ଜିଏସଟି ଟିକସ ଫାଙ୍କି ଅଭିଯୋଗ; ଗଣେଶ ଜୁଏଲାରୀରେ ଚଢ଼ାଉ

ଗଣେଶ ଜୁଏଲାରୀ ମାଲିକଙ୍କ ଘର ଓ ଦୋକାନରେ ଚଢାଉ କରି କର ବିଭାଗ ପକ୍ଷରୁ ଯାଞ୍ଚ ଚାଲିଛି ।

ଜିଏସଟି ଟିକସ ଫାଙ୍କି ଅଭିଯୋଗ; ଗଣେଶ ଜୁଏଲାରୀରେ ଚଢ଼ାଉ

ଜିଏସଟି ଟିକସ ଫାଙ୍କି ଅଭିଯୋଗ; ଗଣେଶ ଜୁଏଲାରୀରେ ଚଢ଼ାଉ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ ; ଜିଏସଟି ଟିକସ ଫାଙ୍କି ଅଭିଯୋଗରେ ବଡ଼ଦାଣ୍ଡ ନିକଟ ନାୟକ ପ୍ଲାଜାରେ ଥିବା ଗଣେଶ ଜୁଏଲାରୀରେ ଚଢ଼ାଉ । ଡେପୁଟି କମିଶନରଙ୍କ ନେତୃତ୍ବରେ ଏକ ଟିମ ଚଢ଼ାଉ କରିଛି । ମିଳିଥିବା ସୂଚନା ମୁତାବକ, ବାଣିଜ୍ୟ କର ଓ ଜିଏସଟି ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଛି । ମାଲିକଙ୍କ ଘର ଓ ଦୋକାନରେ ଚଢାଉ କରାଯିବା ସହ କର ବିଭାଗ ପକ୍ଷରୁ ଯାଞ୍ଚ ଚାଲିଛି ।

ଦିନ ତମାମ କର ବିଭାଗର ଅଧିକାରୀମାନେ ଚଢାଉ ଜାରି ରଖିଥିବା ବେଳେ ଜୁଏଲାରୀରୁ ଜିଏସଟି ଅନିୟମିତତା ନେଇ ତଥ୍ୟ ହାସଲ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ତେବେ ଜୁଏଲାରୀ ମାଲିକଙ୍କ ବାସଭବନରୁ କୌଣସି ସନ୍ଦେହଜନକ ତଥ୍ୟ ମିଳିନଥିବା କର ବିଭାଗର ଜଣେ ଅଧିକାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ଅନ୍ୟପଟେ କର ବିଭାଗ ଅଧିକାରୀ ମାନେ ଜିଏସଟି କାଗଜପତ୍ର ଯାଞ୍ଚରେ ଲାଗିଛନ୍ତି ।

ସୁନା କେଉଁଠାରୁ କିଣାଯାଇଛି, କେତେ ଦରରେ କିଣାଯାଇଛି, କ୍ରୟ ବେଳର ସମ୍ପୂର୍ଣ୍ଣ ରସିଦ, ଗ୍ରାହକଙ୍କୁ ବିକ୍ରୀ ବେଳର ରସିଦ ଓ ଅନ୍ୟ ଖରିଦର ଜିଏସଟି ବିଲକୁ ଅଧିକାରୀ ମାନେ ଯାଞ୍ଚ କରୁଛନ୍ତି । ଶୁକ୍ରବାର ରାତ୍ର ସମୟ ପର୍ଯ୍ୟନ୍ତ ଯାଞ୍ଚ ଚାଲୁ ରହିଥିଲା । ୧୧ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଯାଞ୍ଚ ଚାଲିଥିବା ବେଳେ ଆଜି ମଧ୍ୟ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି ।
ଜଣେ ଅଧିକାରୀଙ୍କ କହିଛନ୍ତି ଯେ, ସବୁ ସୁନା ଅଳଙ୍କାର ଓ ତାହାର ରସିଦକୁ ମେଳ କରାଯାଇଛି । ଜୁଏଲାରୀର ସବୁ କାଗଜ ପତ୍ର ଯାଞ୍ଚ ହୋଇଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗଣେଶ ଜୁଏଲାରୀ ଅଧିକାଂଶ ହାତଲେଖା କାଗଜ ରସିଦ ଦେଇ ବିକ୍ରୀ କରିଛି । ଯାହା ଫଳରେ ଜିଏସଟିରେ ବ୍ୟାପକ ଅନିୟମିତତା ହୋଇଥିବା ସନ୍ଦେହ ହେଉଛି ।
Published by:Soubhagya Mishra
First published: