କୁଆଖାଇ ନଦୀକୂଳରେ ହେବ ସୂର୍ଯ୍ୟକିରଣ ଏୟାର ସୋ: ସ୍ଥିତ ପରଖିଲେ ପୋଲିସ କମିଶନର

ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ହେବାକୁ ଥିବା ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ପାଇଁ ଆଜି ଭୁବନେଶ୍ୱର ପହଞ୍ଚିଛି ଇଣ୍ଡକ୍ସନ ଟିମ। ସୋମବାର କାର୍ଯ୍ୟକ୍ରମ ସ୍ଥଳର ସ୍ଥିତି ପରଖିଛନ୍ତି ପୋଲିସ କମିଶନର ।

ସ୍ଥିତି ପରଖୁଛନ୍ତି ପୋଲିସ କମିଶନର (ପ୍ରତୀକାତ୍ମକ ଛବି)

ସ୍ଥିତି ପରଖୁଛନ୍ତି ପୋଲିସ କମିଶନର (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ଆସନ୍ତା ୧୬ ତାରିଖରେ କୁଆଖାଇ ନଦୀକୂଳରେ ହେବାକୁ ଥିବା ସୂର୍ଯ୍ୟକିରଣ ସୋ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ସୋମବାର କାର୍ଯ୍ୟକ୍ରମ ସ୍ଥଳର ସ୍ଥିତି ପରଖିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ । ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ହେବାକୁ ଥିବା ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ପାଇଁ ଆଜି ଭୁବନେଶ୍ୱର ପହଞ୍ଚିଛି ଇଣ୍ଡକ୍ସନ ଟିମ। ମଙ୍ଗଳବାର ସୋ'ରେ ଭାଗ ନେବାକୁ ଥିବା ୧୧ଟି ହକ ବିମାନ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ୱର କୁଆଖାଇ ବାଲିଯାତ୍ରା ପଡ଼ିଆରେ ହେବ ସୂର୍ଯ୍ୟକିରଣ ସୋ। ଏଥିପାଇଁ ପ୍ରସ୍ତୁତ ହୋଇଛି ୯ଟା ଲଢୁଆ ବିମାନ। ଦର୍ଶକେ ଦେଖିବେ ୪୫ ମିନିଟର ଚିତ୍ତାକର୍ଷକ ସୋ । ୪୫ ମିନିଟର ଏହି ଶୋ ପାଇଁ ୧୦ଟା ୧୧ ଓ ୪ଟା ୧୫ ମିନିଟରୁ ୫ଟା ୧୫ ମିନିଟର ସମୟ ଧାର୍ଯ୍ୟ କରାଯାଇଛି । ଏୟାର ସୋରେ ୮୦ ରୁ ୯୦ ଜଣ ସଦସ୍ୟ ସାମିଲ ହେବେ। ପାଣିପାଗକୁ ଦୃଷ୍ଟିରେ ରଖି ଯେକୌଣସି ଗୋଟିଏ ସମୟରେ ଏହି ଏୟାର ସୋ କରାଯିବ। ଏ ନେଇ ଏୟାର ଟ୍ରାଫିକ କଣ୍ଟ୍ରୋଲର ଅନୁମିତି ଦେବ।

"ଏୟାର ସୋ କୁ ଦେଖିବା ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଆସିବାର କାର୍ଯ୍ୟକ୍ରମ ରହିଛି। ନିମନ୍ତ୍ରିତ ଅତିଥି ଓ ସାଧାରଣ ଲୋକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ହାଇଟେକ ଛକରୁ ଜରିପାଟଣା ରାସ୍ତାରେ କିଭିଳି ଟ୍ରାଫିକ ସମସ୍ୟା ନ ଉପୁଜିବ ସେନେଇ ଟ୍ରାଫିକ ପୋଲିସ ନଜର ରଖିବ। କୂଆଖାଇ ନଦୀ ପଠା ଓ ଅପର ପଟେ ସୁରକ୍ଷା ଲାଗି ପୋଲିସ କର୍ମଚାରୀ ମୂତୟନ ହେବେ। ସୁରକ୍ଷା ଲାଗି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ," କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଆଜାଦି କା ଅମୃତ ମହୋତ୍ସବ ଅବସରରେ ହେବାକୁ ଥିବା ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ପାଇଁ ଆଜି ଭୁବନେଶ୍ୱରେ ଇଣ୍ଡକ୍ସନ ଟିମ ପହଞ୍ଚିବାର ଥିଲା । N32 ବିମାନରେ ଆସିବ ଇଣ୍ଡକ୍ସନ ଟିମ । ୧୩ ତାରିଖରେ ସୋ'ରେ ଭାଗ ନେବାକୁ ଥିବା ୧୧ଟି ହକ ବିମାନ ଆସିବ। ସୋ'ରେ ୯ଟି ହକ ବିମାନ ଅଂଶଗ୍ରହଣ କରିବ ଓ ୨ଟି ଷ୍ଟାଣ୍ଡ ବାଏ ରହିବ। ୧୫ ତାରିଖରେ ରିର୍ହଲସେଲ ହେବ । ସେପଟେ ଭୁବନେଶ୍ବରରେ ପ୍ରଥମ ଥର ହେଉ ଥିବା ବେଳେ ଜରିପାଟଣା ଗ୍ରାମ ଅଞ୍ଚଳର ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।
Published by:Soumya Das
First published: