ଆସନ୍ତାକାଲି ଅନୁଷ୍ଠିତ ହେବ ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ; ପ୍ରସ୍ତୁତି ଶେଷ

ଆସନ୍ତାକାଲି ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ ସକାଳ ୧୦.୧୬ ମିନିଟ ସମୟରେ ଅନୁଷ୍ଠିତ ହେବ। ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ।

ଆସନ୍ତାକାଲି ଅନୁଷ୍ଠିତ ହେବ ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ

ଆସନ୍ତାକାଲି ଅନୁଷ୍ଠିତ ହେବ ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ହେବାକୁ ଥିବା ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ ପାଇଁ ଶେଷ ହୋଇଛି ଫୁଲ ଡ୍ରେସ୍ ରିହଲସଲ। ଭୁବନେଶ୍ୱର କୁଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ ଫୁଲ ଡ୍ରେସ ରିହଲସଲ କରିଛି ଭାରତୀୟ ବାୟୁସେନା। ରିହଲସଲ ବେଳେ ଭାରତୀୟ ବାୟୁସେନାର ୯ଟି ହକ ବିମାନ ଆକାଶ ମାର୍ଗରେ ନିଜର ସାହାସିକତା ପ୍ରଦର୍ଶନ କରିଥିଲେ।

ଦମ ଦେଖାଇଲା ବାୟୁସେନା ବିମାନ। ଆକାଶ ମାର୍ଗରେ ଚିତାକର୍ଷକ କଳାକୌଶଳ ଦେଖାଇଲା ବାୟୁସେନାର ଡକ ବିମାନ। କେତେବେଳେ ଭରଟିକାଲ ଚର୍ଲି, ଆଉ କେତେବେଳେ ଆରୋହେଡ ଫରମେସନ, ପୁଣି କେତେବେଳେ ଡାଇମନ ଫରମେସନ ସାଙ୍ଗକୁ ସୁଇସାଇଡାଲ କ୍ରସି। ସ୍ଥଳଭାଗ ଠାରୁ ୫୦୦ ଫୁଟ ଉଚ୍ଚର ଏଭଳି କିଛି ସାହାସିକତା ପ୍ରଦର୍ଶନ ଦେଖାଇଥିଲା ଭାରତୀୟ ବାୟୁସେନା।

ଆସନ୍ତାକାଲି ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ ସକାଳ ୧୦.୧୬ ମିନିଟ ସମୟରେ ଅନୁଷ୍ଠିତ ହେବ।


ଶୁକ୍ରବାର ଏହି କାର୍ଯ୍ୟକ୍ରମ ସକାଳ ୧୦.୧୬ ମିନିଟ ସମୟରେ ଅନୁଷ୍ଠିତ ହେବ। ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ରହିବେ। ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସ୍ଥିତିର ସମୀକ୍ଷା କରିଥିଲେ ଭୁବନେଶ୍ୱର ଡ଼ିସିପି।

"ଏୟାର ଶୋ କାର୍ଯ୍ୟକ୍ରମ ପାଇଁ କମିଶନରେଟ ପୋଲିସ ପକ୍ଷରୁ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ୧୦୦ ଜଣ ବରିଷ୍ଠ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ। ଟ୍ରାଫିକ ସମସ୍ୟା ନ ଉପୁଜିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯେଉଁମାନେ କାର୍ଯ୍ୟକ୍ରମ ସ୍ଥଳକୁ ଆସିବେ ସେମାନେ ଆଗୁଆ ପହଞ୍ଚିବାକୁ କୁହାଯାଇଥିବା," କହିଛନ୍ତି ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂ।
Published by:Lipina Das
First published: