏହା ୪୦ ପ୍ରତିଶତ ରହିଛି। ଏହି ଯୁକ୍ତି ପ୍ରମାଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଓବିସି ପ୍ରତି ଆନ୍ତରିକତା ନାହିଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର"।
Published by: Soumya Das
First published: August 26, 2021, 7:32 PM IST