ଖଗେଶ୍ବର ଖୋଲିଦେଲା ଅକ୍ଷୟ ଲିଙ୍କ! ନୋଟିସ ପାଇ ବି ହାଜର ହେଲେନି ଅକ୍ଷୟ ପରିଜା

ଅକ୍ଷୟଙ୍କୁ ୩କୋଟି ମାଗିଥିଲେ। ମାତ୍ର ବାର ଲକ୍ଷ ଯାଇଛି ଅର୍ଚ୍ଚନା ଆକାଉଣ୍ଟକୁ। ଆର୍ଥିକ ଦିଗକୁ ନେଇ ଖୋଳତାଡ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମିଳିବ କି ବଡ଼ ସଫଳତା।

ଖଗେଶ୍ବର(ପ୍ରତୀକାତ୍ମକ ଛବି)

ଖଗେଶ୍ବର(ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ବର: ଅକ୍ଷୟଙ୍କୁ ୩କୋଟି ମାଗିଥିଲେ। ମାତ୍ର ବାର ଲକ୍ଷ ଯାଇଛି ଅର୍ଚ୍ଚନା ଆକାଉଣ୍ଟକୁ। ବଡ ଷଡ଼ଯନ୍ତ୍ର ପଛରେ କିଏ ? କେଉଁମାନେ ଅଛନ୍ତି ଏହି ଷଡ଼ଯନ୍ତ୍ରରେ। ହନିଟ୍ରାପ ଲିଙ୍କରେ ଆର୍ଥିକ ଦିଗକୁ ନେଇ ଖୋଳତାଡ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମିଳିବ କି ବଡ଼ ସଫଳତା।

ତଦନ୍ତକୁ ଖଣ୍ଡା ଧାରେ ଧାରେ ନେଇ ଇଡି ପହଞ୍ଚି ପାରିବକି ବଡ଼ ବଡିଆଙ୍କ ପାଖରେ। ଏମିତି ପ୍ରଶ୍ନ ଇଡି ପାଖରେ ଠିଆ ହୋଇଥିବା ବେଳେ ଆଜି ହନିଟ୍ରାପର ଜାଲ ବିଛାଇ ବଡବଡିଆଙ୍କୁ କିଭଳି କରାଯାଉଥିଲା ଶିକାର।ଏହାର‌ ପ୍ରଥମ ଅଭିଯୋଗ ଉଠାଇଥିଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ବୋଲି ତାଙ୍କ ଓକିଲ କହିଛନ୍ତି। ଯଦି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ସସ୍ଥା ତଦନ୍ତ ସଠିକ କରେ ଏହା ପଛରେ ବଡ଼ବଡ଼ିଆଙ୍କ ମୁଖା ଖୋଲିବ। ଏହା ପଛର ସବୁ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି।

ଇଡିର ହୋଇଥିବା ଅକ୍ଷୟଙ୍କ ସମନ ଯୋଗୁଁ ସେ ଇଡିରେ ସମୟ ମାଗିବାକୁ ଆସିଥିଲେ। କାରଣ ବ୍ୟାଙ୍କକରୁ ଫେରିଛନ୍ତି ଅକ୍ଷୟ ପରିଜା। ହୋମ ଆଇସୋଲେସନ ଦୃଷ୍ଟିରୁ ସେ ସଙ୍ଗରୋଧରେ ଅଛନ୍ତି। ଖୁବ ଶୀଘ୍ର ହାଜର ହେବେ। ଅର୍ଚ୍ଚନା କେଳେଙ୍କାରୀର ପ୍ରଥମ ଅଭିଯୋଗକାରୀ ହେଉଛନ୍ତି ଅକ୍ଷୟ।କାରଣ ଅର୍ଚ୍ଚନାର ବ୍ଲାକମେଲିଂ ସମ୍ପର୍କରେ ପ୍ରଥମେ ସାମ୍ନାକୁ ଆଣିଥିଲେ ଅକ୍ଷୟ। ଏନେଇ ନୟାପଲ୍ଲୀ ଥାନାରେ ପ୍ରଥମେ ଅଭିଯୋଗ କରିଥିଲେ‌। ଆଉ ସେ ଅଭିଯୋଗ କରିଥିଲେ ଯେ ଅର୍ଚ୍ଚନା ଓ ଆଉ ଶ୍ରଦ୍ଧାଞ୍ଜଳି କିଛି ଅଶ୍ଳିଳ ଫଟୋ ଜରିଆରେ ତାଙ୍କୁ ବ୍ଲାକ ମେଲ କରିବା ଟଙ୍କା ମାଗୁଥିବା ସେ ପୋଲିସରେ ଅଭିଯୋଗ କରିଥିଲେ। ପରେ ଏହି ଘଟଣାରୁ ଅଡୁଆ ଘେରକୁ ଆସିଥିଲେ ଅର୍ଚ୍ଚନା। ପରେ ଅର୍ଚ୍ଚନା ଖଣ୍ଡଗିରି ଥାନା ଆଧାରରେ ଗିରଫ ହୋଇଥିଲେ।

ଏହି ପ୍ରସଙ୍ଗରେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ମାରିକ କହିଛନ୍ତି , ଏହି ଆଗକୁ ଇଡି ପାଇଁ ଚ୍ୟାଲେଞ୍ଜ ହେବ। କାରଣ ଅଧିକ ଆର୍ଥିକ କାରବାର କ୍ୟାସ ରେ ହ୍ୟାଣ୍ଡ ଟୁ ହ୍ୟାଣ୍ଡ ହୋଇଛି। ବହୁ ଲୋକ ଏହି ମାମଲା ସହିତ ଜଡ଼ିତ। ତେଣୁ ସମସ୍ତଙ୍କୁ ଜେରା କରିବା, ଆର୍ଥିକ କାରବାରର ଖିଅ ଖୋଜି ଆଗକୁ ବଢିବା ଇଡି ପାଇଁ ବଡ ଚ୍ୟାଲେଞ୍ଜ ହେବ। ଏପଟେ ଏଣ୍ଡୋଭର କାର । ଯେଉଁ କାର କିଣିବା ସମୟରେ ଜଣେ ରାଜନେତା ଅର୍ଚ୍ଚନାଙ୍କୁ ୩୩ ଲକ୍ଷ ଟଙ୍କା ଦେଇଥିଲେ। ତେବେ କିଏ ଓ କାହିଁକି ଅର୍ଚ୍ଚନାଙ୍କୁ ଟଙ୍କା ଦେଇଥିଲେ ତାକୁ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
Published by:Soumya Das
First published: