ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Good News: ଏଥର ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ି ପାରିବେ ସମସ୍ତ ଓଡ଼ିଆ ଛାତ୍ରଛାତ୍ରୀ

Good News: ଏଥର ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ି ପାରିବେ ସମସ୍ତ ଓଡ଼ିଆ ଛାତ୍ରଛାତ୍ରୀ

ଏହି ପାଠ୍ୟକ୍ରମ ପ୍ରଚଳନ ଦ୍ୱାରା ଓଡ଼ିଆ ଭାଷାର ପ୍ରଚଳନ ବ୍ୟାପକ ହେବା ସହିତ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଆରେ ଉଚ୍ଚତର ପାଠ୍ୟକ୍ରମ ପଢ଼ିବାକୁ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

Good News: ଏଥର ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ି ପାରିବେ ସମସ୍ତ ଓଡ଼ିଆ ଛାତ୍ରଛାତ୍ରୀ
ଏଥର ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ି ପାରିବେ ସମସ୍ତ ଓଡ଼ିଆ ଛାତ୍ରଛାତ୍ରୀ
  • News18 Odia
  • Last Updated: October 19, 2021, 4:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଖୁବ୍‌ ଶୀଘ୍ର ଦେଶରେ ପ୍ରଚଳନ ହେବ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ । ଏହା ଦ୍ୱାରା ନିଜ ମାତୃଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ି ପାରିବେ ସମସ୍ତ ଓଡ଼ିଆ ଛାତ୍ରଛାତ୍ରୀ । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଭୁବନେଶ୍ୱରରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଓ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା (ଆଇଓଏସ୍‌ଆର) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଏହି ପାଠ୍ୟକ୍ରମ ପ୍ରଚଳନ ଦ୍ୱାରା ଓଡ଼ିଆ ଭାଷାର ପ୍ରଚଳନ ବ୍ୟାପକ ହେବା ସହିତ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଆରେ ଉଚ୍ଚତର ପାଠ୍ୟକ୍ରମ ପଢ଼ିବାକୁ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଏହି ଉପଲକ୍ଷେ ସୋମବାର ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଇ.ଆଇ.ଟି. ଖଡ଼ଗପୁରର ସମ୍ପ୍ରସାରିତ କ୍ୟାମ୍ପସରେ ଆୟୋଜନ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଏଥିରେ ଉପସ୍ଥିତ ଥିଲେ ଏଆଇସିଟିଇ ଅଧ୍ୟକ୍ଷ ଡ଼ଃ. ଅନୀଲ ଡ଼ି. ସହସ୍ରବୁଦ୍ଧି, ଅଧ୍ୟକ୍ଷ, ଆଇଓଏସଆର ଅଧ୍ୟକ୍ଷ ଅଵସର ବେଉରିଆ। ଏଆଇସିଟିଇର ଅଧ୍ୟକ୍ଷ କହିଥିଲେ ଯେ ଏହା ଏକ ସାଧୁ ଉଦ୍ୟମ। ଓଡ଼ିଆରେ ଇଂଜିନିୟରିଂ ପାଠ୍ୟକ୍ରମ ଦ୍ବାରା ଓଡ଼ିଶାର ଛାତ୍ରଛାତ୍ରୀମାନେ ଆଗକୁ ବଢ଼ିପାରିବେ। ଓଡ଼ିଆ ଭାଷା ପୂର୍ବରୁ ଏକାଧିକ ପ୍ରାନ୍ତୀୟ ଭାଷାରେ ଏହା ଆଦୃତ ହୋଇଛି। ସେହି ଭଳି ଆଇଓଏସଆର ଅଧ୍ୟକ୍ଷ ଅଵସର ବେଉରିଆ କହିଥିଲେ ପୃଥିବୀର ଅନ୍ୟ ପ୍ରାନ୍ତୀୟ ଭାଷାରେ ପାଠ୍ୟକ୍ରମ ପ୍ରଚଳନ ହୋଇଛି ଓ ସଫଳ ହୋଇଛନ୍ତି। ତେଣୁ ଏହା ଏକ ସାଧୁ ଉଦ୍ୟମ।

ଖୁବ୍‌ ଶୀଘ୍ର ଦେଶରେ ପ୍ରଚଳନ ହେବ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ


କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ‘‘ପୃଥିବୀର ସମସ୍ତ ବିକଶିତ ଦେଶଗୁଡ଼ିକରେ ପ୍ରାଥମିକଠାରୁ ଉଚ୍ଚତର ପାଠ୍ୟକ୍ରମ କେବଳ ସେମାନଙ୍କ ମାତୃଭାଷାରେ ହିଁ ପ୍ରଚଳିତ ହୋଇଆସୁଛି । ଜର୍ମାନ, ଜାପାନ, ଫ୍ରାନ୍ସ, ଚୀନ୍‌, ସୋଭିଏତ୍ ଋଷ୍‌, ଇଂଲଣ୍ଡ, ଆମେରିକା ଭଳି ସଂଖ୍ୟାଧିକ ରାଷ୍ଟ୍ର ନିଜ ମାତୃଭାଷାରେ ହିଁ ପ୍ରାଥମିକ ଶ୍ରେଣୀରୁ ଉଚ୍ଚତର ପାଠ୍ୟକ୍ରମ ପାଇଁ ଗୁରୁତ୍ୱ ଦେଇଥାନ୍ତି । ତେବେ ଆମ ଦେଶରେ ଅନେକ ଆଞ୍ଚଳିକ ଓ ପ୍ରାନ୍ତୀୟ ଭାଷା ଥିଲେ ମଧ୍ୟ ଉଚ୍ଚତର ଅଧ୍ୟୟନ ପାଇଁ ଇଂରାଜୀ ଭାଷାକୁ ଗୁରୁତ୍ୱ ଦିଆଯାଇ ଆସୁଛି । ଏହା ଦ୍ୱାରା ଓଡ଼ିଆ ମାଧ୍ୟମ ପାଠ୍ୟକ୍ରମରେ ଥିବା ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀ ପରେ ଉଚ୍ଚତର ପାଠ୍ୟକ୍ରମ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ପ୍ରସ୍ତାବିତ ଜାତୀୟ ନୂଆ ଶିକ୍ଷାନୀତିର ନିୟମ ଅନୁସାରେ ଆସନ୍ତା ଦୁଇ ବର୍ଷ ଭିତରେ ଓଡ଼ିଆ ଭାଷାରେ ଇଂଞ୍ଜିନିୟରି ପାଠ୍ୟକ୍ରମ ପଢ଼ିବାର ସୁଯୋଗ ପାଇବେ ସମସ୍ତ ଓଡ଼ିଆ ଛାତ୍ରଛାତ୍ରୀ । ଏଥି ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ପାଠ୍ୟକ୍ରମ । ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଓ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା (ଆଇଓଏସ୍‌ଆର) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏଭଳି ଉଦ୍ୟମ ଛାତଛାତ୍ରୀଙ୍କ ଦ୍ୱାରା ଆଦୃତ ହୋଇପାରିବ ବୋଲି ଉଭୟ ଏଆଇସିଟିଇ ଓ ଆଇଓଏସ୍‌ଆର ପକ୍ଷରୁ ଆଶା ପ୍ରକଟ କରାଯାଇଛି ।’’

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଥିଲେ ଯେ କେବଳ ଇଂରାଜୀ ପାଠ୍ୟକ୍ରମ ପଢ଼ିଲେ ଯେ କେହି ଉଚ୍ଚ ବୁଦ୍ଧି ସମ୍ପନ୍ନ ହୋଇପାରିବେ ନାହିଁ । ଆଞ୍ଚଳିକ ଭାଷାରେ ପାଠ ପଢ଼ି ମଧ୍ୟ ଜଣେ ପ୍ରଚୁର ସଫଳତା ସାଉଁଟି ପାରିବ । ପୂର୍ବରୁ ବିଦେଶରେ ବେପାର ବାଣିଜ୍ୟ କରୁଥିବା ଓଡ଼ିଆ ନାବିକମାନେ ବିନା ପ୍ରଶିକ୍ଷଣରେ ବି ଅଥଳ ସମୁଦ୍ରରେ ବିଦେଶ ଯାତ୍ରା କରି ପାରୁଥିଲେ । ବିଭିନ୍ନ ଭାସ୍କର୍ଯ୍ୟ ନିର୍ମାଣ କରିଥିବା ଶିଳ୍ପୀଙ୍କ ଶିକ୍ଷାଗତ ଯୋଗ୍ୟତା ଖୁବ୍ କମ୍ । ଯାହା ପ୍ରମାଣିତ କରୁଛି ଉଚ୍ଚତର ଶିକ୍ଷା ପାଇଁ କେବଳ ଇଂରାଜୀ ଭାଷା ଏକ ମାଧ୍ୟମ ହୋଇ ରହିନାହିଁ । ତେବେ ଏଠି ଆମର ବାଧକ ସାଜୁଛି କୁପୋଷଣ । ଏହା ଦ୍ୱାରା ଶିଶୁମାନଙ୍କର ସନ୍ତୁଳିତ ମାନିସକତା ବୃଦ୍ଧି ହୋଇପାରୁନାହିଁ । ତେଣୁ ଶିକ୍ଷାରେ ଉପଯୁକ୍ତ ପୋଷଣ ସହିତ ଏହା ଯେଭଳି ରୋଜଗାରକ୍ଷମ ହେବାର ମାଧ୍ୟମ ପାଲଟିବ ତାହାକୁ ନୂତନ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଇଛି ।’’

ଏହି କାର୍ଯ୍ୟକ୍ରମକୁ ଆସନ୍ତା ଦୁଇ ବର୍ଷ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା ଆଦୃତ ହେବ ବୋଲି ଅନେକ ମତ ରଖିଛନ୍ତି ।
Published by: Lipina Das
First published: October 19, 2021, 4:29 PM IST