ଗ୍ରାହକଙ୍କ ପାଇଁ ଖୁସି ଖବର; ଏଥର ଓଡ଼ିଆ ଭାଷାରେ ମିଳିବ ଋଣ ବାବଦରେ ସବୁ ତଥ୍ୟ

ବିନା କୌଣସି ସମସ୍ୟାରେ ଓଡ଼ିଆ ଭାଷାରେରେ ଏହି ସୁବିଧା ପାଇବେ ଗ୍ରାହକ। ଏଭଳି ଏକ ୱେବସାଇଟକୁ ଗୁରୁବାର ଭୁବନେଶ୍ୱରରେ ଲଞ୍ଚ କରାଯାଇଥିଲା। ବ୍ୟାଙ୍କିଙ୍ଗ ସୁବିଧା ପାଇଁ ଏହି ୱେବସାଇଟ ବେଶ୍ ଲାଭଦାୟକ ହେବ।

ଏଥର ଓଡ଼ିଆ ଭାଷାରେ ମିଳିବ ଋଣ ବାବଦରେ ସବୁ ତଥ୍ୟ

ଏଥର ଓଡ଼ିଆ ଭାଷାରେ ମିଳିବ ଋଣ ବାବଦରେ ସବୁ ତଥ୍ୟ

  • Share this:
News18 Odia Digital

ଭୁବନେଶ୍ବର: ଋଣ ଗ୍ରାହକଙ୍କ ପାଇଁ ଖୁସି ଖବର। ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ଆତ୍ମପ୍ରକାଶ କଲା ଇଜି ବ୍ୟାଙ୍କ ଲୋନ୍ ଡ଼ଟ୍ କମ୍ ୱେବସାଇଟ ବା easybankloan.com।

ବିନା କୌଣସି ସମସ୍ୟାରେ ଓଡ଼ିଆ ଭାଷାରେରେ ଏହି ସୁବିଧା ପାଇବେ ଗ୍ରାହକ। ଏଭଳି ଏକ ୱେବସାଇଟକୁ ଗୁରୁବାର ଭୁବନେଶ୍ୱରରେ ଲଞ୍ଚ କରାଯାଇଥିଲା। ବ୍ୟାଙ୍କିଙ୍ଗ ସୁବିଧା ପାଇଁ ଏହି ୱେବସାଇଟ ବେଶ୍ ଲାଭଦାୟକ ହେବ।

ସାଧାରଣତଃ ବିଭିନ୍ନ ଆବଶ୍ୟକତା ପାଇଁ ଲୋକେ ଋଣ ପାଇଁ ଆବେଦନ କରିଥାନ୍ତି। କିନ୍ତୁ ମୁଖ୍ୟତଃ ଇଂରାଜୀ ଓ ହିନ୍ଦୀ ଭାଷାରେ ଋଣ ବାବଦରେ ସେମାନଙ୍କୁ ସୂଚନା ମିଳିଥାଏ। ଏହି କାରଣରୁ ଅନେକ ଋଣ ନେଇଥିବା ବ୍ୟକ୍ତି ବିଶେଷ ଋଣର ନୀତିନିୟମ ଜାଣିପାରନ୍ତି ନାହିଁ। ଏ ସମସ୍ୟା ଦୀର୍ଘ ଦିନ ଧରି ରହିଆସିଛି ବୋଲି ବିଭିନ୍ନ ସମୟରେ ଋଣ ଗ୍ରହକମାନେ ଅଭିଯୋଗ କରି ଆସୁଛନ୍ତି। ଏଭଳି ସମସ୍ୟାର ମୂଳ ଉତ୍ପାଟନ ପାଇଁ ପ୍ରଥମ କରି ଓଡ଼ିଆ ଭାଷାରେ ଋଣ ବାବଦରେ ବ୍ୟବସ୍ଥା କରାଯାଇଛି।

ଏହି ୱେବସାଇଟ easybankloan.com ଖୋଲିବା ବା ଲଗ ଇନ୍ କରିବା ପରେ ଓଡ଼ିଆ ଭାଷାରେ ସରଳୀକରଣ ଭାବେ ବିଭିନ୍ନ ଋଣ ପାଇଁ ଆବେଦନ କରିପାରିବେ ଯେକୌଣସି ଗ୍ରାହକ। ୱେବସାଇଟ ଖୋଲି ଗ୍ରାହକମାନେ ନିଜ ମାତୃଭାଷା ଓଡ଼ିଆରେ ବୁଝିସୁଝି ଗୃହ ଋଣ, ସୁନା ଋଣ, ବ୍ୟବସାୟିକ ଋଣ, ପର୍ସନାଲ ଲୋନ, କାର ଲୋନ,କ୍ରେଡିଟ କାର୍ଡ, ପ୍ରପର୍ଟି ବନ୍ଧକ ରଖି ଋଣ ଆଦି ଆବଶ୍ୟକତା ପାଇଁ ସୁବିଧାରେ ଆବେଦନ କରିପାରିବେ। ତେଵେ ଆଗାମୀ ନଭେମ୍ବରରେ ଏହାର ଆପ୍ ଲଞ୍ଚ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଲଞ୍ଚିଂ କାର୍ଯକ୍ରମରେ EBL FINTECH SERVISES PVT LTDର ସିଇଓ ଦେବାଶିଷ ପଟ୍ଟନାୟଙ୍କ ସମେତ ଆଇସିଆଇସିଆଇ ବ୍ୟାଙ୍କ ଜୋନାଲ ହେଡ୍ ପ୍ରଦୋଷ ରଞ୍ଜନ ରାଉତ, HDFC BANK ଉପ ସଭାପତି ଅଜିତ କୁମାର ପାଢ଼ୀ, ଆଇସିଆଇସିଆଇ ବ୍ୟାଙ୍କର ଋଣ ବିଭାଗ ମୁଖ୍ୟ ପ୍ରୟାସ ସାମଲ, HDFC BANK BUSINESS DEVELOPMENT HEAD ଯଶୋବନ୍ତ ପାଲ୍, SBI ଷ୍ଟେଟ ହେଡ ସୌମ୍ୟ ରଞ୍ଜନ ସର୍ଦ୍ଦାର, ଇଣ୍ଡିଆନ ବ୍ୟାଙ୍କ ଋଣ ବିଭାଗ ମୁଖ୍ୟ ଅନିଲ ପଟ୍ଟନାୟକ, କମ୍ପାନୀ ଏକ୍ସଜୁକେଟିଭ ଚେୟାରମେନ ଓମକାର ରାୟ ଓ ସଂଯୁକ୍ତା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବୋର୍ଡ ଅଫ ଡାଇରେକ୍ଟର ଅଂଶୁମାନ ମହାପାତ୍ର, ଡ଼ଃ. ବିଦ୍ୟାଭୂଷଣ ମହାନ୍ତି, ନିଗମ ରାୟ, ଦିଲୀପ ବେହେରା, ପ୍ରିୟଦର୍ଶୀ ଦାସ, ଶ୍ରୀକିରଣ ପ୍ରମୁଖ ଉପସ୍ଥିତ ଥିଲେ।
Published by:Lipina Das
First published: