News18 Odia Digital
ପୁରୀ: ଶ୍ରୀମନ୍ଦିରରେ ଦୁଇଜଣ ହବିଷ୍ୟାଳିଙ୍କୁ ସେବାୟତଙ୍କ ମାଡ଼ ଓ ଦୁର୍ବ୍ୟବହାର ଅଭିଯୋଗ। ଘଟଣାକୁ ନେଇ ହବିଷ୍ୟାଳିଙ୍କ ଅସନ୍ତୋଷ। ଶ୍ରୀମନ୍ଦିରରେ ବୁଧବାର ଦିନ ଜଣେ ସେବାୟତ ଏଭଳି କାଣ୍ଡ ଘଟାଇ ଥିବା ହବିଷ୍ୟାଳିମାନେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ କରାଯାଇଥିବା ହବିଷ୍ୟାଳି ଶିବିରରେ ଏମାନେ ରୁହନ୍ତି।
ତେବେ ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଗଲାବେଳେ କିଛି ନିର୍ଦ୍ଧିଷ୍ଟ ସେବାୟତ ଆମମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ତେବେ ବୁଧବାର ଦିନ ଜଣେ ସେବାୟତ ମୟୁରଭଞ୍ଜ ଓ ବ୍ରହ୍ମଗିରି ଅଞ୍ଚଳର ଦୁଇଜଣ ହବିଷ୍ୟାଳିଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସେମାନେ ଆମକୁ ଠେଲି ଦେବାରୁ ଗୋଡ, ହାତ ଓ ବେକରେ ଗୁରୁତର ଆଘାତ ଲାଗିଛି ବୋଲି କହିଛନ୍ତି ଜଣେ ହବିଷ୍ୟାଳି।
ହବିଷ୍ୟାଳି ଜଣଙ୍କ ବହ୍ମଗିରି ଅଞ୍ଚଳର କୁମାରୀ ନାୟକ ବୋଲି ଜଣା ପଡ଼ିଛି। ଶ୍ରୀମନ୍ଦିରରୁ ହବିଷ୍ୟାଳି ଶିବିରକୁ ଫେରିବା ପରେ ସେ ଏ ନେଇ ସହାୟତା କେନ୍ଦ୍ରରେ ଅଭିଯୋଗ କରିଛନ୍ତି।
ଆମକୁ ନବୀନ ବାବୁ ସ୍ୱତନ୍ତ୍ର ସେବା ଯୋଗାଇ ଦେଉଥିବା ବେଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଜଣେ ସେବାୟତ ମାଗଣା ଖାଇବାକୁ ଆସିଛ ବୋଲି କହିଥିଲେ। ଏହାକୁ ବିରୋଧ କରିବା ପରେ ସେବାୟତ ଜଣେ ଚଟକଣା ମାରିଥିଲେ ବୋଲି ସେ କହିଛନ୍ତି।
ଏହା ପରେ ସେ ତଳେ ପଡ଼ିଯାଇଥିଲେ। ସେ ବଡ଼ କଷ୍ଠରେ ଶିବିରକୁ ଫେରିଥିବା କହିଛନ୍ତି। ମାଡ଼ ଜୋରରେ ହୋଇଥିବାରୁ ସେ ଚାଲିବୁଲି ପାରୁ ନାହାଁନ୍ତି। ସେହିପରି ଆଉ ଜଣେ ମହିଳା ମଧ୍ୟ ଅଭିଯୋଗ କରିଛନ୍ତି। ତାଙ୍କୁ ମଧ୍ୟ ଜଣେ ସେବାୟତ ଦୁର୍ବ୍ୟବହାର କରିଥିଲେ। ତେବେ ଘଟଣାକୁ ନେଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।