Naba Das shot: ଝାରସୁଗୁଡାରୁ ନବ ଦାସଙ୍କୁ ଏୟାରଲିଫ୍ଟ; ଭୁବନେଶ୍ୱରରେ ରାସ୍ତା କ୍ଲିୟର କଲା ପୋଲିସ

Naba Das shot: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏୟାରଲିଫ୍ଟ । ଆପୋଲରେ ପହଞ୍ଚିଲେ ମୁଖ୍ଯମନ୍ତ୍ରୀ ଓ ଅନ୍ଯ ନେତା ବିଧାୟକ ।

Naba Das shot

Naba Das shot

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Naba Das shot: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଛି । ଝାରସୁଗୁଡା ଗାନ୍ଧି ଛକରେ ତାଙ୍କୁ ଗୁଳି ମାଡ ହୋଇଛି । ଏକ କାର୍ଯ୍ଯକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଏଭଳି ଗୁଳିକାଣ୍ଡ ହୋଇଥିବାର ସୂଚନା ମିିଳିଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏୟାରଲିଫ୍ଟ କରାଗଲା ।ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ଅଣାଯାଉଛି । ଝାରସୁଗୁଡା ହସ୍ପିଟାଲରୁ ସ୍ୱତନ୍ତ୍ର ବିମାନରେ ଅଣାଯାଉଛି । ମନ୍ତ୍ରୀଙ୍କୁ ଏୟାରଲିଫ୍ଟ ଆରମ୍ଭ ହୋଇଛି । ଏହା ପୂର୍ବରୁ ଆପୋଲୋରେ ପହଞ୍ଚିଛନ୍ତି ବିଧାୟକ ଦେବୀ ମିଶ୍ର, ସମ୍ବିତ ରାଉତରାୟ, ଉମା ସାମନ୍ତରାୟ, ନବଙ୍କ ବହୁ ସମର୍ଥକ । ମୁୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ଯ ଆପୋଲରେ ପହଞ୍ଚିଛନ୍ତି ।

Naba Das shot: କଡା ସୁରକ୍ଷା ଭିତରେ କିପରି ହେଲା ଗୁଳିମାଡ଼? ତଦନ୍ତ କରିବ କ୍ରାଇମବ୍ରାଞ୍ଚ


ଏୟାରପୋର୍ଟ - ଏଜି ଛକ - ରବୀନ୍ଦ୍ର ମଣ୍ଡପ - ଆଚାର୍ଯ୍ୟ ବିହାର -ଆପୋଲରେ ପହଞ୍ଚିବେ ନବଦାସ । ସେନେଇ ରାଜଧାନୀରେ ରାସ୍ତା କ୍ଲିୟର କରିଛି ପୋଲିସ ।

ସୂଚନାଯୋଗ୍ଯ, ଏହି ଘଟଣା ଆଉ କେହି ନୁହଁନ୍ତି ବରଂ ପୋଲିସ କର୍ମୀ କରିଥିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି । ପୋଲିସ କର୍ମୀ ଗୋପାଳ ଦାସ ଏହି ଦୁର୍ଘଟଣା ଘଟାଇଥିବା ସୂଚନା ମିଳିଛି। ଗାଡିରୁ ଓହ୍ଲାଇବା ବେଳେ ଗୁଳିମାଡ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପୋଲିସ ବେଶରେ ଜଣେ ଗୁଳି ମାଡ କରାଯାଇଥିବାର ସୂଚନା ମିଳିଛି। ମନ୍ତ୍ରୀଙ୍କ ଗାଡି ନିକଟରୁ ଗୁଳିମାଡ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ପୋଲିସ ବେଶଧାରୀ ଗୁଳି ମାଡ କରିଛି।
Published by:Soumya Das
First published: