ମୁଁ କଣ ଆତଙ୍କବାଦୀ... ମୋ ୫ ବର୍ଷର ଛୁଆର ଲୁହ ପଡିବ; ଲେଡି ବ୍ଲାକମେଲର ଅର୍ଚ୍ଚନା

ଖୁବ୍ କମ ସମୟ ମଧ୍ୟରେ ଅର୍ଚ୍ଚନା ଅନେକ କିଛି ଗଣମାଧ୍ୟମ ସାମ୍ନାରେ କହିଦେଲେ । ତେବେ ଆଉ କିଛି କହିବା ଆଗରୁ ସୁରକ୍ଷାକର୍ମୀମାନେ ଅର୍ଚ୍ଚନାଙ୍କ ଠାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୂରାଇଦେଲେ ।

ମୁଁ କଣ ଆତଙ୍କବାଦୀ... ମୋ ୫ ବର୍ଷର ଛୁଆର ଲୁହ ପଡିବ; ଲେଡି ବ୍ଲାକମେଲର ଅର୍ଚ୍ଚନା

ମୁଁ କଣ ଆତଙ୍କବାଦୀ... ମୋ ୫ ବର୍ଷର ଛୁଆର ଲୁହ ପଡିବ; ଲେଡି ବ୍ଲାକମେଲର ଅର୍ଚ୍ଚନା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଗତକାଲି କୋର୍ଟରେ ହାଜର ହେବା ପରେ ଆଜିଠୁ ଇଡି ରିମାଣ୍ଡରେ ନେଇଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ । ରିମାଣ୍ଡକୁ ଯିବା ପୂର୍ବରୁ ସ୍ୱାସ୍ଥ୍ୟ ପରିକ୍ଷା ପାଇଁ କ୍ୟାପିଲାଟ ହସପିଟାଲ ନିଆଯାଇଥିଲା । ଗଣମାଧ୍ୟମ ପ୍ରତିନିଧିମାନେ ଅର୍ଚ୍ଚନାଙ୍କ ପ୍ରତିକ୍ରିୟା ଆଣିବାକୁ ପ୍ରଶ୍ନ କରିଥିଲେ। ଗଣମାଧ୍ୟମର ଉତ୍ତରରେ ବଡ଼ ପାଟିରେ ଉତ୍ତର ରଖିଥିଲେ ଅର୍ଚ୍ଚନା । କହିଲେ ମତେ ମାତ୍ର ୩୦ ମିନିଟ ସମୟ ଦିଆଯାଉ । ମୁଁ ଏକଦମ ଏକ୍ସକ୍ଲୁସିଭ୍ ତଥ୍ୟ ପ୍ରଦାନ କରିବି । ମତେ ଫସାଇ ଦିଆଯାଇଛି । ମୁଁ କାହାକୁ ଛାଡିବିନି । ଅର୍ଚ୍ଚନାଙ୍କ ପ୍ରତିକ୍ରିୟାରେ ସାରା ଓଡ଼ିଶା ପରିବର୍ତ୍ତନ ହୋଇଯିବ ବୋଲି କହିଥିଲେ ଅର୍ଚ୍ଚନା ।

କେବଳ ସେତିକି ନୁହେଁ, କେବଳ ଇଡି କାହିଁକି ଯେତେ ବଡ଼ ତଦନ୍ତକାରୀ ସଂସ୍ଥା ଆସିଲେ ବି ମୁଁ ସମସ୍ତ ପ୍ରକାରର ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ରାଜି ଅଛି ବୋଲି କହିଛନ୍ତି ଅର୍ଚ୍ଚନା ନାଗ । ଏଥିସହ ସେ ଏକଥା ମଧ୍ୟ କହିଛନ୍ତି ଯେ, ମୁଁ କଣ ଆତଙ୍କବାଦୀ ପରି ଦେଖାଯାଉଛି ନା କଣ । ମତେ ଗିରଫ କରିବା ପୂର୍ବରୁ କାହିଁକି ପ୍ରେସମିଟ୍ କରାଗଲାନାହିଁ ।  କାହିଁକି ମୋର ମୁହଁ ଓ ଆଖିକୁ ବନ୍ଦ କରାଗଲା ବୋଲି ଅର୍ଚ୍ଚନା ପ୍ରଶ୍ନ କରିଛନ୍ତି । ମୋ ୫ ବର୍ଷର ଛୋଟ ଛୁଆର ଆଖିର ଲୁହ ପଡିବ ବୋଲି କହିଛନ୍ତି ଅର୍ଚ୍ଚନା । ଗତ କାଲି ପରି ଆଜି ମଧ୍ୟ ଶ୍ରଦ୍ଧାଞ୍ଜଳୀ ପ୍ରସଂଗ କଥା ଉଠାଇ ସେ କୁଆଡେ ଗଲା ବୋଲି ପ୍ରଶ୍ନ ପଚାରିଥିଲେ ଅର୍ଚ୍ଚନା ।

ଅକ୍ଷୟ ପରିଜାଙ୍କ ଏତଲା ପରଠୁ ଶ୍ରଦ୍ଧାଞ୍ଜଳୀଙ୍କ ଫୋନ କଲ୍ ତଥ୍ୟ ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି ଅର୍ଚ୍ଚନା । ମୋ ପାଥରେ ସବୁ ପ୍ରମାଣ ରହିଛି । ଆଜି ନହେଲେ ବି କାଲି ମୁଁ ସବୁ ପ୍ରମାଣ ଆପଣଙ୍କୁ ଦେବି । ସବୁ ସତ ପଦାକୁ ଆସିବ । ମୁଁ ଆପଣଙ୍କ ଘରର ସଦସ୍ୟ ତଥା ମାଆ ଭଉଣୀ ପରି । ବିନା ପ୍ରମାଣରେ ମତେ ବଦନାମ ଏବଂ କଳଙ୍କିତ କରନ୍ତୁ ନାହିଁ । ସମୟ ସବୁ ସତକୁ ସାମ୍ନାକୁ ଆଣିବ ।

ତେବେ ଆଜିଠୁ ୭ଦିନ ଧରି ଲଗାତାର ଭାବରେ ଇଡି ଅର୍ଚ୍ଚନାଙ୍କୁ ଅନେକ ପ୍ରଶ୍ନ ପଚାରିବ । ଅର୍ଚ୍ଚନାଙ୍କଠାରୁ ଯେଉଁ ତଥ୍ୟ ମିଳିବ ସେଥିରେ ଯେଉଁମାନେ ଏ କଳା ସାମ୍ରାଜ୍ୟରେ ଲିପ୍ତ ସେମାନଙ୍କର ନାମ ଖୁବଶିଘ୍ର ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି । ତେବେ ଅର୍ଚ୍ଚନାଙ୍କ ଆଜିର ପ୍ରତିକ୍ରିୟା ପରେ ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି । କିଏ ସେହି ବଡ଼ବଡ଼ିଆ ? କିଏ ଅର୍ଚ୍ଚନାଙ୍କୁ ଫସାଇବାକୁ ଉଦ୍ୟମ କରିଛି ? ପଣସ ଖାଇ କିଏ ଅର୍ଚ୍ଚନାଙ୍କ ମୁଣ୍ଡରେ ଅଠା ବୋଳିଛି ?

ଖୁବ୍ କମ ସମୟ ମଧ୍ୟରେ ଅର୍ଚ୍ଚନା ଅନେକ କିଛି ଗଣମାଧ୍ୟମ ସାମ୍ନାରେ କହିଦେଲେ । ତେବେ ଆଉ କିଛି କହିବା ଆଗରୁ ସୁରକ୍ଷାକର୍ମୀମାନେ ଅର୍ଚ୍ଚନାଙ୍କ ଠାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୂରାଇଦେଲେ ।
Published by:Soubhagya Mishra
First published: