News18 Odia Digital
ସମ୍ବଲପୁର: ବନ୍ଦ ହେଲା ହୀରକୁଦ ଜଳ ଭଣ୍ଡାରର ସମସ୍ତ ସ୍ଲୁଇସ ଗେଟ୍। ବର୍ତ୍ତମାନ କେବଳ କେନାଲ ଦେଇ ହେଉଛି ଜଳ ନିଷ୍କାସନ। ହୀରାକୁଦ ଜଳ ଭଣ୍ଡାରର ଜଳ ପତନ ୬୨୪.୫୬ ଫୁଟ ରହିଛି। ଏହି ସମୟ ମଧ୍ୟରେ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୭୫, ୫୧୦ ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ ବିଭିନ୍ନ କେନାଲ ଦେଇ ୪,୩୭୨ ଘନ ଫୁଟ ଜଳ ନିସ୍କାସିତ ହେଉଛି ।
ପାୱାର କେନାଲରେ ୩୭,୩୪୩ ଘନ ଫୁଟ ଜଳ, ଚାଷ ପାଇଁ ୪ ହଜାର ୭୯୩ ଘନ ଫୁଟ ଜଳ ନିଷ୍ପାସନ ହେଉଛି। ଜଳ ଭଣ୍ଡାରର ଉପର ମୁଣ୍ଡରେ ୦.୯୯ ମିଲି ମିଟର ବର୍ଷା ହୋଇଥିବା ବେଳେ ତଳ ମୁଣ୍ଡରେ ୩.୭୩ ମିଲି ମିଟିର ବର୍ଷା ହୋଇଛି।
ପୂର୍ବରୁ ଜୁଲାଇ ମାସ ୧୮ ତାରିଖରେ ହୀରାକୁଦ ଜଳ ଭଣ୍ଡାରରୁ ଏ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା। ପରମ୍ପରା ଅନୁଯାୟୀ ପ୍ରଥମେ ପୂଜାର୍ଚ୍ଚନା କରାଯାଇ ଗେଟ୍ ଖୋଲା ଯାଇଥିଲା ବାମପଟ ସ୍ପିଲୱେର ୭ ନମ୍ବର ସ୍ଳୁଇସ ଗେଟ୍। ଏହା ପରେ ପର୍ଯ୍ୟାୟ କ୍ରମେ ଖୋଲା ଯାଇଥିଲା ବାକି ଗେଟ।
ଏହା ପରେ ଉପର ମୁଣ୍ଡରେ ବର୍ଷାର ବଢ଼ିବାର ହୀରାକୁଦ ଜଳ ଭଣ୍ଡାରକୁ ୫ ଲକ୍ଷରୁ ଅଧିକ ଘନ ଫୁଟ ଜଳ ହୀରକୁଦ ଜଳ ଭଣ୍ଡାରକୁ ପ୍ରବେଶ କରିଥିଲା। ଏଥି ଯୋଗୁ ପର୍ଯ୍ୟାୟ କ୍ରମେ ହୀରାକୁଦ ଜଳ ଭଣ୍ଡାରର ସ୍ଲୁଇସ ଗେଟ୍ ଖୋଲା ଯାଇଥିଲା।
ଅଗଷ୍ଟ ୧୭ ତାରିଖରେ ସର୍ବାଧିକ ୪୦ଟି ସ୍ଲୁଇସ ଗେଟ୍ ଦେଇ ହୀରାକୁଦ ଜଳ ଭଣ୍ଡାରରୁ ଜଳ ନିଷ୍କାସନ କରାଯାଇଥିଲା। ସେହି ସମୟରେ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫ ଲକ୍ଷ ୯୫ ହଜାର ୪୫୭ ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ ୪୦ଟି ସ୍ଲୁଇସ ଗେଟ ଓ ବିଭିନ୍ନ କେନାଲ ଦେଇ ୬ ଲକ୍ଷ ୫୮ ହଜାର ୯୮୬ ଘନ ଫୁଟ ଜଳ ନିଷ୍କାସନ କରାଯାଥିଲା।
ଏହା ପରେ ହୀରାକୁଦ ଜଳ ଭଣ୍ଡାରର ଉପର ମୁଣ୍ଡରେ ବର୍ଷ କମିବା ପରେ ପର୍ଯ୍ୟାୟ କ୍ରମେ ଜଳ ଭଣ୍ଡାରର ସ୍ଲୁଇସ ଗେଟ ବନ୍ଦ କରିବା ଆରମ୍ଭ କରାଯାଇ ଥିଲା। ରୁଲ କର୍ଭ ଅନୁଯାୟୀ ଜଳ ଭଣ୍ଡାରର ଜଳ ପରିଚାଳନା କରାଯାଇ ଥାଏ। ବର୍ତ୍ତମାନ ଜଳ ଭଣ୍ଡାରକୁ କମ୍ ଜଳ ପ୍ରବେଶ କରୁ ଥିବାରୁ ଜଳ ଭଣ୍ଡାରର ଜଳ ପତନ ନ କମିବା ପାଇଁ ସମସ୍ତ ସ୍ଲୁଇସ ଗେଟକୁ ବନ୍ଦ କରିଦିଆ ଯାଇଛି। ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧରଣ କ୍ଷମତା ୬୩୦ଟି ଫୁଟ ରହିଥିବା ବେଳେ ୬୪ ସ୍ଲୁଇସ ଗେଟ ଓ ୩୪ କ୍ରେଷ୍ଟ ଗେଟକୁ ମିଶାଇ ୯୮ଟି ଗେଟ ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।