MBA ଛାତ୍ରୀଙ୍କ ନାମରେ ଚୋରି ଅଭିଯୋଗ; ଭୁବନେଶ୍ୱରରୁ ଗିରଫ

ଚୋରି କରିବା ଅଭିଯୋଗରେ ରାଜ୍ୟ ରାଜଧାନୀରୁ ଗିରଫ ହୋଇଛନ୍ତି MBA ପଢୁଆ ଛାତ୍ରୀ । ଇନଫୋସିଟି ଥାନା ପୋଲିସ ସେହି ଅଞ୍ଚଳରୁ ଛାତ୍ରୀଙ୍କୁ ଗିରଫ କରିଛି ।

MBA ଛାତ୍ରୀଙ୍କ ନାମରେ ଚୋରି ଅଭିଯୋଗ; ଭୁବନେଶ୍ୱରରୁ ଗିରଫ

MBA ଛାତ୍ରୀଙ୍କ ନାମରେ ଚୋରି ଅଭିଯୋଗ; ଭୁବନେଶ୍ୱରରୁ ଗିରଫ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର-: ଚୋରି କରିବା ଅଭିଯୋଗରେ ରାଜ୍ୟ ରାଜଧାନୀରୁ ଗିରଫ ହୋଇଛନ୍ତି MBA ପଢୁଆ ଛାତ୍ରୀ । ଇନଫୋସିଟି ଥାନା ପୋଲିସ ସେହି ଅଞ୍ଚଳରୁ ଛାତ୍ରୀଙ୍କୁ ଗିରଫ କରିଛି । ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଜଣକ MBA ପାଠ ପଢୁଥିଲେ । ଛାତ୍ରୀଙ୍କ ସମେତ ଜଣେ ଯୁବକ ମଧ୍ୟ ଗିରଫ ହୋଇଛନ୍ତି । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଛାତ୍ରୀ ଜଣଙ୍କ ହେଲେ ୨୨ବର୍ଷୀୟ ପୂଜା ସାହା ।

କମିଶନରେଟ ପୋଲିସ ସୂଚନା ଅନୁସାରେ, ଗତ ୨୦ତାରିଖରେ ଦୁଇ ଜଣ ଯୁବତୀ ଇନଫୋସିଟି ଥାନାରେ ନିଜର ଲାପଟପ ଓ ମୋବାଇଲ ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ପୂଜାଙ୍କୁ ଗିରଫ କରିଛି। ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଅଭିଯୋଗକାରିଣୀ ଦ୍ୱୟ ସ୍ଥାନୀୟ ଏକ ଘରୋଇ କଲେଜରେ ପଢିବା ସହିତ ହଷ୍ଟେଲରେ ରୁହନ୍ତି । ଘଟଣା ଦିନ ଉଭୟଙ୍କ ଅନୁପସ୍ଥିତିର ସୁଯୋଗ ନେଇ କେହି ଜଣେ ତାଙ୍କ ରୁମରୁ ୨ଟି ଲାପଟପ ଚୋରି କରି ନେଇଯାଇଥିଲେ । ଅଭିଯୋଗକାରିଣୀଙ୍କ ଜଣେ ସହପାଠିନୀଙ୍କ ଉପରେ ସନ୍ଦେହ କରି ଏନେଇ ପଚାରିବାରୁ ସେ ହଠାତ ଉତ୍ୟକ୍ତ ହୋଇ ଉଭୟଙ୍କୁ ପେଲାଠେଲା କରିଥିଲେ । ତାଙ୍କ ମୋବାଇଲ ଯାଞ୍ଚ କରିବାରୁ ତାଙ୍କ ମୋବାଇଲରେ ବହୁ ପରିମାଣର ଟଙ୍କା ନେଣଦେଣ ହୋଇଥିବାର ଉଭୟ ଅଭିଯୋଗକାରିଣୀ ଦେଖିବାକୁ ପାଇଥିଲେ । ପରେ ଉଭୟ ଇନଫୋସିଟି ଥାନାରେ ଏ ବିଷୟରେ ଅଭିଯୋଗ କରିଥିଲେ । ଇନଫୋସିଟି ଥାନା ପୋଲିସ ମାମଲା ରୁଜୁ କରିବା ସହିତ ତଦନ୍ତ କରିଥିଲେ । ତଦନ୍ତ ସମୟରେ ପୋଲିସ ପୂଜା ସାହାଙ୍କୁ ପଚରା ଉଚରା ନିମନ୍ତେ ଥାନାକୁ ଆଣିଥିଲେ । ସେଠାରେ ସହପାଠିନୀ ଜଣକ ନିଜ ଦୋଷ ସ୍ୱୀକାର କରିଥିଲେ ।

ପୋଲିସ ଆଗରେ ପୂଜା କହିଛନ୍ତି, ଗତ ୧୬ତାରିଖରେ ଅନ୍ୟ ଏକ ଚୋରି ଘଟଣାରେ ତାଙ୍କର ସମ୍ପୃକ୍ତି ରହିଛି । ଚୋରି ଲାପଟପ ଓ ମୋବାଇଲକୁ ଜଣେ ଯୁବକକୁ ବିକି ଟଙ୍କା ଆଣୁଥିଲେ । ସେହି ଟଙ୍କାରେ ନିଶା ଖାଇବା ସହ ମଉଜ ମସ୍ତି କରୁଥିଲେ। ପରେ ପୋଲିସ ସମ୍ପୃକ୍ତ ଯୁବକକୁ ମଧ୍ୟ ଗିରଫ କରିଛି । ପୋଲିସ ଦୁଇଜଣଙ୍କ ଠାରୁ ୩ଟି ଲାପଟପ ଏବଂ ୪ଟି ମୋବାଇଲ ଫୋନ ଜବତ କରିଛି ।
Published by:Soubhagya Mishra
First published: