ଆକାଶରେ ନୂଆ ସମ୍ଭାବନା: ରାଜ୍ୟରେ ବିମାନ ସେବା ବଢ଼େଇବା ପାଇଁ ନୂଆ ନୀତି ଆଣିବେ ସରକାର

ଓଡ଼ିଶାରୁ ବାହାରକୁ ଓ ବାହାରୁ ଓଡ଼ିଶାକୁ ୧୪ଟି ନୂଆ ଫ୍ଲାଇଟ୍ ଗ୍ରୀଷ୍ମ ଋତୁ ସୁଦ୍ଧା ଆରମ୍ଭ ହେବାକୁ ଯାଉଛି । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଘରୋଇ ବିମାନ ସେବା ବୃଦ୍ଧି ପାଇଛି ଓ ଆନ୍ତର୍ଜାତୀୟ ସେବା ପାଇଁ ସୁଯୋଗ ସୃଷ୍ଟି ହୋଇଛି ।

ଆକାଶରେ ନୂଆ ସମ୍ଭାବନା: ରାଜ୍ୟରେ ବିମାନ ସେବା ବଢ଼େଇବା ପାଇଁ ନୂଆ ନୀତି ଆଣିବେ ସରକାର
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: January 23, 2020, 11:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ବିମାନ ଯାତ୍ରୀଙ୍କ ସଂଖ୍ୟା ବଢ଼ୁଥିବାରୁ ବିମାନ ସଂଖ୍ୟା ବୃଦ୍ଧି କରିବା ନେଇ ନେଇ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ବିମାନ ସେବା ବୃଦ୍ଧି କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ରୋଡ଼ ମ୍ୟାପ ଅନୁସାରେ ସରକାର ବିମାନ ଚ଼ଳାଚ଼ଳ ଉପରେ ଏକ ନୂଆ ନୀତି ଖୁବ୍‌ ଶୀଘ୍ର ଆଣିବାକୁ ଯିଉଛନ୍ତି ।

ଓଡ଼ିଶାରୁ ବାହାରକୁ ଓ ବାହାରୁ ଓଡ଼ିଶାକୁ ୧୪ଟି ନୂଆ ଫ୍ଲାଇଟ୍‌ ଗ୍ରୀଷ୍ମ ଋତୁ ସୁଦ୍ଧା ଆରମ୍ଭ ହେବାକୁ ଯାଉଛି । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଘରୋଇ ବିମାନ ସେବା ବୃଦ୍ଧି ପାଇଛି ଓ ଆନ୍ତର୍ଜାତୀୟ ସେବା ପାଇଁ ସୁଯୋଗ ସୃଷ୍ଟି ହୋଇଛି ବୋଲି ୨୧ଟି ଦେଶୀ ଓ ବିଦେଶୀ ବିମାନ ସେବା କମ୍ପାନୀମାନଙ୍କ ବରିଷ୍ଠ ପ୍ରତିନିଧିମାନଙ୍କ ସହ ବୁଧବାର (ଜାନୁଆରୀ ୨୨) ଭୁବନେଶ୍ୱରରେ ଆୟୋଜିତ ଏକ ବୈଠକରେ କହିଥିଲେ ମୁଖ୍ୟ ମନ୍ତ୍ରୀ । ରାଜ୍ୟକୁ ବିମାନ ସେବାରେ ଯୋଡ଼ିବା ପାଇଁ ବିମାନ ଚ଼ଳାଚ଼ଳ କମ୍ପାନୀଗୁଡ଼ିକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ସେ ପ୍ରତିଶୃତି ଦେଇଛନ୍ତି ।

ଏହି ୨୧ଟି ବିମାନ କମ୍ପାନୀର ପ୍ରତିନଧିଙ୍କ ସହ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚ଼ଳାଚ଼ଳ ମନ୍ତ୍ରଣାଳୟର ସଚିବ, ଯୁଗ୍ମ ସଚିବ ଓ ରାଜ୍ୟ ସରକାରଙ୍କ ଉଚ୍ଚପଦସ୍ତ ଅଧିକାରୀଙ୍କ ମଧ୍ୟ ଆଲୋଚନା ହୋଇଥିଲା । ସିଙ୍ଗାପୁର,ବ୍ୟାଙ୍ଗକ ଓ ଆବୁଧାବୀକୁ ବିମାନ ସେବା ବୃଦ୍ଧି କରିବା ନେଇ ବିମାନ କମ୍ପାନୀମାନଙ୍କ ସହ ଆଲୋଚନା ହେବା ପରେ ନୂଆ ପଲିସି ଆଣିବେ ରାଜ୍ୟ ସରକାର ।

ପୂର୍ବରୁ ନୂଆ ରୁଟଗୁଡ଼ିକୁ ଯୋଡ଼ୁଥିବା ଘରୋଇ ବିମାନ ସେବା କମ୍ପାନୀମାନଙ୍କୁ ଇନ୍ଧନ ଉପରେ ମାତ୍ର ୧ ପ୍ରତିଶତ ଭ୍ୟାଟ ସହ ବିଦେଶ ସେବା ପାଇଁ ଇନ୍ଧନ ଉପରେ ୦ ପ୍ରତିଶତ ଭ୍ୟାଟ ଲାଗୁ କରି ବିମାନ କମ୍ପାନୀମାନଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସରକାର ।

ବିମାନ ସେବା କମ୍ପାନୀମାନଙ୍କ ବରିଷ୍ଠ ପ୍ରତିନିଧିମାନଙ୍କ ସହ ବୈଠକରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ


କେନ୍ଦ୍ର ସରକାରଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ପରେ  ୧୪ ଟି ନୂଆ ରୁଟକୁ ବିମାନ ଚ଼ଳାଚ଼ଳ ଆରମ୍ଭ କରିବାକୁ ନେଇ ରୂପରେଖ ବି ପ୍ରସ୍ତୁତ ହୋଇଛି । ଗତ ୨୦ ତାରିଖ ଦିନ ଭୁବନେଶ୍ବରରୁ ସୁରତ ଓ ବେଙ୍ଗାଲୁରୁକୁ ଦୁଇଟି ବିମାନ ଉଡ଼ାଣ କରିଥିବା ବେଳେ ବର୍ଷକ ମଧ୍ୟରେ ଆହୁରି ୫ଟି ନୂଆ ରୁଟକୁ ବିମାନ ଉଡ଼ାଣ ଆରମ୍ଭ କରିବ ।

ଜାନୁଆରୀ ୨୪ରେ କୋଲକତା-ଝାରସୁଗୁଡ଼ା ବିମାନ ସେବା ଆରମ୍ଭ ହେବାକୁ ଥିବା ବେଳେ ବର୍ଷକ ମଧ୍ୟରେ  ଝାରସୁଗୁଡ଼ା- ମୁମ୍ବାଇ, ପ୍ରୟାଗରାଜ-ଭୁବନେଶ୍ବର, ଦିଲ୍ଲୀ-ଭୁବନେଶ୍ବର, ଭୁବନେଶ୍ବର-ରାଉରକେଲା ଓ ଭୁବନେଶ୍ବର-କଲାଇକୁଣ୍ଡାକୁ ମଧ୍ୟ ନୂଆ ସେବା ଆରମ୍ଭ ହେବ ବୋଲି କହିଛନ୍ତି ଅଧିକାରୀମାନେ ।

‘‘ଗତ ପାଞ୍ଚ ବର୍ଷକୁ ଦେଖିଲେ ଜାଣିବା ଯେ ଓଡ଼ିଶାକୁ ଓ ଓଡ଼ଶାରୁ ଏଆର ଟ୍ରାଫିକ ବୃଦ୍ଧି  ପାଇଛି । ସାରା ଦେଶରେ ବିମାନ ଯାତ୍ରୀଙ୍କ ସଂଖ୍ୟା ହାରାହାରି ୧୭ ପ୍ରତିଶତ ବଢ଼ିଥିବା ବେଳେ ଓଡ଼ିଶାରେ ୨୯ ପ୍ରତିଶତ ବୃଦ୍ଧି ହୋଇଛି,’’ କହିଛନ୍ତି ବେସାମରିକ ଚ଼ଳାଚ଼ଳ ମନ୍ତ୍ରଣଶଳୟ ସଚିବ ପ୍ରଦୀପ ସିଂ ଖରୋଲ ।

ମୁଖ୍ୟ ଶାସନ ସଚ଼ିବ ଅସିତ ତ୍ରୀପାଠୀ କହିଛନ୍ତି: ‘‘ଉଡ଼ାଣ ଯୋଜନାରେ ରାଜ୍ୟରେ ଥିବା ଜୟପୁର, ରାଉରକେଲା ଓ ଉତ୍କେଲା ଏଆର ଷ୍ଟ୍ରିପ୍‌ କାର୍ଯ୍ୟକ୍ଷମ ହେବା ସହ ବିମାନ ସେବା ନ ଥିବା ଜୟପୁର, ପୁଣେ, ଆଲ୍ହାବାଦ ଓ ବାରଣାସୀ ପରି ସହରକୁ କିପରି ବିମାନ ସେବା ଆରମ୍ଭ ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା ଏ ବୈଠକରେ । ଏହା ପରେ ସିଙ୍ଗାପୁର, ବ୍ୟାଙ୍ଗକ ଓ ଆବୁଧାବୀକୁ ବିମାନ ସେବା ଆରମ୍ଭ କରିବା ନେଇ ସରକାର କମ୍ପାନୀ ମାନଙ୍କ ସହ ଆଲୋଚନା କରିବା ପରେ ନୂଆ ପଲିସି ତିଆରି କରିବେ’’ ।

ବର୍ତ୍ତମାନ ଭୁବନେଶ୍ବର ବିମାନ ବନ୍ଦରରୁ ପ୍ରତିଦିନ ୪୩ଟି ବିମାନ ନିୟମିତ ଉଡ଼ାଣ କରୁଛି । ଇଣ୍ଡିଗୋ, ଗୋ ଏଆର, ଏଆର ଏସିଆ, ଭିସ୍ତାରା ଓ ଏଆର ଇଣ୍ଡିଆ ଆଲାଏନ୍ସ ଭଳି ୫ଟି ବିମାନ କମ୍ପାନୀ ପକ୍ଷରୁ ବିମାନ ଚ଼ଳାଚ଼ଳ ଜାରି ରହିଛି ଓ ଦୈନିକ ୧୦ ହଜାରରୁ ୧୧ ହଜାର ଯାତ୍ରୀ ବିମାନରେ ଯାତାୟତ କରୁଛନ୍ତି ।
First published: January 23, 2020, 11:09 PM IST