ଖରା, ବର୍ଷା, ବାତ୍ୟା… ପାଣିପାଗ ଖବର ଏବେ ଏହି ମୋବାଇଲ୍ ଆପରେ ଆପଣ ପାଇପାରିବେ

ପାଣିପାଗ ସମ୍ପର୍କିତ ସୂଚନା ଓ ତଥ୍ୟ ପାଇଁ ଆଉ ଆପଣଙ୍କୁ ଟିଭି କିମ୍ବା ଖବରକାଗଜ ଉପରେ ନିର୍ଭର କରିବାକୁ ପଡ଼ିବନି । ଏହି ଆପ୍ ମାଧ୍ୟମରେ ଆପଣ ୨୫ଟି ରାଜ୍ୟରେ ପାଣିପାଗର ସଦ୍ୟ ସୂଚନା ପାଇପାରିବେ ।

ଖରା, ବର୍ଷା, ବାତ୍ୟା… ପାଣିପାଗ ଖବର ଏବେ ଏହି ମୋବାଇଲ୍ ଆପରେ ଆପଣ ପାଇପାରିବେ
ଉମଙ୍ଗ ଆପରେ ଏବେ ଯୋଡ଼ିହୋଇଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏଣିକି ଉମଙ୍ଗ ଆପ ଜରିଆରେ ପାଣିପାଗ ସମ୍ବନ୍ଧିତ ସବୁ ଖବର ପାଇପାରିବେ ଆପଣମାନେ। ଗୋଟିଏ ମୋବାଇଲ ଆପ ଜରିଆରେ ପ୍ରତ୍ୟେକ ଦିନର ପାଣିପାଗ ଅପଡେଟ ସାଙ୍ଗକୁ ଖରା, ବର୍ଷା ଓ ବାତ୍ୟାର ଟିକିନିକ ଖବର ଏହି ଆପରେ ଉପଲବ୍ଧ ହେବ। ପୂର୍ବରୁ କେବଳ ସରକାରୀ କାମ ସମ୍ବନ୍ଧୀୟ ତଥ୍ୟ ଉପଲବ୍ଧ ରହୁଥିବା ଏହି ଆପ୍‌ ଅନେକାଂଶରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବ।

ୟୁନିଫାଏଡ଼ ମୋବାଇଲ ଆପ୍ଲିକେସନ ଫର ନିଉ ଏଜ ଗଭରନାନ୍ସ (ଉମଙ୍ଗ) ଦେବ ସମସ୍ତ ତଥ୍ୟ ବା ସୂଚନା । କରେଣ୍ଟ ୱେଦର (ଦିନର ତାପମାତ୍ରା, ଆର୍ଦ୍ରତା, ପବନର ବେଗ) ସାଙ୍ଗକୁ ୧୫୦ଟି ସହରର ସୂଚନା ଦିନକୁ ଆଠ ଥର ଏହି ଆପ ଜରିଆରେ ଆପଣ ପାଇପାରିବେ। ସେହି ଭଳି ନାଓ କାଷ୍ଟ (ସଙ୍ଗେସଙ୍ଗେ କେଉଁ ଅଞ୍ଚଳରେ ବର୍ଷା ବା ବଜ୍ରପାତ ହେବ), ସିଟି ଫୋରକାଷ୍ଟ (ପ୍ରତ୍ୟେକ ସହରର ତାପମାତ୍ରା), ରେନଫଲ ଇନଫରମେସନ, ଟୁରିଜିମ ଫୋରକଷ୍ଟ, ୱାରନିଂ, ସାଇକ୍ଲୋନ ଭଳି ସାତଟି ପାଣିପାଗ ବିଭାଗର ସୂଚନା ଏହି ଆପରେ ଉପଲବ୍ଧ ରହିବ ।

ପ୍ରମୁଖ ୧୦୦ଟି ପର୍ଯ୍ୟଟନ ସ୍ଥଳୀର ପାଣିପାଗ ସମାର୍କରେ ପ୍ରତ୍ୟେକ ଦିନ ଅପଡେଟ୍‌ ମଧ୍ୟ ଆପଣ ପାଇପାରିବେ । ସାଧାରଣ ଲୋକମାନେ ଏହି ଆପକୁ ଡାଉନଲୋଡ଼ କଲେ ଏଥିରୁ ସମସ୍ତ ତଥ୍ୟ ଯେ କୌଣସି ସ୍ଥାନରେ ଥାଇ ପାଇପାରିବେ ।

ଖରା, ବର୍ଷା ଠାରୁ ଆରମ୍ଭ କରି ବାତ୍ୟାର ଟିକିନିକ ଖବର ଉପଲବ୍ଧ ହେବ ଉମଙ୍ଗ ଆପରେ ।


‘‘ପ୍ରତ୍ୟେକ ଦିନ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ଖବର ଭାରତୀୟ ପାଣିପାଗ କାର୍ଯ୍ୟାଳୟକୁ ପଠାଯିବା ପରେ ଏଥିରେ ଅପଲୋଡ଼ ହେବ । ଏହା ପରେ ଲୋକେ ଏଥିରୁ ଦେଖିପାରିବେ,’’ କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାକାନ୍ତ ଦାଶ ।

୨୦୧୭ ମସିହାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆପର ଶୁଭାରମ୍ଭ କରିଥିଲେ । ସମସ୍ତ ସରକାରୀ କାର୍ଯ୍ୟ ସମ୍ପର୍କରେ ଗୋଟିଏ ଆପ ମାଧ୍ୟମରେ ଜାଣିବା ପାଇଁ ଏହି ଉମଙ୍ଗ ଆପ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏଥିରେ ୨୫ଟି ରାଜ୍ୟ, ୧୨୭ଟି ବିଭାଗ ଓ ୬୬୦ଟି ସେବା ଅନ୍ତର୍ଭୁକ୍ତ ହୋଇଛି । ତେବେ ପାଣିପାଗ ସମ୍ପର୍କିତ ତଥ୍ୟ ପାଇଁ ଖବରକାଗଜ କିମ୍ବା ଟିଭି ଉପରେ ନିର୍ଭର ନ କରି ଯଦି ଆପ୍‌ ମାଧ୍ୟମରେ ପାଇ ହୁଏ ତେବେ ଏହା ଲୋକଙ୍କ ପାଇଁ ଲାଭଦାୟକ ହେବ । ଯେମିତିକି  ଟୁରିଜିମ ଫୋରକାଷ୍ଟ ଦେଖି ଲୋକେ ନିଜର ବୁଲିବା ପ୍ଲାନ କରିବା ସହ ଯିବା ଆସିବା କରିପାରିବେ । ଟେକନୋଲୋଜି ଯୁଗରେ ଏହି ଆପ୍‌ ସହାୟକ ହେବ ବୋଲି କହିଛନ୍ତି ସମସ୍ତେ।

‘‘ପାଣିପାଗ ବିଷୟରେ ଜାଣିବା ଆଉ ଜାଣିବା ପରେ କେଉଁଠିକୁ ଯିବା ନ ଯିବା ସହଜ ହୁଏ । ଏପରିକି ଅନ୍ୟ ସହରର ସ୍ଥିତି ସମ୍ପର୍କରେ ଜାଣିବା ଯେତେବେଳେ ସହଜ ହେବ ନିଶ୍ଚିତ ଲାଭଦାୟକ ହେବ,’’ କହିଛନ୍ତି ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ ।

ଦେଶର ଯେ କୌଣସି ସ୍ଥାନରେ ଥାଇ ଯେ କୌଣସି ସହରର ତାପମାତ୍ରା ଓ ପାଣିପାଗ ଖବର, ତାହା ପୁନି ନିଜ ଭାଷାରେ ପାଇବା ଏହି ଆପ୍‌ ଦ୍ୱାରା ଖୁବ୍‌ ସହଜ ହୋଇଛି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 25, 2020, 3:49 PM IST
corona virus btn
corona virus btn
Loading