ଖୋଲିବ ପାଠକ ବାପ-ପୁଅ ଓ MLA ପ୍ରଦୀପଙ୍କ ଗୁମର; ୫ ଦିନର CB ରିମାଣ୍ଡରେ ଆକାଶ ପାଠକ
ଆକାଶ ପାଠକଙ୍କ ସହ ତାଙ୍କ ପି.ଏ. ଡ୍ୟାଭିଡ୍ ପିଟର୍ ଓ MLA ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ମୁହାଁମୁହିଁ ଜେରା କରିପାରେ କ୍ରାଇମ୍ ବ୍ରାଞ୍ଚ । ତଥ୍ୟ ହାସଲ କରିବା ପାଇଁ ପିଟରଙ୍କୁ ଏବେ ଗିରଫ ନ କରି ଆଉ କିଛି ଦିନ ନିଜ ହେପାଜତରେ ରଖିପାରେ ପୋଲିସ ।

ପୋଲିସ ହେଫାଜତରେ ଆକାଶ ପାଠକ (ମଝି) (ଫାଇଲ୍ ଫଟୋ)
- News18 Odia
- Last Updated: December 10, 2020, 11:53 PM IST
ଭୁବନେଶ୍ୱର: ଟାଟା ମୋଟର୍ସ ନାମରେ ଅନେକ ଲୋକଙ୍କୁ ଠକେଇ କରିବା ଓ ଆୟ-ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଆକାଶ ପାଠକଙ୍କୁ ଶୁକ୍ରବାର ଠାରୁ ପାଞ୍ଚ ଦିନ ପାଇଁ ରିମାଣ୍ଡରେ ନେଉଛି କିରାଇମ୍ ବ୍ରାଞ୍ଚ । ତାଙ୍କ ସହ ସଘନ ଜେରାରୁ ଏହି ଜଟିଳ ମାମଲାକ ଖିଅ ସବୁ ଗୋଟି ଗୋଟି କରି ଖୋଲିବ ବୋଲି ଆଶା କରାଯାଉଛି ।
ଆଇ.ଏଫ.ଏସ୍. ଅଧିକାରୀ ତଥା ପୂର୍ବତନ ଏପିସିଏଫ (APCF) ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ସାତ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମ୍ ବ୍ରାଞ୍ଚ । ହେଲେ ଆକାଶଙ୍କୁ ପାଞ୍ଚଦିନିଆ ରିମାଣ୍ଡରେ ନେବାକୁ କ୍ରାଇମ ବ୍ରାଞ୍ଚକୁ ଅନୁମତି ଦେଇଛନ୍ତି ଭୁବନେଶ୍ବର ଏସ.ଡି.ଜେ.ଏମ୍. କୋର୍ଟ ।
ଏହା ବି ପଢ଼ନ୍ତୁ | ମୁକେଶ ଅମ୍ବାନୀ ଜେଜେବାପା ହେଲେ; ପୁଅ ଆକାଶ ଓ ବୋହୂ ଶ୍ଳୋକା ଏକ ଶିଶୁ ପୁତ୍ର ଜନ୍ମ ଦେଲେ
ଶୁକ୍ରବାର ଠାରୁ ଆକାଶଙ୍କୁ ରିମାଣ୍ଡରେ ନେଇ ନିଜକୁ ଟାଟା ମୋଟର୍ସର ଏମ୍.ଡି. ବୋଲି କହି କେତେ ଯୁବକଙ୍କ ସାକ୍ଷାତାକାର ସେ ନେଇଛନ୍ତି, କେତେ ଟଙ୍କା ସେମାନଙ୍କୁ ଠାରୁ ସଂଗ୍ରହ କରିଛନ୍ତି ଓ ସେହି କାର୍ଯ୍ୟରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର କେମିତି ସମ୍ପୃକ୍ତି ଓ ସହାୟତା ଥିଲା ସେ ସବୁ ବିଷୟରେ ଅନେକ ପ୍ରଶ୍ନ ପଚାରିବେ କ୍ରାଇମ୍ ବ୍ରାଞ୍ଚର ଅଧିକାରୀମାନେ ।
ଏହା ବି ପଢ଼ନ୍ତୁ | ଝିଅକୁ ଅନଲାଇନ୍ କ୍ଲାସ୍ ପାଇଁ ବାପା ନିଜ ଫୋନ୍ ଦେଲେ; ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଧରାପଡ଼ିଗଲା
ଆକାଶ, ତାଙ୍କ ବାପା ଅଭୟକାନ୍ତ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀ ତିନିହେଁ ଏବେ ଝାରପଡ଼ା ଜେଲରେ ଅଛନ୍ତି । ଠକେଇ, ଜାଲିସାଜି ଓ ଆପରାଧିକ ଷଡ଼ଯନ୍ତ୍ର ଭଳି ଅଭିଯୋଗରେ ଛନ୍ଦି ହୋଇଛନ୍ତି ପ୍ରଦୀପ । ତାଙ୍କୁ ବିଜେଡି ଦଳରୁ ନିଷ୍କାସିତ ବି କରିଛି । ଆକାଶଙ୍କ ବିରୋଧରେ ଲାଗିଛି ଆହୁରି ସଙ୍ଗୀନ ଦଫା – ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୧୨୦-ବି, ୬୬ ସି ଓ ଡି ।
‘‘ରାଜ୍ୟ ଓ ରାଜ୍ୟ ବାହାରେ ବ୍ୟାପିଥିବା ଏହି ମାମଲାର ଆମୂଳଚୂଳ ତଥ୍ୟ ପାଇବା ପାଇଁ ଓ ସବୁ ଅଡ଼ୁଆ ଖିଅକୁ ଯୋଡ଼ି ପୂରା ଜାଲସାଜିକୁ ଖଓଲିବା ପାଇଁ କ୍ରାଇମ୍ ବ୍ରାଞ୍ଚ ହୁଏତ ଟାଟା ମୋଟର୍ସର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆକାଶ, ପିଟର ଓ ପ୍ରଦୀପଙ୍କ ମୁହାଁମୁହିଁ ଜେରା କରିପାରେ,’’ କହିଛନ୍ତି ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ ।
ଆଇନଜୀବୀଙ୍କ ମତରେ ଆକାଶଙ୍କ ସହ ଖାଲି ପିଟର କାହିଁକି, ପ୍ରଦୀପଙ୍କୁ ମଧ୍ୟ ମୁହାଁମୁହିଁ ଜେରା କରାଯାଇପାରେ । ତଥ୍ୟ ହାସଲ କରିବା ପାଇଁ କ୍ରାଇମ ବ୍ରାଞ୍ଚ ପିଟରଙ୍କୁ ଗିରଫ ନ କରି ଆଉ କିଛି ଦିନ ହେପାଜତରେ ରଖିପାରେ । ବଳିଷ୍ଠ ପ୍ରମାଣ ମିଳିଲେ ତାଙ୍କୁ ଗିରଫ କରିପାରେ ।