ଆଜି ଅକ୍ଷୟ ତୃତୀୟା; କ୍ଷୟ ହେବନି ପୁଣ୍ୟ; ଜାଣନ୍ତୁ ପୂଜା କରିବାର ଓ ସୁନା କିଣିବାର ଶୁଭ ସମୟ

ଅକ୍ଷୟ ତୃତୀୟା ଦିନଟି ଅତି ଶୁଭ ବୋଲି ବିବେଚନା କରାଯାଉଥିବାରୁ ଏହି ଦିନ ସୁନା କିଣିବା ସାରା ପରିବାର ପାଇଁ ସମୃଦ୍ଧି ଓ ଧନ ଆଣିଦିଏ ବୋଲି ବିଶ୍ୱାସ କରାଯାଏ । ଏହି ଦିନ କିଣାଯାଇଥିବା ହଳଦିଆ ଧାତୁର ମୂଲ୍ୟ କଦାପି ହ୍ରାସ ହୁଏ ନାହିଁ ବୋଲି ବିଶ୍ୱାସ ଅଛି ।

ଆଜି ଅକ୍ଷୟ ତୃତୀୟା; କ୍ଷୟ ହେବନି ପୁଣ୍ୟ; ଜାଣନ୍ତୁ ପୂଜା କରିବାର ଓ ସୁନା କିଣିବାର ଶୁଭ ସମୟ
ଅକ୍ଷୟ ଶବ୍ଦର ଅର୍ଥ ହେଉଛି ଏମିତି ପଦାର୍ଥ ଯାହା କଦାପି ହ୍ରାସ ହୁଏ ନାହିଁ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏ ବର୍ଷ ମେ ୧୪ ଶୁକ୍ରବାର ଦିନ ଅକ୍ଷୟ ତୃତୀୟା (Akshay Trutiya) ପଡୁଛି । ଏହି ପର୍ବ ଉତ୍ତର ଭାରତରେ ‘ଆଖା ତୀଜ୍‌’ ନାମରେ ବି ଜଣାଶୁଣା । ଏହି ଦିନକୁ ହିନ୍ଦୁମାନେ ଅତି ଶୁଭ ଓ ପବିତ୍ର ବିବେଚନା କରନ୍ତି । ବୈଷାଖ ମାସର ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବରେ ପାଳନ କରାଯାଏ ।

ଅକ୍ଷୟ ଶବ୍ଦର ଅର୍ଥ ହେଉଛି ଏମିତି ପଦାର୍ଥ ଯାହା କଦାପି ହ୍ରାସ ହୁଏ ନାହିଁ । ତେଣୁ ଅକ୍ଷୟ ତୃତୀୟା ଦିନଟି (Akshaya Trutiya 2021) ଶୁଭ ଓ ସଫଳତା ଆଣିବ ବୋଲି ବିଶ୍ୱାସ କରାଯାଏ ।ଏହା ବି ବିଶ୍ୱାସ କରାଯାଏ ଯେ ଏହି ଦିନ କୌଣସି ଜପ, ଯଜ୍ଞ, ପିତୃ-ତର୍ପଣ, ଦାନପୁଣ୍ୟ କଲେ ତା’ର ସୁପ୍ରଭାବ କଦାପି ହ୍ରାସ ହୁଏ ନାହିଁ । ଏହାର ସୁପ୍ରଭାବ ସେହି ବ୍ୟକ୍ତିଙ୍କ ସହିତ ସବୁ ଦିନ ପାଇଁ ରହେ ବୋଲି ବିଶ୍ୱାସ କରାଯାଏ । ହିନ୍ଦୁ ପୁରାଣ ଅନୁଯାୟୀ ଅକ୍ଷୟ ତୃତୀୟା ଦିନଠାରୁ ତ୍ରେତା ଯୁଗ ଆରମ୍ଭ ହୋଇଥିଲା ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ଅକ୍ଷୟ ତୃତୀୟା ଦିନଟି ଅତି ଶୁଭ ବୋଲି ବିବେଚନା କରାଯାଉଥିବାରୁ ଏହି ଦିନ ସୁନା କିଣିବା ସାରା ପରିବାର ପାଇଁ ସମୃଦ୍ଧି ଓ ଧନ ଆଣିଦିଏ ବୋଲି ବିଶ୍ୱାସ କରାଯାଏ । ବିଶ୍ୱାସ କରାଯାଏ ଯେ ଏହି ଦିନ କିଣାଯାଇଥିବା ହଳଦିଆ ଧାତୁର ମୂଲ୍ୟ କଦାପି ହ୍ରାସ ହୁଏ ନାହିଁ । ଏହାର ମୂଲ୍ୟ ବୃଦ୍ଧି ପାଉଥାଏ ଓ ଏଥିରୁ ଧନ ଲାଭ ହୋଇଚାଲିଥାଏ । ଅକ୍ଷୟ ତୃତୀୟା (Akshay Tritiya 2021) ଦିନଟି ଭଗବାନ ବିଷ୍ଣୁଙ୍କ ଦ୍ୱାରା ପ୍ରଭାବିତ ହୋଇଥାଏ ।

ଅକ୍ଷୟ ତୃତୀୟା ଦିନଟି ସୁନା କିଣିବା ପାଇଁ ବହୁତ ଶୁଭ ।


ଏହା ବି ପଢ଼ନ୍ତୁ | କରୋନା ସଂକ୍ରମଣରେ ମଣିପୁରର BJP ସଭାପତିଙ୍କ ମୃତ୍ୟୁ ହେଲା; ଶୋକ ପ୍ରକାଶ କଲେ PM

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଅକ୍ଷୟ ତୃତୀୟା, ଯୁଗାଡି଼ ଓ ବିଜୟା ଦଶମୀ ହେଉଛି ନୂଆ କାର୍ଯ୍ୟ ବା ପ୍ରକଳ୍ପ ଆରମ୍ଭ କରିବା ପାଇଁ ସବୁଠାରୁ ଶୁଭ ସମୟ କାରଣ ଏହି ତିନୋଟି ଦିନ ସବୁ ପ୍ରକାର କୁପ୍ରଭାବରୁ ମୁକ୍ତ ଥାଆନ୍ତି । ଅକ୍ଷୟ ତୃତୀୟାରେ ସୁନା କିଣିବା ପାଇଁ ଶୁଭ ସମୟ ଓ ଏହି ଶୁଭ ଦିନର ଅନ୍ୟାନ୍ୟ ବିବରଣୀ ବିଷୟରେ ଜାଣନ୍ତୁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପୁଅକୁ ନେଇ ଅଭିନେତ୍ରୀ ଶ୍ୱେତା ତିୱାରୀ ପୂର୍ବ ପତିଙ୍କ ମଧ୍ୟରେ ଝଗଡ଼ା CCTV ଫୁଟେଜ୍ VIDEOରେ ଜାରି

ଏ ବର୍ଷର ଅକ୍ଷୟ ତୃତୀୟା ଶୁକ୍ରବାର ମେ ୧୪ ତାରିଖ ସକାଳ ୫:୩୮ରେ ଆରମ୍ଭ ହେଉଛି ଓ ଶନିବାର ମେ ୧୫ ତାରିଖ ସକାଳ ୭:୫୯ ପର୍ଯ୍ୟନ୍ତ ରହିବ । ପୂଜା କରିବା ପାଇଁ ଓ ଦାନ ଦେବା ପାଇଁ ଶୁଭ ମୁହୂର୍ତ୍ତ ମେ ୧୪ ତାରିଖ ସକାଳ ୫:୩୮ରୁ ମଧ୍ୟାନ୍ନ ୧୨ଟା ୧୮ ପର୍ଯ୍ୟନ୍ତ ରହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଏହି ବଲିଉଡ୍ ସେଲିବ୍ରିଟିମାନଙ୍କ ଫିଟନେସ୍ ମନ୍ତ୍ର ହେଉଛି ଯୋଗ; ସେମାନେ ଦିନ ଆରମ୍ଭ କରନ୍ତି ଯୋଗରୁ

ଏହି ଦିନଟି ସୁନା କିଣିବା ପାଇଁ ବହୁତ ଶୁଭ । ତଥାପି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୁନା କିଣିବା ପାଇଁ କେତେକ ନିର୍ଦ୍ଦିଷ୍ଟ ସମୟ ଅବଧି ସବୁଠାରୁ ଅନୁକୂଳ ଫଳାଫଳ ଆଣିବ ବୋଲି ବିଶ୍ୱାସ କରାଯାଏ । ଅକ୍ଷୟ ତୃତୀୟାରେ ସୁନା କିଣିବା ପାଇଁ ସହର ଅନୁଯାୟୀ ଶୁଭ ସମୟ ଜାଣନ୍ତୁ ।

ନୂଆ ଦିଲ୍ଲୀ: ସକାଳ ୫ଟା ୩୮ରୁ ମଧ୍ୟାନ୍ନ ୧୨ଟା ୧୮

ମୁମ୍ବାଇ: ସକାଳ ୬ଟା ୦୪ରୁ ମଧ୍ୟାନ୍ନ ୧୨ଟା ୩୫

ଚେନ୍ନାଇ: ସକାଳ ୫ଟା ୪୪ରୁ ମଧ୍ୟାନ୍ନ ୧୨ଟା ୦୫

ଅହମ୍ମଦାବାଦ: ସକାଳ ୫ଟା ୫୯ରୁ ମଧ୍ୟାନ୍ନ ୧୨ଟା ୩୬

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ରାହୁଲ ଭୋରା

ହାଇଦ୍ରାବାଦ: ସକାଳ ୫ଟା ୪୪ରୁ ମଧ୍ୟାନ୍ନ ୧୨ଟା ୧୨

ଭୁବନେଶ୍ୱର ଓ କଟକ (ଓଡ଼ିଶା): ସକାଳ ୫ଟା ୩୮ରୁ ମଧ୍ୟାନ୍ନ ୧୨ଟା ୧୭

ବେଙ୍ଗାଲୁରୁ: ସକାଳ ୫ଟା ୫୫ରୁ ମଧ୍ୟାନ୍ନ ୧୨ଟା ୧୬

କୋଲକାତା: ସକାଳ ୪ଟା ୫୬ରୁ ମଧ୍ୟାନ୍ନ ୧୨ଟା ୧୮

ଜୟପୁର: ସକାଳ ୫ଟା ୪୦ରୁ ମଧ୍ୟାନ୍ନ ୧୨ଟା ୨୩



ସୁନାର ଦାମ୍‌ ହ୍ରାସ ପାଇଥିବାରୁ ଏ ବର୍ଷ ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଏକ ଭଲ ସୁଯୋଗ ରହିଛି । ବିଭିନ୍ନ ଅଳଙ୍କାର ବ୍ରାଣ୍ଡ୍‌ ଅନେକ ଅଫର୍‌ ଓ ରିହାତି ମଧ୍ୟ ଦେଉଛନ୍ତି ।
Published by: Anand ST Das
First published: May 13, 2021, 11:59 PM IST