ପୁରୀରେ ବିମାନବନ୍ଦର ନିର୍ମାଣ ପ୍ରସଙ୍ଗ; ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଇଡକୋର ୩ଜଣିଆ ଟିମ

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀର ଭୌଗୋଳିକ ସ୍ଥିତିର ଅନୁଧ୍ୟାନ କରାଯାଇ ଗ୍ରୀନସିଗନାଲ ମିଳିବା ପରେ ଗତବର୍ଷ ମଲଟି ଡିସିପ୍ଲିନାରୀ ଟିମ୍ ପ୍ରୀଭିଜିବିଲିଟି ଅଧୟନ କରି ରିପୋର୍ଟ ପ୍ରଦାନ କରିଥିଲେ । ଏହାକୁ ନେଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ  ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ଆପ୍ରୋଚିଂ ସ୍କ୍ରୀନିଂ କମିଟି ବୈଠକ  ।

ପୁରୀ ବିମାନବନ୍ଦର ନିର୍ମାଣ ପ୍ରସଙ୍ଗ; ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଇଡକୋର ୩ଜଣିଆ ଟିମ

ପୁରୀ ବିମାନବନ୍ଦର ନିର୍ମାଣ ପ୍ରସଙ୍ଗ; ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଇଡକୋର ୩ଜଣିଆ ଟିମ

  • Share this:
News 18 Odia Digital

ପୁରୀ ; ପୁରୀରେ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଗ୍ରୀନଫିଲଡ଼ ଏୟାରପୋର୍ଟ । ପୁରୀ-ବ୍ରହ୍ମଗିରି ରାସ୍ତାର ସିପସରୁବାଲି ଅଞ୍ଚଳ ନିକଟ ଗିରଳ ଛକଠାରେ ଠାରେ ହେବ ନୂଆ ଏୟାରପୋର୍ଟ । ଆଜି ଇଡକୋର ଏକ ୩ ଜଣିଆ ଟିମ୍ ପୁରୀ ଆସି ଜମି ଅଧିଗ୍ରହଣ ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀର ଭୌଗୋଳିକ ସ୍ଥିତିର ଅନୁଧ୍ୟାନ କରାଯାଇ ଗ୍ରୀନସିଗନାଲ ମିଳିବା ପରେ ଗତବର୍ଷ ମଲଟି ଡିସିପ୍ଲିନାରୀ ଟିମ୍ ପ୍ରୀଭିଜିବିଲିଟି ଅଧ୍ୟୟନ କରି ରିପୋର୍ଟ ପ୍ରଦାନ କରିଥିଲେ । ଏହାକୁ ନେଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ସେପଟେ, ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ଆପ୍ରୋଚିଂ ସ୍କ୍ରୀନିଂ କମିଟି ବୈଠକ । ଇଡକୋର ତିନିଜଣିଆ ଟିମ୍ , ବିମାନ ବନ୍ଦର କର୍ତ୍ତୃପକ୍ଷ, ଉପଜିଲ୍ଲାପାଳଙ୍କୁ ନେଇ ଅନୁଷ୍ଠିତ ହୋଇଛି ବୈଠକ । ୧୧୬୫ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର ।  ଜମି ଅଧିଗ୍ରହଣ, ପରିବେଶ ମଞ୍ଜୁରୀ, ପ୍ରିଭିଜିବିଲିଟ ରିପୋର୍ଟ ଓ ଜିଓଗ୍ରାଫିକାଲ ସର୍ଭେ ଓ ଲ୍ୟାଣ୍ଡ୍ ସର୍ଭେ ସହ ଇକୋନୋମିକ ସର୍ଭେ କରାଯାଇଛି ।  ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚୁଡାନ୍ତ ସର୍ଭେ ପାଇଁ ଡକ୍ୟୁମେଣ୍ଟେସନର ହୋଇଛି ସମିକ୍ଷା । ଏହି ବିମାନବନ୍ଦର ପାଇଁ ସରିଛି ଓଏଲଏସ ବା ଅବଷ୍ଟାକଲ ସର୍ଭେ ।

ଗତ ମାର୍ଚ୍ଚ ମାସରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରକଳ୍ପ ହେବାକୁ ଥିବା  ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲ ସିପସରୁବାଲି ମୌଜାରେ ଚିହ୍ନଟ ଜାଗାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦରର ଅର୍ଥନୈତିକ ସର୍ଭେ କରାଯାଇଛି । ଇଡ୍‌କୋ ପକ୍ଷରୁ ଗୁରଗାଓଁର ୭ଜଣିଆ ବୈଷୟିକ ଦଳ ସିପସରୁବାଲି ମୌଜା ବୁଲି ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ । ଅର୍ଥନୈତିକ ଦୃଷ୍ଟିକୋଣରୁ ଏହି ବିମାନବନ୍ଦର କେତେ ଲାଭଦାୟକ ହୋଇପାରିବ, ତାର ବିଭିନ୍ନ ଦିଗକୁ ପରଖିଛନ୍ତି । ଟେକ୍ନୋ ଇକୋନୋମିକ ଫିଜିବିଲିଟି ଷ୍ଟଡି କରିବା ପାଇଁ ଇଡକୋ ମାଧ୍ୟମରେ ଦିଲ୍ଲୀର ଡିଲାୟେଡ ନାମକ ଏକ ଘରୋଇ ସଂସ୍ଥା ଏହି ସର୍ଭେ କରିଛନ୍ତି । ଏଠାରେ ବିମାନବନ୍ଦର ନିର୍ମାଣ ହେଲେ ଇକୋନୋମିକ ଫିଜିବିଲିଟି କିଭଳି ରହିବ ଯାହା ଘରୋଇ କମ୍ପାନୀ ପାଇଁ ବେଶ୍ ଲାଭପ୍ରଦ ହୋଇପାରିବ ବୋଲି ଏହି ସର୍ଭେ ରିପୋର୍ଟରୁ ଜଣାପଡିବ ।  ଏହାପୂର୍ବରୁ ପ୍ରିଭିଜିବିଲିଟି ଷ୍ଟଡି କରାଯାଇଥିବା ବେଳେ ଅବଷ୍ଟାକଲ ସର୍ଭେ ମଧ୍ୟ ସରିଛି ।

ଜଙ୍ଗଲ ଓ ପରିବେଶଗତ ଦିଗ ସହ ସିଆରଜେଡ୍ ଅଞ୍ଚଳ ମଧ୍ୟରେ ପ୍ରସ୍ତାବିତ ଏୟାରପୋର୍ଟର କିଛି ଅଂଶ ଆସୁଥିବାରୁ ସବୁ ପ୍ରତିବନ୍ଧକକୁ ଦୂର କରି ଖୁବଶୀଘ୍ର ଏୟାରପୋର୍ଟ ପାଇଁ କାର୍ଯ୍ୟ ଆରମ୍ଭ ହେବ ।  ଆର୍ନ୍ତଜାତୀୟ ବିମାନ ବନ୍ଦର ନେଇ  ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆର ଏକ ପ୍ରତିନିଧି ଦଳ ପୁରୀ ଆସି ସ୍ଥାନ ଦେଖିବା ପରେ ପୁରୀରେ ଆର୍ନ୍ତଜାତୀକ ବିମାନ ବନ୍ଦର ହେବାନେଇ ଆଶା ଦୃଢୀଭୂତ ହୋଇଛି ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

୨୦୨୧ ନୂଆବର୍ଷ ଅର୍ଥାତ୍‌ ଜାନୁଆରି ପହିଲାରେ ମୁଖ୍ୟମନ୍ତ୍ରୀ ପୁରୀରେ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର କରିବା ଉପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ  ପ୍ରସ୍ତାବିତ ଏହି ପ୍ରକଳ୍ପ ପାଇଁ ୧୫୦୦ ଏକର ଜାଗା ଚିହ୍ନଟ ହୋଇଥିଲା । ପରେ ୧୨ଶହ ଏକର ସରକାରୀ ଜମିରୁ ୧୧୬୫ଏକର ଜମିରେ କେବଳ ବିମାନବନ୍ଦର କାର୍ଯ୍ୟ ହେବାକୁ ଥିବା ବେଳେ ଅବଶିଷ୍ଟ ଯାଗାରେ ଅନ୍ୟାନ୍ୟ ଉନ୍ନତିମୁଳକ କାର୍ଯ୍ୟ କରାଯିବ । ପୂର୍ବରୁ ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକ ମାନେ ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇ ପୁରୀ ଆସୁଥିଲେ । କିନ୍ତୁ ଏବେ ପୁରୀରେ ବିମାନ ବନ୍ଦର ପ୍ରତିଷ୍ଠା ହେଲେ ପର୍ଯ୍ୟଟକ ମାନେ ଆଉ ଭୁବନେଶ୍ୱରରେ ନଓହ୍ଲାଇ ପୁରୀକୁ ସିଧାସଳଖ ଆସିପାରିବେ । ଏହାଦ୍ୱାରା ପର୍ଯ୍ୟଟନଶିଳ୍ପ ସହ ଜଡିତ ବ୍ୟବସାୟୀ ମାନେ ପ୍ରତକ୍ଷ୍ୟ ଓ ପରୋକ୍ଷ ଭାବେ ଆର୍ଥିକ କ୍ଷେତ୍ରରେ ଉପକୃତ ହୋଇପାରିବେ । ଅନ୍ୟପଟେ ପର୍ଯ୍ୟଟନ ଦୃଷ୍ଟି କୋଣରୁ ଏହି ବିମାନ ବନ୍ଦର ହେଲେ ପୁରୀର ଅର୍ଥନୈତିକ ବିକାଶ ହେବା ସହ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବ ବୋଲି କହିଛନ୍ତି ବୁଦ୍ଧିଜିବୀ ତଥା ସମାଜସେବୀ ମନୋଜ ରଥ " ।

ଭାରତୀୟ ବିମାନବନ୍ଦର ପ୍ରାଧିକରଣ ପରାମର୍ଶକୁ ଭିତ୍ତି କରି ଆବଶ୍ୟକୀୟ ସର୍ଭେ ପାଇଁ ରାଜ୍ୟ ସରକାର ୧୭ ଲକ୍ଷ ୧୧ ହଜାର ଟଙ୍କା ମଞ୍ଜୁର କରିଥିଲେ । ଏହି ଅର୍ଥ ପାଇବା ପରେ ଡିଆରଏସ୍ ନାମକ ସ୍ଵୀକୃତ ପ୍ରାପ୍ତ ସଂସ୍ଥା ଦ୍ବାରା ଭୂତଳ ସର୍ଭେ ସହ ପ୍ରସ୍ତାବିତ ସ୍ଥାନ ଯାଞ୍ଚ କରାଯାଇଛି । ଏଥିସହ ଏରୋଡ୍ରମ ସର୍ଭେ, ପ୍ରସ୍ତାବିତ ବିମାନ ଅବତରଣ ସ୍ଥାନ (run way), ବିମାନବନ୍ଦର ନିୟନ୍ତ୍ରଣ କକ୍ଷ, ନକ୍ସା ପ୍ରସ୍ତୁତି, ଗାଡ଼ି ପାର୍କିଂ, ବିମାନ ବିଶ୍ରାମସ୍ଥଳ ସ୍ଥାନ ଚିହ୍ନଟ କରାଯାଉଛି ।  ଜମି ଅଧିଗ୍ରହଣ, ଟେକ୍ନୋ ଫିଜିବିଲିଟି ସର୍ଭେ ଓ ସମସ୍ତ ଅନୁମତି ହାସଲ ପରେ ଖୁବଶୀଘ୍ର ଶ୍ରୀଜଗନ୍ନାଥ ଗ୍ରୀନଫିଲଡ଼ ଏୟାରପୋର୍ଟ କାମ ଆରମ୍ଭ ହେବ। ଆସନ୍ତା ଦୁଇବର୍ଷ ମଧ୍ୟରେ ଏହା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି , ବୋଲି କହିଛନ୍ତି ଉପଜିଲାପାଳ ତଥା ଆପ୍ରୋଚିଂ ସ୍କ୍ରୀନିଂ କମିଟି ସଦସ୍ଯ ଭବତାରଣ ସାହୁ "  ।
Published by:Soubhagya Mishra
First published: