ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Amazon Prime Day Sale 2021: ମୋବାଇଲ୍, TV ଓ AC ଆଦି ଉପରେ ମିଳୁଛି ବଡ଼ ରିହାତି

Amazon Prime Day Sale 2021: ମୋବାଇଲ୍, TV ଓ AC ଆଦି ଉପରେ ମିଳୁଛି ବଡ଼ ରିହାତି

Amazon Prime Day Sale 2021 starts | ଆମାଜନ୍ ସୋମବାର ଠାରୁ ନିଜ ପ୍ଲାଟଫର୍ମରେ ପ୍ରାଇମ୍ ଡେ ସେଲ୍ ଆରମ୍ଭ କରୁଛି । ଏହି ଦୁଇ ଦିନିଆ ବିକ୍ରି ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ପ୍ରାଇମ୍ ମେମ୍ବରମାନଙ୍କ ପାଇଁ ସ୍ୱତନ୍ତ୍ର ରିହାତି ଓ ଅଫର୍ ମିଳୁଛି ।

Amazon Prime Day Sale 2021: ମୋବାଇଲ୍, TV ଓ AC ଆଦି ଉପରେ ମିଳୁଛି ବଡ଼ ରିହାତି
ଆମାଜନ୍ ପ୍ରାଇମ୍ ଡେ ସେଲ୍ ଆରମ୍ଭ କରୁଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଯଦି ଆପଣ ଆମାଜନର ଜଣେ ପ୍ରାଇମ୍‌ ମେମ୍ବର୍‌ (Prime Members), ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି ।ବାସ୍ତବରେ ବଡ଼ ଇ-କମର୍ସ କମ୍ପାନୀ ଆମାଜନ୍‌ (Amazon) ସୋମବାର ଦିନ ନିଜ ପ୍ଲାଟଫର୍ମରେ ପ୍ରାଇମ୍‌ ଡେ ବିକ୍ରୟ (Amazon Prime Day Sale 2021) ଆରମ୍ଭ କରୁଛି ।

ଏହି ଦୁଇ ଦିନିଆ ବିକ୍ରି ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।ଏହି ବିକ୍ରୟ ସମୟରେ ପ୍ରାଇମ୍‌ ମେମ୍ବରମାନଙ୍କ ପାଇଁ ବିଭିନ୍ନ ବର୍ଗରେ ସ୍ୱତନ୍ତ୍ର ରିହାତି ଓ ସ୍ୱତନ୍ତ୍ର ଅଫର ଦିଆଯାଉଛି ।ଏହି ସେଲ୍ ମୋବାଇଲ୍ ଫୋନ୍, ଲାପଟପ୍, ଟିଭି ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଓ ଆକ୍ସେସୋରିଜ୍ ଉପରେ ସୁନ୍ଦର ଡିଲ୍ସ ଆଣିଛି ।

ଏହା ବି ପଢ଼ନ୍ତୁ | ଗ୍ୟାଙ୍ଗଷ୍ଟର୍ହାଇଦର୍ ପୋଷ୍ଟମର୍ଟମ୍‌: ଦେହରୁ ବାହାରିଲା ୪ଟି ଗୁଳିପିଞ୍ଜରାରୁ ୨ଟି ଜଙ୍ଘରୁ ୨ଟି

ଯଦି ଆପଣ ପ୍ରାଇମ ଡେ ବିକ୍ରୟର ଲାଭ ଉଠାଇବାକୁ ଚାହୁଁଛନ୍ତି, ହେଲେ ଆପଣ ଯଦି ଏ ପର୍ଯ୍ୟନ୍ତ ଜଣେ ପ୍ରାଇମ୍‌ ମେମ୍ବର୍‌ ନୁହଁନ୍ତି, ତାହେଲେ ଆପଣ ମାସକୁ ୧୨୯ ଟଙ୍କା କିମ୍ବା ବର୍ଷକୁ ୯୯୯ ଟଙ୍କା ଦେଇ ପ୍ରାଇମ୍‌ ମେମ୍ବରଶିପ୍‌ ପାଇପାରିବେ ।ତିନି ମାସର ସବସ୍କ୍ରିପସନ୍ ଆପଣଙ୍କୁ ମାତ୍ର ୩୨୯ ଟଙ୍କାରେ ମିଳିବ ।

ଏହା ବି ପଢ଼ନ୍ତୁ | ACF ସୌମ୍ୟଙ୍କ ମୃତ୍ୟୁ ତଦନ୍ତ: ଏବେ ପତ୍ନୀ ବିଦ୍ୟାଭାରତୀଙ୍କ ଉପରେ କେନ୍ଦ୍ରିତ ହେଲା ସର୍ବାଧିକ ସନ୍ଦେହ

HDFC ବ୍ୟାଙ୍କ କାର୍ଡ଼ରେ ୧୦% ତତକ୍ଷଣାତ୍ ରିହାତି ମିଳୁଛି

ଆମାଜନ ଇଣ୍ଡିଆ (Amazon India) ଏହି ବିକ୍ରୟ ସମୟରେ HDFC ବ୍ୟାଙ୍କର ଡେବିଟ୍ କାର୍ଡ଼, କ୍ରେଡିଟ୍ କାର୍ଡ଼ ଓ କ୍ରେଡିଟ୍ କାର୍ଡ EMI ଉପରେ ୧୦ ପ୍ରତିଶତ ତତକ୍ଷଣାତ୍ ରିହାତି ଦେଉଛି ।ଏହା ବ୍ୟତୀତ ଆପଣ ନୋ-କଷ୍ଟ EMIରେ ବି ବିଭିନ୍ନ ସାମଗ୍ରୀ କିଣିପାରିବେ ।

ଏହା ବି ପଢ଼ନ୍ତୁ | ହାଇଦର୍‌ର ଏନ୍‌କାଉଣ୍ଟର୍ ମୃତ୍ୟୁ: ପୋଲିସ୍‌ର ‘‘ନିୟନ୍ତ୍ରିତ ଫାୟାରିଂ’’ ଦାବି ଉପରେ ଉଠିଲା ଅନେକ ପ୍ରଶ୍ନ

ଏଥି ସହିତ, ବିକ୍ରୟ ସମୟରେ ପ୍ରାଇମ୍‌ ମେମ୍ବରମାନେ ଆମାଜନ୍‌ ପେ’ ଆଇସିଆଇସିଆଇ ବ୍ୟାଙ୍କ୍‌ କ୍ରେଡିଟ୍‌ କାର୍ଡ଼ (Amazon Pay ICICI Bank Credit Card) ମାଧ୍ୟମରେ ସପିଙ୍ଗ୍‌ ପାଇଁ ଅସୀମିତ ୫ ପ୍ରତିଶତ ପୁରସ୍କାର ପଏଣ୍ଟ୍‌ (reward points) ପାଇବେ ।ବିଶେଷ କଥା ହେଉଛି ଯେ ଏହି କ୍ରେଡିଟ କାର୍ଡ଼ରେ ଏହି ଅଫର ସର୍ବଦା ଉପଲବ୍ଧ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଇଏ ଜଣେ ମା’; ନାମ ଭାଗ୍ୟଲକ୍ଷ୍ମୀ; ନିଜ ଦୁଇ କୁନି ପୁଅଝିଅଙ୍କୁ କୂଅରେ ପକେଇ ମାରିଦେଲେ

ସ୍ମାର୍ଟଫୋନ୍‌ ଉପରେ ୪୦ ପ୍ରତିଶତ ରିହାତି

ଏହି ବିକ୍ରୟ ସମୟରେ ଆପଣ ସାମସଙ୍ଗ୍‌, ୱାନପ୍ଲସ୍‌, ରେଡମି ଓ MI ସ୍ମାର୍ଟଫୋନ୍ ଏବଂ ଆଇଫୋନ୍ ଉପରେ ବମ୍ପର୍‌ ରିହାତି ଓ ଅଫର ପାଇବେ ।ଆପଣଙ୍କ ନିଜ ପସନ୍ଦର ଫୋନ୍‌ ଉପରେ ୪୦% ପର୍ଯ୍ୟନ୍ତ ରିହାତି ବି ପାଇବେ । ଏହି ବିକ୍ରିରେ ଆପଣ ସାମସଙ୍ଗ୍‌ ଗାଲାକ୍ସି M31s, ସାମସଙ୍ଗ ଗାଲାକ୍ସି M42G, Mi 11X 5G, ରେଡମି ନୋଟ୍ 10, OnePlus 9 Pro, OnePlus Nord CE 5G, Redmi Note 10S, iPhone 11, OnePlus 9R ଭଳି ସ୍ମାର୍ଟଫୋନରେ ବଡ଼ ରିହାତି ପାଇବେ ।

ଏହା ବି ପଢ଼ନ୍ତୁ | ଓଡ଼ିଶାକୁ ପୁଣି ଘାରିଲା ମାଓବାଦୀ ଚିନ୍ତା; ସ୍ବାଭିମାନ ଅଞ୍ଚଳ ଛାଡ଼ି ସୀମାନ୍ତରେ ସକ୍ରିୟ ହେଉଛି ଲାଲ ବାହିନୀ

ଘରୋଇ ଉପକରଣ ପାଇଁ ସର୍ବୋତ୍ତମ ଡିଲ୍
ପ୍ରାଇମ୍ ଡେ ବିକ୍ରୟ ସମୟରେ ଘରୋଇ ଉପକରଣ (home appliance) ବର୍ଗରେ ଖୁବ୍‌ ରିହାତି ମିଳୁଛି ।କମ୍ପାନୀ ଏସି ଉପରେ ବଡ଼ ରିହାତି ଦେଉଛି । ଏସିର ପ୍ରାରମ୍ଭିକ ମୂଲ୍ୟ ୧୬,୯୯୯ ଟଙ୍କା ରଖାଯାଇଛି । ୧ ଟନ୍ ଏସିର ଦାମ୍‌ ୧୬,୯୯୯ ଟଙ୍କାରୁ ଆରମ୍ଭ ହେଉଛି, ୧.୫ ଟନ୍ ଏସି ୨୫,୯୯୦ ଟଙ୍କାରୁ ଆରମ୍ଭ ହେଉଛି । ଏଥି ସହିତ ୨ ଟନ୍ ଏସି ଉପରେ ୩୦ ପ୍ରତିଶତ ରିହାତି ଦିଆଯାଉଛି ।



ରେଡମି ୫୦ ଇଞ୍ଚ୍‌ 4K ଅଲଟ୍ରା HD ଆଣ୍ଡ୍ରଏଡ୍ ସ୍ମାର୍ଟ ଏଲ୍‌.ଇ.ଡି. ଟିଭି X50 (Redmi 50 inch 4K Ultra HD Android Smart LED TV X50) ମଡେଲକୁ ରିହାତି ସହ ବିକ୍ରି କରାଯାଉଛି । ଏହି ଟିଭିର ରେଜୋଲ୍ୟୁସନ ହେଉଛି 3840 x 2160 ପିକ୍ସେଲ ଓ ସତେଜ ହାର ହେଉଛି 60 Hz ।ସୋନି ବ୍ରାଭିଆ ୫୫ ଇଞ୍ଚ 4K ଅଲଟ୍ରା HD ଆଣ୍ଡ୍ରଏଡ୍ ଏଲ୍‌.ଇ.ଡି. ଟିଭି (Sony Bravia 55 inch 4K Ultra HD Android LED TV) ମଧ୍ୟ ରିହାତି ସହିତ ବିକ୍ରି କରାଯାଉଛି ।
Published by: Anand ST Das
First published: July 25, 2021, 11:59 PM IST