ଭୁବନେଶ୍ବରରେ ଗର୍ଜିଲା ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କର୍ସ ଆସୋସିଏସନ; ୧୮ ହଜାର ଦରମା ଦାବି

ରାଜ୍ୟରେ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ସହିତ ଶିଶୁମାନଙ୍କୁ ଅପପୃଷ୍ଟିରୁ ରୋକିବା ଓ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ନିରନ୍ତର ସହଯୋଗ କରି ଆସୁଛନ୍ତି ରାଜ୍ୟରେ ଥିବା ଦେଢ଼ ଲକ୍ଷରୁ ଉର୍ଦ୍ଧ୍ୱ ଅଙ୍ଗନୱାଡ଼ି କର୍ମଚାରୀ ।

ଭୁବନେଶ୍ବରରେ ଗର୍ଜିଲା ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କର୍ସ ଆସୋସିଏସନ

ଭୁବନେଶ୍ବରରେ ଗର୍ଜିଲା ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କର୍ସ ଆସୋସିଏସନ

  • Share this:
News18 Odia Digital

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନ ଦିନଟିଏ ବି ଚାଲିପାରୁନି । ଭଉୟ ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ହୋ ହାଲ୍ଲା ଯୋଗୁଁ ବାରମ୍ବାର ମୁଲତବୀ ଘୋଷଣା ହେଉଛି । ଏହି କ୍ରମରେ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦାବିରେ ବିଧାନସଭା ଘେରାଉ କରିଥିଲା ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କର୍ସ ଆସୋସିଏସନ । ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ସହବନ୍ଧିତ ଏହି ଆସୋସିଏସନ ଦାବି କରିଛି ଯେ, ଅଙ୍ଗନୱାଡ଼ି କର୍ମୀ, ମିନି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ଉଦାସିନ। ବାରମ୍ବାର ଦାବି କଲେ ମଧ୍ୟ ଅଙ୍ଗନୱାଡ଼ିଙ୍କ ସମସ୍ୟା ପ୍ରତି ସରକାର ଅଣଦେଖା କରୁଥିବାରୁ ବାଧ୍ୟ ହୋଇ ଏଭଳି ପ୍ରତିବାଦକୁ ଓହ୍ଲାଇଛି ଆସୋସିଏସନ। ଆଗକୁ ଏହି ପ୍ରତିବାଦ ଜୋରଦାର ହେବ ଓ ଅଙ୍ଗନୱାର୍ଡ଼ି କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଆପଣାଇବାକୁ ବାଧ୍ୟ ହେବେ ବୋଲି ଆସୋସିଏସନ ଧମକ ଦେଇଛି।

ରାଜ୍ୟରେ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ସହିତ ଶିଶୁମାନଙ୍କୁ ଅପପୃଷ୍ଟିରୁ ରୋକିବା ଓ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ନିରନ୍ତର ସହଯୋଗ କରି ଆସୁଛନ୍ତି ରାଜ୍ୟରେ ଥିବା ଦେଢ଼ ଲକ୍ଷରୁ ଉର୍ଦ୍ଧ୍ୱ ଅଙ୍ଗନୱାଡ଼ି କର୍ମଚାରୀ । ଏମିତି କି ଗତ ଦେଢ଼ ବର୍ଷ ହେଲା ସାରା ଦେଶରେ ଲାଗି ରହିଥିବା ଲକାଡାଉନ ଓ ସଟଡାଉନ ସମୟ ଭିତରେ ବି ନିଜ ଜୀବନକୁ ବାଜି ଲଗାଇ ଅଙ୍ଗନୱାଡ଼ି କର୍ମଚାରୀମାନେ ସରକାରୀ କାର୍ଯ୍ୟରେ ସହଯୋଗ କରି ଆସୁଛନ୍ତି । ବିଡ଼ମ୍ବନା ହେଲା ଏସବୁ ସତ୍ତ୍ବେ ରାଜ୍ୟରେ ହଜାର ହଜାର ଅଙ୍ଗନୱାଡ଼ି କର୍ମଚାରୀ ସରକାରୀ ଚାକିରି ସୁବିଧାରୁ ବଞ୍ଚିତ ହୋଇ ଆସୁଛନ୍ତି । ଏମିତି କି ଏତେ କାମ କରିବା ପରେ ମଧ୍ୟ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ମାସିକ ମାତ୍ର ୭,୦୦୦ ଟଙ୍କା ବେତନ ଭିତରେ କାମ କରିବାକୁ ବାଧ୍ୟ ହେଉଛନ୍ତି । ଏଭଳି ଅଭିଯୋଗ କରିଛି ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କର୍ସ ଆସୋସିଏସନ।

ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ, ଆହୁରି ବିଡ଼ମ୍ବନା ହେଲା ଏତେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଥିବା ଅଙ୍ଗନୱାଡ଼ି କର୍ମଚାରୀମାନେ ସ୍କିମ୍ ବ୍ୟବସ୍ଥା ଭିତରେ ସରକାରୀ କାର୍ଯ୍ୟ ନିର୍ବାହ କରି ଆସୁଛନ୍ତି । ସରକାରୀ ଉଦାସିନତାର ପ୍ରତିବାଦରେ ୨୦୧୯ରେ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କର୍ସ ଆସୋସିଏସନ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ କରାଯାଇଥିଲା।
ରାଜ୍ୟରେ ପ୍ରାଥମିକ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ସରକାରଙ୍କ ସହ ଆଲୋଚନା ପରେ କୋଭିଡ଼ ମହାମାରୀ ବିପଦ ଭିତରେ ବି ଅଙ୍ଗନୱାଡ଼ି କର୍ମଚାରୀମାନେ କାର୍ଯ୍ୟନିର୍ବାହ କରି ଆସୁଛନ୍ତି । କିନ୍ତୁ ସରକାର ରଖିଥିବା ପ୍ରତିଶ୍ରୁତି ପୂରଣ କରିବାରେ ଅକ୍ଷମ । ଏହାର ପ୍ରତିବାଦରେ ସୋମବାର ଭୁବନେଶ୍ୱର ପିଏମଜି ଧାରଣାସ୍ଥଳରେ ଏକାଠି ହୋଇଥିଲେ ହଜାର ହଜାର ଅଙ୍ଗନୱାଡ଼ି କର୍ମଚାରୀ । ସିଧା ଅଭିଯୋଗ ଆଣିଥିଲେ ରାଜ୍ୟ ସରକାରଙ୍କ ମନୋଭାବ ବିରୋଧରେ।

ବିଧାନସଭା ଘେରାଉ କରିଥିଲା ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କର୍ସ ଆସୋସିଏସନ


ଆସୋସିଏସନ ଦାବି ରଖିଛି ଯେ ଅଙ୍ଗନୱାଡ଼ି କ୍ଷେତ୍ରରେ ଲାଗୁ ହୋଇ ଆସୁଥିବା ସ୍କିମ୍ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ। ଏହା ସହିତ ସମସ୍ତ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦିଆଯାଉ । ଯେଉଁ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ମିଳିନାହିଁ ସେ ପର୍ଯ୍ୟନ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ମାସିକ ୨୧,୦୦୦ ଟଙ୍କା ଓ ସହାୟିକାମାନଙ୍କୁ ୧୦, ୫୦୦ ଟଙ୍କା ପ୍ରଦାନ କରାଯାଉ । ଏହା ସହିତ ୨୦୧୯ ମସିହା ମାର୍ଚ୍ଚ ମାସରେ ସରକାରଙ୍କ ଦ୍ୱାରା ଘୋଷିତ ଅବସରକାଳୀନ ସହାୟତା ଲାଗୁ କରିବା ସହିତ ଏହି ରାଶିକୁ ୫ ଲକ୍ଷ ଟଙ୍କା ଓ ମାସିକ ୫,୦୦୦ ହଜାର ଟଙ୍କାର ଅବସରକାଳୀନ ପେନ୍‌ସନ୍ ପ୍ରଦାନ କରାଯାଉ।

ସେହି ଭଳି ଅଙ୍ଗନୱାଡ଼ି କେନ୍ଦ୍ରକୁ ପ୍ରାଥମିକତା ବିଦ୍ୟାଳୟ ମାନ୍ୟତା ଦିଆଯିବା ସହିତ ମୃତ୍ୟୁକାଳୀନ ସହାୟତା ରାଶି ଆଦି ଦାବି ପୂରଣ କରାଯାଉ । ଅନ୍ୟ ରାଜ୍ୟରେ ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଓଡ଼ିଶାରେ ମଧ୍ୟ ଲାଗୁ କରାଯାଉ । ନ ହେଲେ ପୁଣି ଥରେ ପ୍ରତିବାଦ ଜୋରଦାର ହେବ ବୋଲି ଭାରତୀୟ ମଜଦୁର ସଙ୍ଘ କର୍ମକର୍ତ୍ତା ପୃଥ୍ୱୀରାଜ ପଣ୍ଡା କହିଛନ୍ତି।

ଆସୋସିଏସନ ଦାବି କରିଛି ଯେ ବିଭିନ୍ନ ସମୟରେ ରାଜ୍ୟ ସରକାର ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଉଥିଲେ ବି ତାହା ପାଳନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ତେଣୁ ଏଥର ଆରପାର୍ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି ଆସୋସିଏସନ।
Published by:Lipina Das
First published:
)}