ପୁରୀ ଗୁନ ସିଂହ ହତ୍ୟା ମାମଲା: ନିର୍ଦ୍ଦୋଷରେ ଖଲାସ ହେଲେ ସବୁ ଅଭିଯୁକ୍ତ

ପୁରୀର ବହୁ ଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାର ଆସିଲା ରାୟ । ପ୍ରମାଣ ଅଭାବରୁ ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ୱର ଆପଟଙ୍କ ଓ ଅନ୍ୟ ୫ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ କୋର୍ଟ ଖଲାସ କରିଛନ୍ତି ।

ନିର୍ଦ୍ଦୋଷରେ ଖଲାସ ହେଲେ ସବୁ ଅଭିଯୁକ୍ତ (ପ୍ରତୀକାତ୍ମକ ଛବି)

ନିର୍ଦ୍ଦୋଷରେ ଖଲାସ ହେଲେ ସବୁ ଅଭିଯୁକ୍ତ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପୁରୀ: ପୁରୀର ବହୁ ଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାର ଆସିଲା ରାୟ । ପୁରୀ ଜିଲ୍ଲା ଅତିରିକ୍ତ ସେସନ କୋର୍ଟ ଗୁନ ସିଂହାରୀଙ୍କୁ ଗୁଳି କରି ହତ୍ୟା ମାମଲା ଚୂଡାନ୍ତ ରାୟ ଶୁଣାଇଛନ୍ତି । ପ୍ରମାଣ ଅଭାବରୁ ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ୱର ଆପଟଙ୍କ ଓ ଅନ୍ୟ ୫ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ କୋର୍ଟ ଖଲାସ କରିଛନ୍ତି ।

"ପ୍ରମାଣ ଅଭାବରୁ ନିର୍ଦ୍ଧୋଷରେ ଖଲାସ ହେଲେ ୬ ଜଣ ଅଭିଯୁକ୍ତ । ପ୍ରଥମ ଶ୍ରେଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏହି ରାୟ ଶୁଣାଇବା ସହ ଅଭିଯୁକ୍ତମାନଙ୍କୁ ଖଲାସ କରିଛନ୍ତି  । ସେପଟେ ପ୍ରମାଣ ଯୋଗାଡ଼ କରିବାରେ ପୁଲିସ ଅବହେଳା କରିଥିବା ବେଳେ କୋର୍ଟଙ୍କ ଅର୍ଡର ମିଳିବା ପରେ ପୁଣି ଉପରିସ୍ଥ କୋର୍ଟକୁ ଯିବୁ ଓ ପୁନଃ ଅପିଲ କରିବୁ," କହିଛନ୍ତି ସରକାରୀ ଓକିଲ ସତ୍ୟ ନାରାୟଣ ତ୍ରାପାଠୀ "।

ଗୁନଙ୍କୁ ହତ୍ୟା କରାଯାଇଥିବା ବନ୍ଧୁକର ବାଲାଷ୍ଟିକ୍ ରିପୋର୍ଟର ବି କୌଣସି ପ୍ରମାଣ ମିଳିନଥିଲା। ତାସହ ଠୋସ୍ ସାକ୍ଷ୍ୟ ପ୍ରମାଣ ବି ମିଳିନଥିଲା। ଏପରିକି ଗୁନଙ୍କ ଉପରେ ସର୍ବେଶ୍ୱର ଆପଟ ଗୁଳି ଚଲାଇବା ଅଭିଯୋଗ ଥିଲା ଯାହା କୋର୍ଟରେ ପ୍ରମାଣିତ ହୋଇପାରିନି। ୨୦୧୨ ସେପ୍ଟେମ୍ବର ୧୨ରେ କାଉନସିଲର ତଥା ପରିଚାଳନା କମିଟି ସଦସ୍ୟ ବରିଷ୍ଠ ସେବାୟତ ତଳୁଛ ଭଗବାନ ମହାପାତ୍ରଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ପୁରୀ ମଣିକର୍ଣ୍ଣିକା ସାହି ପଞ୍ଚୁଆତି ଜାଗା ଘର ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା।

"ଆଉ ଦୀର୍ଘ ୯ ବର୍ଷ ଧରି ମାମଲା ଚାଲିଥିବା ବେଳେ ପୁଲିସ ପକ୍ଷରୁ ଦାଖଲ କରାଯାଇଥିବା ସର୍କମଷ୍ଟାନସିଆଲ ଏଭିଡେନ୍ସ ଯଥେଷ୍ଟ ହୋଇନଥିବାରୁ ଉଦବେଗ ପ୍ରକାଶ କଲେ କୋର୍ଟ। ଆଉ ସମସ୍ତ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଧୋଷରେ ଖଲାସ କରାଯାଇଥିବା ବେଳେ କାହିଁକି ଏତେବର୍ଷ ହେଲା ପୁଲିସ ମାମଲାକୁ ନେଇ କୋର୍ଟର ସମୟ ନଷ୍ଟ କଲେ," ପ୍ରଶ୍ନ କରିଛନ୍ତି ମାମଲା ଲଢୁଥିବା ଆଇନଜିବୀ ପ୍ରଦୀପ୍ତ କୁମାର ଦାସ "।

ଟାଉନ ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ୱର ଆପଟ, କୃଷ୍ଣଚନ୍ଦ୍ର ପ୍ରତିହାରୀ ସମେତ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ୧୦ ବର୍ଷ ପରେ ମାମଲାରେ ଏପରି ମୋଡ ଏବେ ପୋଲିସ୍ର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Published by:Soumya Das
First published: