ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବଲାନ୍ସ; ଟ୍ରାକ୍ଟରରେ ରୋଗୀକୁ ଆଣିଲେ ପରିବାର ଲୋକେ

ଗାଁକୁ ରାସ୍ତା ନଥିବାରୁ ଟ୍ରାକ୍ଟରରେ ବୁହା ହେଲେ ରୋଗୀ । ସମ୍ବଲପୁର ମାନେଶ୍ୱର ବ୍ଳକ ରାସିଖାଇରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଗାଁକୁ ରାସ୍ତା ନଥିବାରୁ ଟ୍ରାକ୍ଟରରେ ବୁହା ହେଲେ ରୋଗୀ । ସମ୍ବଲପୁର ମାନେଶ୍ୱର ବ୍ଳକ ରାସିଖାଇରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଗାଁକୁ ରାସ୍ତା ନଥିବାରୁ ଟ୍ରାକ୍ଟରରେ ବୁହା ହେଲେ ରୋଗୀ । ସମ୍ବଲପୁର ମାନେଶ୍ୱର ବ୍ଳକ ରାସିଖାଇରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

  • Share this:
News 18 Odia Digital

ସମ୍ୱଲପୁର; ଗାଁକୁ ରାସ୍ତା ନଥିବାରୁ ଟ୍ରାକ୍ଟରରେ ବୁହା ହେଲେ ରୋଗୀ । ସମ୍ବଲପୁର ମାନେଶ୍ୱର ବ୍ଳକ ରାସିଖାଇରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସିଖାଇ ଗ୍ରାମକୁ ଯିବା ପାଇଁ ଏ ପର୍ଯ୍ୟନ୍ତ ସବୁଦିନିଆ ରାସ୍ତାଟିଏ ହୋଇପାରି ନାହିଁ । ଏଥିପାଇଁ ସେଠାକାର ବାସିନ୍ଦାଙ୍କୁ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଗ୍ରାମରେ କାହାର ଦେହ ଖରାପ ହେଲେ ଡାକ୍ତରଖାନାକୁ ନେବା ପାଇଁ ବହୁତ ଅସୁବିଧା ହୋଇଥାଏ । ବର୍ଷା ଦିନେ ରାସ୍ତା କଥା ନ କହିବା ଭଲ । ଚାଲିକି ଯିବା ପାଇଁ ମଧ୍ୟ ବହୁତ କଷ୍ଟକର । ରୋଗୀଙ୍କୁ ହସ୍ପିଟାଲ ନେବା ପାଇଁ ପାଖାପାଖି ଏକ କିମି ପର୍ଯ୍ୟନ୍ତ ବୋହିବାକୁ ପଡିଥାଏ ।

ରାସିଖାଇ ଗ୍ରାମର ନିରବତୀ ବେହେରାଙ୍କ ଦେହ ହଠାତ୍ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ପରିବାର ଲୋକେ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ଗ୍ରାମଠାରୁ ଏକ କିମି ପର୍ଯ୍ୟନ୍ତ ରାସ୍ତା ଠିକ ନ ଥିବାରୁ କାଦୁଅରେ ଆମ୍ବୁଲାନ୍ସ ଗ୍ରାମ ନିକଟକୁ ଆସି ପାରିଲା ନାହିଁ । ଏଣୁ ପରିବାର ଲୋକେ ଏକ ଟ୍ରାକ୍ଟର ଯୋଗାଡ କରି ସେଥିରେ ଅସୁସ୍ଥ ନିରବତୀ ବେହେରଙ୍କୁ ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ । ଏହା ପରେ ଆମ୍ବୁଲାନ୍ସ ତାଙ୍କୁ ସମ୍ବଲପୁର ସଦର ହସ୍ପିଟାଲକୁ ଆଣିବା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ।

‘‘ ରାତିରୁ ନିରବତୀଙ୍କ ଦେହ ଖରାଫ ହେବା ଆରମ୍ଭ କଲା । ସକାଳ ହେବାରୁ ଆମ୍ବୁଲାନ୍ସକୁ ଫୋନ କରି ଡାକିଲୁ । ରାସ୍ତା ଖରାଫ ଥିବାରୁ ଆମ୍ବୁଲାନ୍ସ ପାଖକୁ ଆସି ନପାରି ଦୂରରେ ରହିଲା । ବାଧ୍ୟ ହୋଇ ଟ୍ରାକ୍ଟରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଲୁ ବୋଲି ନିରବତୀ ସମ୍ପର୍କୀୟ ପ୍ରଶାନ୍ତ ବେହେରା କହିଛନ୍ତି । ‘‘ ଗାଁକୁ ଯାଇଥିବା ରାସ୍ତାର ଅବସ୍ଥା ବହୁତ ଖରାପ ଥିବାରୁ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ତେଣୁ ଗାଁକୁ ଶୀଘ୍ର ଏକ ପକ୍କା ରାସ୍ତା ନିର୍ମାଣ ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
Published by:Soubhagya Mishra
First published: