ଏମ୍ସ ଭୁବନେଶ୍ୱରରେ ଆଣ୍ଠୁଗଣ୍ଠି ବାତ ପାଇଁ ସ୍ୱତନ୍ତ୍ର କ୍ଲିନିକ୍ ସେବା ଆରମ୍ଭ; ଉପକୃତ ହେବେ ଲୋକ

ଏମ୍ସ ଭୁବନେଶ୍ୱରର ଜେନେରାଲ୍ ମେଡିସିନ୍ ବିଭାଗ ଅଧୀନରେ ଏହି ସ୍ୱତନ୍ତ୍ର କ୍ଲିନିକ୍ ଚଳିତ ମାସ ୪ରୁ କାର୍ଯ୍ୟାରମ୍ଭ କରିଛି। ଏହି କ୍ଲିନିକ୍ ଜେନେରାଲ୍ ମେଡିସିନ୍ ବିଭାଗର ମୁଖ୍ୟ ଡକ୍ଟର ଅନୁପମ ଦେ’ଙ୍କ ନେତୃତ୍ୱରେ ପରିଚାଳିତ ହେବ।

ଏମ୍ସ ଭୁବନେଶ୍ୱରରେ ଆଣ୍ଠୁଗଣ୍ଠି ବାତ ପାଇଁ ସ୍ୱତନ୍ତ୍ର କ୍ଲିନିକ୍ ସେବା ଆରମ୍ଭ

ଏମ୍ସ ଭୁବନେଶ୍ୱରରେ ଆଣ୍ଠୁଗଣ୍ଠି ବାତ ପାଇଁ ସ୍ୱତନ୍ତ୍ର କ୍ଲିନିକ୍ ସେବା ଆରମ୍ଭ

  • Share this:
News18 Odia Digital

ଭୁବନେଶ୍ବର: ଆଣ୍ଠୁଗଣ୍ଠିବାତ, ମାଂସପେଶୀ ଜନିତ ବିଭିନ୍ନ ରୋଗ, ଏସ୍‌ଏଲଇ ଓ ସ୍କ୍ଲ‌େରୋଡର୍ମା ଭଳି ନାନା ସମସ୍ୟାରେ କଷ୍ଟ ଭୋଗୁଥିବା ବ୍ୟକ୍ତିଙ୍କୁ ବିଶେଷ ଚିକିତ୍ସା ଯୋଗାଇ ଦେବା ଲକ୍ଷ୍ୟରେ ଏମ୍ସ ଭୁବନେଶ୍ୱରରେ ବହୁ ପ୍ରତିକ୍ଷୀତ ଆଣ୍ଠୁଗଣ୍ଠି ବାତ (ରିମାଟୋଲୋଜି) ସ୍ୱତନ୍ତ୍ର କ୍ଲିନିକ୍ ସେବାର ଶୁଭାରମ୍ଭ କରାଯାଇଛି।

ଏମ୍ସ ଭୁବନେଶ୍ୱରର ଜେନେରାଲ୍ ମେଡିସିନ୍ ବିଭାଗ ଅଧୀନରେ ଏହି ସ୍ୱତନ୍ତ୍ର କ୍ଲିନିକ୍ ଚଳିତ ମାସ ୪ରୁ କାର୍ଯ୍ୟାରମ୍ଭ କରିଛି। ଏହି କ୍ଲିନିକ୍ ଜେନେରାଲ୍ ମେଡିସିନ୍ ବିଭାଗର ମୁଖ୍ୟ ଡକ୍ଟର ଅନୁପମ ଦେ’ଙ୍କ ନେତୃତ୍ୱରେ ପରିଚାଳିତ ହେବ। ଏହି କ୍ଲିନିକ୍ ପ୍ରତ୍ୟେକ ଶୁକ୍ରବାର ଦିନ ୨ରୁ ୫ ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଯେଉଁଠି ସବୁ ରୋଗୀମାନଙ୍କ ପାଇଁ ଏହା ଉପଲବ୍ଧ ହେବ।

ଭାରତୀୟ ଜନସଂଖ୍ୟାର ପ୍ରାୟ ୧୫ ରୁ ୨୦ ପ୍ରତିଶତ ଲୋକ ଗଣ୍ଠିବାତ ଓ ମାଂସପେଶୀ ଜନିତ ଭଳି ବିଭିନ୍ନ ରୋଗରେ ପୀଡ଼ିତ। ଭାରତରେ ପ୍ରାୟ ୧୮୦ ମିଲିୟନରୁ ଅଧିକ ଲୋକଙ୍କୁ ଗଣ୍ଠିବାତ (ଆର୍ଥ୍ରାଇଟିସ୍) ପ୍ରଭାବିତ କରିଛି। ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ଭାରତରେ ପ୍ରାୟ ୧୦ ଲକ୍ଷ ଲୋକ ଯନ୍ତ୍ରଣାଦାୟକ ରିମାଟଏଡ ଆର୍ଥ୍ରାଇଟିସରେ ପୀଡ଼ିତ। ଗଣ୍ଠିବାତ ଜନିତ (ରିମାଟୋଲୋଜିକାଲ୍) ରୋଗ ସବୁ ବୟସ ବର୍ଗଙ୍କୁ ପ୍ରଭାବିତ କରିଥାଏ। ଏହି ରୋଗର ପ୍ରକୃତି ଦୀର୍ଘସ୍ଥାୟୀ ଓ ସୁସ୍ଥ ହେବା ପରେ ମଧ୍ୟ ପୁନର୍ବାର ଫେରୁଥିବାରୁ ଏହା ଦୀର୍ଘ ଦିନର ଚିକିତ୍ସା ଆବଶ୍ୟକ କରିଥାଏ ବୋଲି ରିମାଟୋଲୋଜି କ୍ଲିନିକ୍‌ ମୁଖ୍ୟ ଡକ୍ଟର ଅନୁପମ ଦେ ପ୍ରକାଶ କରିଛନ୍ତି।

ଏମ୍ସ ଭୁବନେଶ୍ୱରରେ ଆଣ୍ଠୁଗଣ୍ଠି ବାତ ପାଇଁ ସ୍ୱତନ୍ତ୍ର କ୍ଲିନିକ୍ ସେବା ଆରମ୍ଭ


ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟ ଆରମ୍ଭ କରିଥିବା ରିମାଟୋଲୋଜି ସ୍ୱତନ୍ତ୍ର କ୍ଲିନିକ୍ ଆର୍ଥ୍ରାଇଟିସ୍ ରୋଗୀ ଓ ବିଭିନ୍ନ ଅଟୋଇମ୍ୟୁନୋ ରୋଗରେ ପୀଡିତ ଲୋକଙ୍କୁ ବିଶେଷ ସେବା ଯୋଗାଇଦେବ। ଇଞ୍ଜେକ୍ସନ ନେଉଥିବା କିମ୍ବା ଇମ୍ୟୁନୋସପ୍ରେସାଣ୍ଟ୍‌ ଔଷଧ ଆବଶ୍ୟକ କରୁଥିବା ରୋଗୀଙ୍କୁ ଡେକେୟାର୍‌ ଚିକିତ୍ସା ସେବା ଯୋଗାଇ ଦିଆଯିବା ସହିତ ରୋଗୀଙ୍କୁ ଚିକିତ୍ସା ପରାମର୍ଶ ଓ କାଉନସେଲିଂ ମଧ୍ୟ କରାଯିବବୋଲି ଡକ୍ଟର ଅନୁପମ ଦେ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉକି ଏହି ଅବସରରେ ମେଡିସିନ୍ ଓପିଡିରେ ଜନସଚେତନତା ଅଭିଯାନ ହାତକୁ ନିଆଯାଇଥିଲା। ରୋଗୀ ଓ ସମ୍ପର୍କୀୟମାନଙ୍କୁ ବିଭିନ୍ନ ରିମାଟୋଲୋଜିକାଲ୍ ରୋଗ, ଏହାର ଶୀଘ୍ର ଚିହ୍ନଟ ଓ ନିରାକରଣ ସମ୍ପର୍କରେ ସୂଚନା ପ୍ରଦାନ ସହିତ ପାମ୍ପଲେଟ୍ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ସ୍ୱତନ୍ତ୍ର କ୍ଲିନିକ୍‌ରେ ଡକ୍ଟର ସୁଜାତା ଦେବୀ, ଡକ୍ଟର ଦେବାନନ୍ଦ ସାହୁ ଓ ଡକ୍ଟର ଅର୍ପିତା ଦାଶ ପ୍ରମୁଖ ସେବା ଯୋଗାଇଦେବେ।

ଏମ୍ସ ଭୁବନେଶ୍ୱରରେ ଆଣ୍ଠୁଗଣ୍ଠି ବାତ (ରିମାଟୋଲୋଜି) ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର କ୍ଲିନିକ୍ ସେବା ଆରମ୍ଭ ଫଳରେ ହଜାର ହଜାର ରୋଗୀ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି।
Published by:Lipina Das
First published: