ଓଡ଼ିଆ କୁଛ ନେହିଁ ଜାନତା.. ପିଏଙ୍କ ଅଭିଯୋଗ; ନିର୍ଯ୍ୟାତନା ଦେଉଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ

ଓଡ଼ିଆ କହି ଜାତିଆଣ ଆକ୍ଷେପ କରୁଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଅଫିସ ବଦଳରେ ଜିଲ୍ଲାପାଳଙ୍କ ମାଳୀ ଓ ରୋଷେୟାଙ୍କ ଜଗିବାକୁ କହୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପିଏ ।

ନିର୍ଯ୍ୟାତନା ଦେଉଛନ୍ତି ଜିଲ୍ଲାପାଳ

ନିର୍ଯ୍ୟାତନା ଦେଉଛନ୍ତି ଜିଲ୍ଲାପାଳ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଖୋର୍ଦ୍ଧା: ଜିଲ୍ଲାପାଳଙ୍କ ନାମରେ ଅଭିଯୋଗ କରିଲେ ବ୍ୟକ୍ତିଗତ ସହାୟକ ପତ୍ନୀ । ଖୋର୍ଦ୍ଧା ଆଦର୍ଶ ଥାନାରେ ଏତଲା ଦେଇଛନ୍ତି। ଏତଲା ଜିଲ୍ଲାପାଳ ମାନସିକ ନିର୍ଯାତନା ଦେଉଥିବା ବ୍ୟକ୍ତିଗତ ସହାୟକ ହେମନ୍ତ ଭୋଇଙ୍କ ପତ୍ନୀ ସବିତା ନାୟକ।

ନିଜ ବ୍ୟକ୍ତିଗତ ସହାୟକଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କଥାକଥାରେ ଗାଳି ଦେଉଥିବା ଅଭିଯୋଗ ହୋଇଛି। ଓଡ଼ିଆ କହି ଜାତିଆଣ ଆକ୍ଷେପ କରୁଛନ୍ତି। ଜିଲ୍ଲାପାଳଙ୍କ ପିଏ ଆଜି ନିଜେ ଏହି ଅଭିଯୋଗ କରିଛନ୍ତି। ପିଏଙ୍କ ପତ୍ନୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପିଏଙ୍କୁ ଘରେ ବ୍ୟକ୍ତିଗତ ରୋଷେୟା ଓ ମାଲିଙ୍କୁ ଜଗିବା କାର୍ଯ୍ୟରେ ଲଗାଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି।

ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କର ବ୍ୟକ୍ତିଗତ ସହାୟକ ହେଉଛନ୍ତି ହେମନ୍ତ କୁମାର ଭୋଇ। ଗତ କିଛି ଦିନ ଧରି ତାଙ୍କୁ ଜିଲ୍ଲାପାଳ ମାନସିକ ନିର୍ଯାତନା ଦେଉଛନ୍ତି। କଥାକଥାରେ ଗାଳି ଦେଉଛନ୍ତି। ଏଥି ପାଇଁ ହେମନ୍ତ କୁମାର ଭୋଇ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି। ଏବେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାପାଳଙ୍କ ନିର୍ଯାତନା ଯୋଗୁଁ ସେ ଘରେ ବିରକ୍ତ ହେଉଥିବା ତାଙ୍କ ପତ୍ନୀ ସବିତା ନାୟକ ଅଭିଯୋଗ କରିଛନ୍ତି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହେଉଛି ଆମ ଘର। କଣ ଭୁଲ ବୁଝାମଣା ହୋଇଥିବ। ଜିଲ୍ଲାପାଳ ଆମ ମୁଖ୍ୟ। ଆମେ ପରିସ୍ଥିତି ଠିକ ପାଇଁ ଚେଷ୍ଟା କରୁଛୁ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।
Published by:Soumya Das
First published: