News 18 Odia Digital
School Closed : କାଲିଠାରୁ ସବୁ ସ୍କୁଲ ଛୁଟି(School Closed) ଘୋଷଣା କଲେ ରାଜ୍ୟ ସରକାର(State Govt) । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ଯମନ୍ତ୍ରୀ(Naveen Patnaik) ଏହି ନିଷ୍ପତ୍ତି ନେଇଛି । ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ବିଦ୍ଯାଳୟରେ ପାଠପଢ଼ା ବନ୍ଦ ରହିବ।
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପୁଣି ସ୍କୁଲ ବନ୍ଦ ରହିବ । ଆସନ୍ତାକାଲି ଓ ଗୁରୁବାର ବନ୍ଦ ରହିବ ସ୍କୁଲ । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏ ବନ୍ଦ ରହିବ ସ୍କୁଲ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ବିଟ୍ କରି କହିଛନ୍ତି । ଏପ୍ରିଲ ୧୯ ଓ ୨୦ ତାରିଖ ବନ୍ଦ ରହିବ ସ୍କୁଲ ।
ସୂଚନାଯୋଗ୍ଯ, ଆହୁରି ୩ ଦିନ ତାତିରୁ ମିଳିବନି ନିସ୍ତାର । ରାଜ୍ୟରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଆଗାମୀ ୪୮ ଘଣ୍ଟା ପାଇଁ ୮ଟି ଜିଲ୍ଲାକୁ ଜାରି କରାଯାଇଛି ହିଟ୍ ୱେଭ୍ ୱାର୍ଣ୍ଣିଂ । ସେସବୁ ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ । ୨୦ ଓ ୨୧ ତାରିଖରେ ମଧ୍ୟ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ । ଅର୍ଥାତ୍ ଗ୍ରୀଷ୍ମ ସ୍ଥିତି ବଳବତ୍ତର ରହିବ ।
ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାରେ ଉଚ୍ଚ ତାପମାତ୍ରା ସହ ଆର୍ଦ୍ରତା ଯୋଗୁଁ ପ୍ରବଳ ଗୁଳୁଗୁଳି ହେବାର ସମ୍ଭାବନା ରହିଛି । ତେଣୁ ଉପକୂଳ ଓଡ଼ିଶାର ଲୋକେ ଦିନ ୧୧ଟାରୁ ୩ଟା ଭିତରେ ପଦାକୁ ନ ବାହାରିବାକୁ ସତର୍କ କରାଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ସମୟରେ ଅତି ଜରୁରୀ କାମରେ ଯଦି ବାହାରକୁ ଯିବାକୁ ପଡ଼େ, ତେବେ ପାଣି ବୋତଲ, ଓଆରଏସ୍ ସହ ଛତା ସାଙ୍ଗରେ ନେବାକୁ ପରାମର୍ଶ ଦିଆଯାଇଛି । ୨୧ ତାରିଖ ପରେ ତାପମାତ୍ରାରେ ପରିବର୍ତ୍ତନ ହୋଇପାରେ । କିନ୍ତୁ ସ୍ଥାନରେ ବର୍ଷାର ସମ୍ଭାବନା ଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ ।
ପଢନ୍ତୁ ଏହି ଖବର :
Jio Recharge Plans :ଥରେ ରିଚାର୍ଜ କଲେ ପୁରା ବର୍ଷେ ପାଇଁ ମୁକ୍ତି ! ଜାଣନ୍ତୁ କଣ ଏହି ପ୍ଲାନ୍...ପାଣିପାଗ ବିଶେଷଜ୍ଞଙ୍କ ମତରେ, ବାୟୁମଣ୍ଡଳ ଉପରି ଭାଗରେ ଏକ ଗୁରୁଚାପ ବଳୟ ରହିଛି । ଯାହା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଗରମ ପବନ ରାଜ୍ୟକୁ ପ୍ରବେଶ କରିବାରେ ସାହାଯ୍ୟ କରୁଛି । ଏହାର ପ୍ରଭାବରେ ଆଗାମୀ ୩ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀକୁ ବୃଦ୍ଧି ପାଇପାରେ । ୩ ଦିନ ପରେ ରାଜ୍ୟକୁ ଏକ ପଶ୍ଚିମା ଝଡ଼ ଆସିବାର ସମ୍ଭାବନା ଥିବାରୁ ତାର ପ୍ରଭାବରେ ପୂର୍ବା ବାୟୁ ପ୍ରବେଶ କରିବ । ଫଳରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ ।
https://www.youtube.com/watch?v=nWn3nHGNCwU&t=21s
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।