ପଦ୍ମପୁରରେ ଭୋଟ୍ ପୂର୍ବରୁ ଟଙ୍କା ବଣ୍ଟା ଅଭିଯୋଗ; ଟଙ୍କା ଥିବା ଗାଡ଼ିକୁ ଘେରିଗଲେ ଲୋକେ

ଧଳା ଇନୋଭାରେ ବିଜେଡି କର୍ମୀ ଆସି ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ଧରାପଡ଼ିବା ପରେ ଦ୍ରୁତ ଗତିରେ ଗାଡ଼ି ମାଡ଼ିଗଲା ବେଳେ ସାଇକେଲ୍ ପକାଇ ଅଟକାଇଦେଲେ ଗାଁ ଲୋକେ ।

ପଦ୍ମପୁରରେ ଭୋଟ୍ ପୂର୍ବରୁ ଟଙ୍କା ବଣ୍ଟା ଅଭିଯୋଗ; ଟଙ୍କା ଥିବା ଗାଡ଼ିକୁ ଘେରିଗଲେ ଲୋକେ

ପଦ୍ମପୁରରେ ଭୋଟ୍ ପୂର୍ବରୁ ଟଙ୍କା ବଣ୍ଟା ଅଭିଯୋଗ; ଟଙ୍କା ଥିବା ଗାଡ଼ିକୁ ଘେରିଗଲେ ଲୋକେ

  • News18 Odia
  • Last Updated :
  • Padmapur, India
  • Share this:
News 18 Odia Digital

ପଦ୍ମପୁର; ଦିନକ ପରେ ଭୋଟ୍, ପୁଲିଂ ବୁଥରେ ପହଞ୍ଚି ସାରିଲେଣି ପୁଲିଂ ଅଫିସର । ଆସନ୍ତା କାଲି ପଦ୍ମପୁରରେ ମତଦାନ । କିନ୍ତୁ ଦିନକ ପୂର୍ବରୁ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପଦ୍ମପୁରବାସୀ । ସରେଇକେଲା ଗାଁରେ ବିଜେଡି କର୍ମୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆସିଛି । ଏନେଇ ଗାଁ ଲୋକେ ଏକ କାରକୁ ଘେରି ଯାଇଥିଲେ ।

ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଉତ୍ତେଜନା ଦେଖାଯାଇଥିଲା । ଧଳା ଇନୋଭାରେ ବିଜେଡି କର୍ମୀ ଆସି ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ଧରାପଡ଼ିବା ପରେ ଦ୍ରୁତ ଗତିରେ ଗାଡ଼ି ମାଡ଼ିଗଲା ବେଳେ ସାଇକେଲ୍ ପକାଇ ଅଟକାଇଦେଲେ ଗାଁ ଲୋକେ । ହେଲେ ଡ୍ରାଇଭର କାରକୁ ଛାଡ଼ି ଏକ ବାଇକରେ ଫେରାର ହୋଇଯାଇଥିଲେ ।

ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ହେବ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ । ଭୋଟିଂ ଲାଗି ମୋଟ୍‌ ୩୧୯ଟି ବୁଥ୍‌ରୁ ୭୪ଟି ମାଓ ପ୍ରଭାବିତ ଅଞ୍ଚଳ ଏବଂ ୭୮ଟି ସମ୍ବେଦନଶୀଳ ବୁଥ୍ ରହିଛି । ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା କରାଯାଇଛି ।

ଆସନ୍ତାକାଲିର ଭୋଟ୍ ପାଇଁ ମୋଟ୍ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି , ସେମାନଙ୍କୁ ଘରୁ ଆଣି ଛାଡ଼ିବା ଲାଗି ଗାଡ଼ିର ବ୍ୟବସ୍ଥା ହୋଇଛି । ସମସ୍ତ ପରିସ୍ଥିତି ଉପରେ ନଜର ରଖାଯିବା ସହ ଯେପରି ସୁରୁଖୁରରେ ମତଦାନ ହେବ ସେନେଇ ବିଶେଷ ଧ୍ୟାନ ଦି‌ଆଯାଇଛି ।
Published by:Soubhagya Mishra
First published: