ଓମିକ୍ରନ ସ୍ଥିତି: ବିଦେଶୀ ଫେରନ୍ତାଙ୍କ ଉପରେ ରହିଛି ନଜର: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଓମିକ୍ରନ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ନିଜ ମତ ରଖିଛନ୍ତି। ତାଙ୍କ କହିବାନୁଯାୟୀ ବିଦେଶ ଫେରନ୍ତାଙ୍କର ନିୟମିତ ତର୍ଜମା କରାଯାଉଛି । କେତେ ଲୋକ ବିଦେଶରୁ ଆସୁଛନ୍ତି, ଜିଲ୍ଲାମାନଙ୍କୁ ସୂଚନା ଦିଆଯାଉଛି ।

ବିଦେଶରୁ ଫେରନ୍ତା ସବୁ ଯାତ୍ରୀଙ୍କ ଉପରେ ନଜର ରଖାଯାଉଛି (ପ୍ରତୀକାତ୍ମକ ଛବି)

ବିଦେଶରୁ ଫେରନ୍ତା ସବୁ ଯାତ୍ରୀଙ୍କ ଉପରେ ନଜର ରଖାଯାଉଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଓଡିଶାରେ କୋଭିଡ ସ୍ଥିତି ନେଇ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ଲେଖିଛନ୍ତି। ଚିଠିରେ ଦର୍ଶାଯାଇଛି ଯେ ଓଡିଶାର ୬ଟି ଜିଲ୍ଲା ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, କେନ୍ଦୁଝର ଏବଂ ବଲାଙ୍ଗୀରରେ କେସ ଲୋଡ଼ ଅଧିକ ରହିଛି, ଟେଷ୍ଟିଙ୍ଗ ଠିକ ଭାବରେ ହେଉନାହିଁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି ଜାତୀୟ ହାର ତୁଳନାରେ ରାଜ୍ୟରେ ସଂକ୍ରମଣ ସ୍ଥିତି ଭଲ ରହିଛି।ଜନସ୍ବାସ୍ଥ୍ୟ ନିର୍ଦେଶକ କହିଛନ୍ତି ଓମିକ୍ରିନ ଉପରେ ସ୍ବାସ୍ଥ୍ୟ ବିଭାଗ ନଜର ରଖଛି। ବର୍ତ୍ତମାନ ରାଜ୍ୟରେ ଓମିକ୍ରିନ ସଂକ୍ରମିତ ଚିହ୍ନଟ ହୋଇନାହି ।

ଓମିକ୍ରନ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ନିଜ ମତ ରଖିଛନ୍ତି। ତାଙ୍କ କହିବାନୁଯାୟୀ ବିଦେଶ ଫେରନ୍ତାଙ୍କର ନିୟମିତ ତର୍ଜମା କରାଯାଉଛି । କେତେ ଲୋକ ବିଦେଶରୁ ଆସୁଛନ୍ତି, ଜିଲ୍ଲାମାନଙ୍କୁ ସୂଚନା ଦିଆଯାଉଛି । ବିଦେଶ ଫେରନ୍ତାଙ୍କ ବାବଦରେ ସ୍ଥାନୀୟ ଲୋକେ ପ୍ରଶାସନକୁ ଜଣାନ୍ତୁ ବୋଲି ମଧ୍ୟ ପରାମର୍ଶ ଦେଇଛନ୍ତି ଶ୍ରୀ ମିଶ୍ର । ବିଦେଶ ଫେରନ୍ତା ୭ ଦିନ ସଙ୍ଗରୋଧ, ୭ ଦିନ ଅବଜରଭେସନରେ ରହିବାକୁ ମଧ୍ୟ ସେ କହିଛନ୍ତି । ୧୪ ଦିନ ଭିତରେ ଲକ୍ଷଣ ଦେଖାଗଲେ ଟେଷ୍ଟ କରାନ୍ତୁ । ଏହାସହ ବିଦେଶରୁ ପ୍ରତିଦିନ କେତେ ଜଣ ଫେରୁଛନ୍ତି ସେନେଇ କେନ୍ଦ୍ରଠାରୁ ତଥ୍ୟ ସଂଗ୍ରହ କରାଯାଉଛି । ନିୟମିତ ତଥ୍ୟ ଅଣାଯାଉଛି ଓ ଆବଶ୍ୟକ ପଡ଼ିଲେ ସେମାନଙ୍କର ନମୁନା ପଳରୀ କଣ୍ଟାକ୍ଟ ।

ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ପ୍ରଥମ ଓମିକ୍ରନ୍ ରୋଗୀ ଚିହ୍ନଟ ହୋଇଛି । ତାଞ୍ଜାନିଆ ଫେରନ୍ତା ଯୁବକ ଓମିକ୍ରନ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ସଂକ୍ରମିତ ଯୁବକଙ୍କୁ LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏନେଇ ସୂଚନା ଦେଇଛନ୍ତି । ଦିନକୁ ଦିନ ଓମିକ୍ରନର ଭୟ ସାରା ଦେଶରେ ଆତଙ୍କ ଖେଳାଇବାରେ ଲାଗିଛି । କେନ୍ଦ୍ର ପକ୍ଷରୁ ଏନେଇ ସତର୍କବାଣୀ ଜାରି କରାଯାଇଛି ।

ଦେଶରେ କର୍ଣ୍ଣାଟକ, ଗୁଜରାଟ ପରେ ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିଲା ଓମିକ୍ରନ । ମୁମ୍ବାଇ କଲ୍ୟାଣ ଅଞ୍ଚଳର ୩୩ ବର୍ଷୀୟ ଯୁବକ ଓମିକ୍ରନ ଚିହ୍ନଟ ହୋଇଥିଲା । ଯୁବକ ଜଣକ ଦକ୍ଷିଣ ଆଫ୍ରିକା ଫେରନ୍ତା କହିଛନ୍ତି ରାଜ୍ୟ ସରକାର । ୩ ଦିନ ତଳେ କର୍ଣ୍ଣାଟକରୁ ୨ ଓ ଗତକାଲି ଗୁଜରାଟରୁ ଜଣେ ଚିହ୍ନଟ ହୋଇଥିଲେ । ଗୁଜରାଟ ଜାମନଗରର ଜଣେ ବ୍ୟକ୍ତି ଓମିକ୍ରନରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେପଟେ ଅନ୍ତର୍ଜାତୀୟ ପାସେଞ୍ଜରଙ୍କ ଉପରେ କଡ଼ା ନଜର ରଖାଯାଇଥିବା ବେଳେ ବିଦ୍ୟାଳୟ ଗୁଡିକରେ ସଂକ୍ରମଣ ମୁକ୍ତ ଶିକ୍ଷା ଦାନ ଲାଗି ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଆରମ୍ଭ କରିଛନ୍ତି ପ୍ରସ୍ତୁତି ।

୭୨ ବର୍ଷୀୟ ବୟସ୍କ ବ୍ୟକ୍ତି ଦୁଇ ଦିନ ତଳେ ଜିମ୍ବାୱେରୁ ଫେରିଥିଲେ । ତାଙ୍କୁ କ୍ୱାରେଣ୍ଟିନ୍ରେ ରଖାଯାଇ ତାଙ୍କ ରିପୋର୍ଟ ପୁଣେ ଲ୍ୟାବ୍କୁ ପଠାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିବା ସହ ଓମିକ୍ରନ୍ ଭାଇରସ୍ରେ ସେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ।
Published by:Soumya Das
First published:
)}