News18 odia Digital
ଭୁବନେଶ୍ୱର: ମେ ମାସ ୧୩ ତାରିଖରେ ହେବାକୁ ଥିବା ପିପିଲି ବିଧାନ ସଭା ଉପନିର୍ବାଚନ ପାଇଁ କଂଗ୍ରେସ ନିଜ ଦିବଙ୍ଗତ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜଙ୍କୁ ପ୍ରାର୍ଥୀ କରିବା ଉପରେ ବିଚାର କରୁଥିବା ଜଣାପଡ଼ିଛି । ଏହି ଉପନିର୍ବାଚନ ଏପ୍ରିଲ୍ ୧୭ ତାରିଖରେ ହେବାର ଥିଲା, ହେଲେ ଏହାର ମାତ୍ର ତିନି ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନା ଭାଇରସ୍ ସଂକ୍ରମଣ କାରଣରୁ ମୃତ୍ୟୁ ବରଣ କରିବାରୁ ଉପନିର୍ବାଚନକୁ ବାତିଲ କରାଯାଇ ସାନି ତାରିଖ ଦେଇଥିଲେ ନିର୍ବାଚନ କମିସନ ।
ପିପୁଲ୍ସ ରିପ୍ରେଜେଣ୍ଟେଟିଭ୍ ଆକ୍ଟ, ୧୯୫୧, ଅନୁଯାୟୀ ନାମାଙ୍କନ ଭରିଥିବା କୌଣସି ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରାର୍ଥୀଙ୍କର ମୃତ୍ୟୁ ହେଲେ ନିର୍ବାଚନକୁ ସ୍ଥଗିତ କରାଯାଏ ଓ ପରବର୍ତ୍ତୀ ତାରିଖର ନିର୍ବାଚନରେ କେବଳ ସେହି ଦଳକୁ ପ୍ରାର୍ଥୀ ଦେବାର ସୁଯୋଗ ଦିଆଯାଏ । ତେଣୁ ଏବେ କେବଳ କଂଗ୍ରେସ ହିଁ ପ୍ରାର୍ଥୀ ଦେବ । ଶାସକ ଦଳ ବିଜେଡି ଓ ମଖ୍ୟ ବିରୋଧୀ ଦଳ ବିଜେପିର ପ୍ରାର୍ଥୀ ଦ୍ୱୟ – ଯଥା କ୍ରମେ ରୁଦ୍ର ପ୍ରତାପ ମହାରଥୀ ଓ ଆଶ୍ରିତ ପଟ୍ଟନାୟକ – ଅପରିବର୍ତ୍ତିତ ରହିବେ ।
ଏହା ବି ପଢ଼ନ୍ତୁ | ଏ ଥର CBI ଉପରେ ଭାରି ପଡ଼ିଲେ କପିଳ ସିବଲ୍, HCରୁ ଲାଲୁ ଯାଦବଙ୍କ ଜାମିନ୍ କରାଇଲେମିଳିଥିବା ସୂଚନା ମୁତାବକ ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ଶନିବାର ଦିନ ପିପିଲିରେ ଦଳର ନୂଆ ପ୍ରାର୍ଥୀ ନେଇ ଆଲୋଚନା କରିଥିଲେ ଓ ସେଥିରେ ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜଙ୍କୁ ପ୍ରାର୍ଥୀ କରିବାକୁ ନେଇ ପ୍ରବଳ ସମର୍ଥନ ମିଳିଥିଲା । ଦଳୀୟ ସୂତ୍ରଙ୍କ ଅନୁସାରେ ପିପିଲିରେ କଂଗ୍ରେସର ପ୍ରାର୍ଥୀ ହେବା ପାଇଁ ନିଶିକାନ୍ତ ମିଶ୍ର ଓ ପୂର୍ଣ୍ଣ ସ୍ୱାଇଁଙ୍କ ନାଁ ଉପରେ ବି ଚର୍ଚ୍ଚା ହୋଇଥିଲା । ଏହି ଦୁଇ ନେତା ମଧ୍ୟ ପ୍ରାର୍ଥୀ ହେବା ପାଇଁ ନିଜ ଇଚ୍ଛା ପ୍ରକାଶ କରିଥିବା ଜଣାପଡି଼ଛି ।

ଅଜିତ ମଙ୍ଗରାଜଙ୍କ ସହ ବନ୍ଦନା ମଙ୍ଗରାଜ
ରବିବାର ଦିନ ରାଜ୍ୟ କଂଗ୍ରେସ ନେତୃତ୍ୱର ଆଦେଶାନୁସାରେ ପିପିଲିର କେତେକ ସ୍ଥାନୀୟ ନେତା ବନ୍ଦନା ମଙ୍ଗରାଜଙ୍କୁ ତାଙ୍କ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ବାସଭବନରେ ଭେଟିଥିଲେ । ସେମାନେ ପିପିଲିରୁ ପ୍ରାର୍ଥୀ ହେବା ନେଇ ବନ୍ଦନାଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି । ନିଜ ସ୍ୱାମୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁର ମାତ୍ର ଦୁଇ ଦିନ ପରେ ନିଜ ଶାଶୁ କ୍ଷେତ୍ରମଣିଙ୍କୁ ହରେଇ ବନ୍ଦନା ବର୍ତ୍ତମାନ ଶୋକସନ୍ତପ୍ତ ସ୍ଥିତିରେ ଅଛନ୍ତି । ଶନିବାର ଦିନ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଙ୍ଗରାଜ ପରିବାରକୁ ଭେଟି ସମବେଦନା ଜଣାଇଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କୁକୁର ଛୁଆମାନେ ମାଲିକାଣିଙ୍କ ସହ ମିଶି ଯୋଗ କଲେ; VIDEO ଭାଇରାଲ୍ ହେଉଛି; ଦେଖନ୍ତୁ‘‘ଏବେ ଯେହେତୁ ତାଙ୍କ (ବନ୍ଦନା ମଙ୍ଗରାଜ) ପରିବାରରୁ ଦୁଇ ଦୁଇଟି ଦୀପ ନିମିଷକ ମଧ୍ୟରେ ଲିଭିଯାଇଛି, ସେ ଏବେ କଥାବାର୍ତ୍ତା କରିବା ସ୍ଥିତିରେ ନାହାନ୍ତି । ମୁଁ ତାଙ୍କୁ ଭେଟିଲି ଓ କଥା ହେଲି । ତାଙ୍କ ଘର ଏ ପର୍ଯ୍ୟନ୍ତ ସାନିଟାଇଜ୍ ବି ହୋଇନାହିଁ । ଯେହେତୁ ଏବେ ଏବେ କୋଭିଡ୍ କରାଣରୁ ତାଙ୍କ ପରିବାରର ଦୁଇଟି ଦୀପ ଲିଭିଯାଇଛି, ସେ ଚାହୁଁନାହାନ୍ତି ଅନ୍ୟମାନଙ୍କ ଜୀବନକୁ ବିପଦରେ ପକେଇବା ପାଇଁ । ତାଙ୍କ ଘର ସାନିଟାଇଜ୍ ହେବା ପରେ ଆମେ କାଲି ଆଉ ଥରେ ଆସି ତାଙ୍କ ସହ କଥା ହେବୁ । ଆମର ଆଶା ସେ ନିଶ୍ଚୟ ରାଜି ହେବେ,’’ ବନ୍ଦନା ମଙ୍ଗରାଜଙ୍କ ବାସଭବନରୁ ବାହାରକୁ ଆସିବା ପରେ କହିଛନ୍ତି ପିପିଲି ବ୍ଲକ୍ କଂଗ୍ରେସ କମିଟିର ଅଧ୍ୟକ୍ଷ ଜିତୁ ପ୍ରକାଶ ପରିଡ଼ା ।

ଅଜିତ ମଙ୍ଗରାଜଙ୍କ ମା’ କ୍ଷେତ୍ରମଣି
ବନ୍ଦନାଙ୍କୁ ପିପିଲିରୁ ପ୍ରାର୍ଥୀ କରି ଭୋଟରମାନଙ୍କ ସମବେଦନାମୂଳକ ସମର୍ଥନ ପାଇ ଏହି ଆସନକୁ ଜିତିବ ବୋଲି କଂଗ୍ରେସ ଆଶା ରଖିଛି । ହେଲେ ଏ ପର୍ଯ୍ୟନ୍ତ ବନ୍ଦନା ନିଜ ଇଚ୍ଛା ସ୍ପଷ୍ଟ କରିନାହାନ୍ତି । ବିଜେଡି ପ୍ରାର୍ଥୀ ଭାବେ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ନାମାଙ୍କନ ଭରିଥିବା ବେଳେ ବିଜେପିର ପୂର୍ବ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥି ପତ୍ର ଦାଖଲ କରିସାରିଛନ୍ତି ।
ଏହା ବି ପଢ଼ନ୍ତୁ | ଶାହିଦ କପୁର୍ଙ୍କ ମା’ ନୀଳିମା ଅଜିମ୍ କାହିଁକି ନିଜ ପତି ପଙ୍କଜ କପୁର୍ଙ୍କ ଠାରୁ ଅଲଗା ହୋଇଥିଲେ?ପିପିଲି ଉପନିର୍ବାଚନ ପାଇଁ ତିନି ଦଳ ପକ୍ଷରୁ ଜୋରଦାର୍ କ୍ୟାମ୍ପେନ୍ କରାଯାଇଥିଲା । ଭୋଟ୍ ଗ୍ରହଣକୁ ମାତ୍ର ତିନି ଦିନ ବାକି ଥିବା ବେଳେ ଅଜିତ ମଙ୍ଗରାଜ ଆଖି ବୁଜିବାରୁ ଏହି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏପ୍ରିଲ ୧୯ରେ ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଏପ୍ରିଲ ୨୬ରେ କେବଳ କଂଗ୍ରେସ ଦଳକୁ ନାମାଙ୍କନର ସୁଯୋଗ ଦିଆଯିବ । ଏପ୍ରିଲ ୨୭ରେ ମନୋନୟନ ପତ୍ର ଯାଞ୍ଚ ହେବ ଓ ୨୯ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହେବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।