ଭୁବନେଶ୍ୱର: ୫ ବର୍ଷୀୟ ବାଳକର ହତ୍ୟାର ୨୧ ଦିନ ପରେ ଗିରଫ ହେଲା ସନ୍ଦିଗ୍ଧ ହତ୍ୟାକାରୀଣୀ

ତନୁଶ୍ରୀ ଜଣେ ସ୍କିଜୋଫ୍ରିନିଆ ରୋଗୀ ବୋଲି ଯଦି କୋର୍ଟରେ ପ୍ରମାଣିତ ହୋଇଯାଏ ତେବେ ସେ ନିର୍ଦୋଷରେ ଖଲାସ ହେବାର ସମ୍ଭାବନା ରହିଛି l ମୃତ ବାଳକର ବାପା କହିଛନ୍ତି ଯେ ତନୁଶ୍ରୀ କେବଳ ବାହାନା କରି ହସ୍ପିଟାଲରେ ଆଡମିଟ ହୋଇଥିଲେ l

ଭୁବନେଶ୍ୱର: ୫ ବର୍ଷୀୟ ବାଳକର ହତ୍ୟାର ୨୧ ଦିନ ପରେ ଗିରଫ ହେଲା ସନ୍ଦିଗ୍ଧ ହତ୍ୟାକାରୀଣୀ
ମୃତ ବାଳକ ସାଇରାମ; (ଡାହାଣ) ଅଭିଯୁକ୍ତ ପଡ଼ୋଶୀ ତନୁଶ୍ରୀ ପରମାଣିକଙ୍କ ସହ ତାଙ୍କ ଝିଅ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସନ୍ଦିଗ୍ଧ ହତ୍ୟାର ୨୧ ଦିନ ପରେ ଗିରଫ ହେଲା ହତ୍ୟାକାରୀଣୀ l ଭୁବନେଶ୍ଵର ରାଜୀବନଗରରେ ପାଞ୍ଚ ବର୍ଷର ଶିଶୁ ସାଇରାମ ପାତ୍ର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପଡ଼େlଶୀ ମହିଳା ତନୁଶ୍ରୀ ପରମାଣିକକୁ ଆଜି ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ l ତନୁଶ୍ରୀ ଗିରଫ ହେବା ପରେ ଏହି ସନ୍ଦିଗ୍ଧ ହତ୍ୟାକାଣ୍ଡକୁ ନେଇ ଲାଗି ରହିଥିବା ସସପେନ୍ସରୁ ପରଦା ଉଠିବ ବୋଲି ଆଶା କରାଯାଉଛି l

ଜୁନ ୩ରୁ ହତ୍ୟାକାରୀ ତନୁଶ୍ରୀଙ୍କର ଏମ୍ସରେ ଚାଲିଥିଲା ଚିକିତ୍ସା l ଡାକ୍ତରୀ ରିପୋର୍ଟରୁ ଜଣାପଡିଥିଲା ଯେ ସେ ସ୍କ୍ରିଜୋଫ୍ରିନିଆ ରୋଗରେ ଆକ୍ରାନ୍ତ ଥିଲେ l ତନୁଶ୍ରୀଙ୍କ ବିରୋଧରେ ପୋଲିସ୍‌ ସମସ୍ତ ତଥ୍ୟ ଓ ପ୍ରମାଣ ସଂଗ୍ରହ କରିସାରିଛି ବୋଲି କହୁଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ହାତ ବାନ୍ଧି ବସିଥିଲା ବୋଲି ମୃତ ବାଳକର ପରିବାର ବର୍ଗ ଅଭିଯୋଗ କରିଛନ୍ତି l

ବୁଧବାର ତନୁଶ୍ରୀ ସୁସ୍ଥ ହେବା ପରେ ଗୁରୁବାର ସକାଳେ ତାଙ୍କୁ ଏମ୍ସରୁ ଡିସଚାର୍ଜ କରାଯାଇଥିଲା l ଡିସଚାର୍ଜ ହେବା ପରେ ପୋଲିସ  ତୁରନ୍ତ ତାଙ୍କୁ ହସ୍ପିଟାଲରୁ ଗିରଫ କରି ଭୁବନେଶ୍ଵର କୋର୍ଟରେ ହାଜର କରିଥିଲା l ତାଙ୍କ ବିରୋଧରେ ପୋଲିସ ଆଇପିସି ଧାରା ୩୦୨ରେ ଏକ ହତ୍ୟା ମାମଲା ରୁଜୁ କରିଛି  l

ସାଇରାମର ମୃତ୍ୟୁ ପରେ ତା’ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି ।


ତନୁଶ୍ରୀ ଗିରଫ ହେବା ପରେ ତାଙ୍କୁ ହତ୍ୟାକାରୀ ବୋଲି କୋର୍ଟରେ ପ୍ରମାଣିତ କରିବା ଏବେ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି ବରିଷ୍ଠ ଓକିଲ ସିଦ୍ଧାର୍ଥ ଦାସ l ‘‘ଏହି ହତ୍ୟାକାଣ୍ଡର ଜଣେ ହିଁ ପ୍ରତ୍ୟେକ୍ଷଦର୍ଶୀ l ସେ ହେଲା ତନୁଶ୍ରୀଙ୍କର ପାଞ୍ଚ ବର୍ଷର ଝିଅ l ପୋଲିସ ଆଗରେ ଝିଅ ବୟାନ ଦେଇ ସାରିଥିବା ବେଳେ କୋର୍ଟରେ ମଧ୍ୟ ମା’ ହତ୍ୟା କରି:ି ବୋଲି ଝିଅଟି ତା’ ବୟାନରେ କହିଛି l କିନ୍ତୁ ଝିଅ ବଡ଼ ହେବା ପରେ ଏବେ ଯାହା ବୟାନ ଦେଇଛି ସେତେବେଳେ ତାହା କୋର୍ଟରେ କହିବ କି ପାଶୋରି ଯିବ ତାହା ପୋଲିସ ପାଇଁ ବଡ଼ ଚାଲେଞ୍ଜ ହେବ,’’ ସେ କହିଛନ୍ତି  l

ତନୁଶ୍ରୀ ଜଣେ ସ୍କିଜୋଫ୍ରିନିଆ ରୋଗୀ ବୋଲି ଯଦି କୋର୍ଟରେ ପ୍ରମାଣିତ ହୋଇଯାଏ ତେବେ ସେ ନିର୍ଦୋଷରେ ଖଲାସ ହେବାର ମଧ୍ୟ ସମ୍ଭାବନା ରହିଛି  l ତେବେ ପାରିପାର୍ଶ୍ଵିକ ସ୍ଥିତି ଏବଂ ସାକ୍ଷୀ ପ୍ରମାଣକୁ ଦେଖି କୋର୍ଟ ରାୟ ଦେବେ ବୋଲି କହିଛନ୍ତି ଦାସ୍‌ ।

ତନୁଶ୍ରୀ ଗିରଫ ହେବା ପରେ ସାଇରାମ ବାପା ସମୀର କୁମାର ପାତ୍ର କହିଛନ୍ତି, ‘‘କୌଣସି କାରଣ ନ ଥାଇ ତନୁଶ୍ରୀ ବାହାନା କରି ହସ୍ପିଟାଲରେ ଆଡମିଟ ହୋଇଥିଲା l ଗିରଫ ନ ହେବା ପାଇଁ ଏକ ବାହାନା କରୁଥିଲା l ତାକୁ ଉଚିତ ଦଣ୍ଡ ମିଳୁ ।’’

ଜୁନ ୩ ତାରିଖରେ ପଡୋଶୀ ଘରକୁ ଖେଳିବାକୁ ଯାଇଥିବା ବେଳେ ସାଇରାମକୁ ଗଳା ଚିପି ତନୁଶ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା  l ପ୍ରଥମରୁ ହିଁ ପୋଲିସର ତଦନ୍ତ ଦିଗହରା ହୋଇଥିଲା l ହତ୍ୟା ପରେ ତନୁଶ୍ରୀ ଅସୁସ୍ଥ ଥିବାରୁ ଏମସରେ ଆଡମିଟ ହୋଇଥିଲେ l ଫଳରେ ତଦନ୍ତ ଆଗକୁ ବଢି ପାରି ନଥିଲା l

ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଥିଲା ଯେ ସାଇରାମର ଗଳାକୁ ବଳପୂର୍ବକ ଦାବି ଦିଆଯାଇଛି, ଯେଉଁଥି ପାଇଁ ତା’ର ମୃତ୍ୟୁ ହୋଇଛି l ଏହା ପରେ ପୋଲିସ ଏକ ମାତ୍ର ପ୍ରତ୍ୟକ୍ଷଦର୍ଶୀ ତନୁଶ୍ରୀର ଝିଅର ବୟାନ ରେକର୍ଡ଼ କରି ଆରମ୍ଭ କରିଥିଲା ଅନୁସନ୍ଧାନ l

ଏହା ବି ପଢ଼ନ୍ତୁ: 

୧୬ ବର୍ଷୀୟା ଟିକ୍ ଟକ୍ ଷ୍ଟାର୍ ସିୟା କକ୍କଡ଼ ନିଜ ଘରେ ଆତ୍ମହତ୍ୟା କରି ଜୀବନ ଲୀଳା ଶେଷ କଲେ

ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!

ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଟିକ୍ ଟକ୍‌ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?
First published: June 25, 2020, 8:47 PM IST
corona virus btn
corona virus btn
Loading