ଆକାଶମାର୍ଗରେ ଦମ ଦେଖାଇଲା ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ

ରାଜ୍ୟ ରାଜଧାନୀରେ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ ଭୁବନେଶ୍ୱର କୁଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ ପ୍ରଦର୍ଶନ କରାଯାଇଛି ।

ଆକାଶମାର୍ଗରେ ଦମ ଦେଖାଇଲା ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ

ଆକାଶମାର୍ଗରେ ଦମ ଦେଖାଇଲା ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ

  • News18 Odia
  • Last Updated :
  • Odisha (Orissa), India
  • Share this:
News 18 Odia Digital

ଭୁବନେଶ୍ବର : ଦମ ଦେଖାଇଲା ବାୟୁସେନା ବିମାନ। ରାଜ୍ୟ ରାଜଧାନୀରେ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ ଭୁବନେଶ୍ୱର କୁଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ ପ୍ରଦର୍ଶନ କରାଯାଇଛି । ଭାରତୀୟ ବାୟୁସେନାର ୯ଟି ହକ ବିମାନ ଆକାଶ ମାର୍ଗରେ ନିଜର ସାହାସିକତା ପ୍ରଦର୍ଶନ କରିଥିଲେ । ଏହାକୁ ଦେଖିବା ପାଇଁ ମଧ୍ୟ ଅନେକ ଲୋକଙ୍କ ସମାଗମ ହୋଇଥିଲା ।

ଆକାଶ ମାର୍ଗରେ ଚିତାକର୍ଷକ କଳାକୌଶଳ ଦେଖାଇଥିଲା ବାୟୁସେନାର ବିମାନ। କେତେବେଳେ ଭରଟିକାଲ ଚର୍ଲି, ଆଉ କେତେବେଳେ ଆରୋହେଡ ଫରମେସନ, ପୁଣି କେତେବେଳେ ଡାଇମନ ଫରମେସନ ସାଙ୍ଗକୁ ସୁଇସାଇଡାଲ କ୍ରସି। ସ୍ଥଳଭାଗ ଠାରୁ ୫୦୦ ଫୁଟ ଉଚ୍ଚର ଏଭଳି କିଛି ସାହାସିକତା ପ୍ରଦର୍ଶନ ଦେଖାଇଥିଲା ଭାରତୀୟ ବାୟୁସେନା । ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ଥିଲେ । ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।
Published by:Sujit Swain
First published: