ଡା. ଅଜୟ ପରିଡ଼ାଙ୍କ ଆଜି ଅନ୍ତିମ ସଂସ୍କାର; ILS କାର୍ଯ୍ୟାଳୟରେ ଚାଲିଛି ଶେଷ ଦର୍ଶନ

ଆଇଏଲଏସ୍‌ କାର୍ଯ୍ୟାଳୟରେ ପଦ୍ମଶ୍ରୀ ଡା. ଅଜୟ ପରିଡାଙ୍କ ମରଶରୀର ପହଞ୍ଚିଛି । ସେଠାରେ ଶେଷ ଦର୍ଶନ ପରେ ଜନ୍ମମାଟି ଯାଜପୁରରେ ତାଙ୍କର ଶେଷକୃତ୍ୟ ହେବ । ଯାଜପୁରର ଭଗବାନପୁରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି । ଗତକାଲି ଗୌହାଟିରେ ହୃଦଘାତ ଯୋଗୁ ଡା. ଅଜୟ ପରିଡାଙ୍କ ପରଲୋକ ହୋଇଥିଲା ।

ଅଜୟ ପରିଡ଼ାଙ୍କ ଶେଷକୃତ୍ୟ

ଅଜୟ ପରିଡ଼ାଙ୍କ ଶେଷକୃତ୍ୟ

  • Share this:
News 18 Odia Digital

ଭୁବନେଶ୍ବର: ସ୍ବର୍ଗତ ଆଇଏଲଏସ୍‌ ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ଆଜି ହେବ ଅନ୍ତିମ ସଂସ୍କାର । ପୈତୃକ ଗାଁ ଯାଜପୁର ଧର୍ମଶାଳା ଭଗବାନପୁରରେ ଅନ୍ତିମ ସଂସ୍କାର ହେବ। ତାଙ୍କ ଅକାଳ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଥିବା ବେଳେ ଶେଷ ଦର୍ଶନକୁ ସମସ୍ତେ ଅପେକ୍ଷା କରିଛନ୍ତି। ଆସାମ ଗୌହାଟୀରେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଅଜୟ ପରିଡ଼ା । ମୃତ୍ୟୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। କିଛି ସମୟ ପୂର୍ବରୁ ତାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି।

ଆସାମ ଗୌହାଟୀକୁ ଏକ କନଫରେନ୍ସରେ ଯୋଗ ଦେବାକୁ ଯାଇଥିଲେ ଡା. ପରିଡ଼ା । ସେଠାରେ କନଫରେନ୍ସ ପୂର୍ବରୁ ତାଙ୍କ ହୃଦଘାତ ହୋଇଥିଲା । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। କରୋନା ବିରୋଧୀ ଲଢ଼େଇ ବେଳେ ସାରା ଦେଶ ଦେଖିଥିଲା ଅଜୟ ପରିଡ଼ାଙ୍କ ଦକ୍ଷତା।

ଯାଜପୁରରେ ଜନ୍ମିତ ଅଜୟ ପରିଡ଼ା ୧୯୮୨ ମସିହାରେ ରେଭେନ୍ସା କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରବା ପରେ MSC ବାଣୀବିହାରରୁ ସାରିଥିଲେ। ଏହାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପିଏଚଡି ପରେ ଦେଶର ସୁନାମଧ୍ୟନ ଅନୁଷ୍ଠାନରେ କାର୍ଯ୍ୟ କରିଛନ୍ତି। ଜାନୁଆରୀ ୨୦୧୭ରୁ ILS ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ। କାର୍ଯ୍ୟକାଳ ସରିବା ପରେ ପୁଣି ଥରେ ତାଙ୍କ କାଯର୍ୟକାଳକୁ ୨୦୨୪ ଯାଏଁ ବଢ଼ାଯାଇଥିଲା । ଡା. ଅଜୟ ପରିଡ଼ାଙ୍କ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୦୧୪ରେ ଡାକ୍ତର ପରିଡ଼ାଙ୍କୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ। କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଏମଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍ ନିର୍ଦ୍ଦେଶକ ସହ ଅନେକ ଉଚ୍ଚ ପଦବୀରେ କାର୍ଯ୍ୟ ମଧ୍ୟ କରିଥିଲେ।

ଦୁଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ପୂର୍ଣ୍ଣ ରାଜ୍ୟ ସମ୍ମାନରେ ଅନ୍ତିମ ସଂସ୍କାର କରାଯିବ। ସେ ଟ୍ବିଟ କରି ଲେଖିଥିଲେ, ‘‘ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ତଥା ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ। ଏହି ଦୁଃଖ ସମୟରେ ମୋର ଚିନ୍ତାଧାରା ଓ ପ୍ରାର୍ଥନା ପରିବାର ସଦସ୍ୟ ଓ ବନ୍ଧୁମାନଙ୍କ ସହ ଅଛି।’’
Published by:Soumyashree Mishra
First published: