ଶରୀରରେ ଏଡସ କିନ୍ତୁ ମନରେ ରହିଛି ଜୋସ୍; ଅନ୍ୟପାଇଁ ଉଦାହରଣ ୨୧ ବର୍ଷିୟ ଛାତ୍ରୀ

ଏଡ଼ସ ସଂକ୍ରମିତ ହୋଇ ଜୀବନ ଯୁଦ୍ଧରେ ନ ହାରି ଆଇଟିଆଇରେ ପାଠପଢ଼ିବା ପରେ ବେଙ୍ଗଲରରେ ଚାକିରି କରି ନିଜେ ଓ ନିଜ ଭଉଣୀର ସମସ୍ତ ଖର୍ଚ୍ଚ ବହନ କରିଛନ୍ତି ୨୧ ବର୍ଷିୟ ଛାତ୍ରୀ । ଛାତ୍ରୀଙ୍କ ସଂଘର୍ଷମୟ ଜୀବନକୁ ନେଇ ଏବେ ସବୁଠି ପ୍ରଶଂସା ।

ଏଡ଼ସ ସଂକ୍ରମିତ ହୋଇ ଜୀବନ ଯୁଦ୍ଧରେ ନ ହାରି ଆଇଟିଆଇରେ ପାଠପଢ଼ିବା ପରେ ବେଙ୍ଗଲରରେ ଚାକିରି କରି ନିଜେ ଓ ନିଜ ଭଉଣୀର ସମସ୍ତ ଖର୍ଚ୍ଚ ବହନ କରିଛନ୍ତି ୨୧ ବର୍ଷିୟ ଛାତ୍ରୀ । ଛାତ୍ରୀଙ୍କ ସଂଘର୍ଷମୟ ଜୀବନକୁ ନେଇ ଏବେ ସବୁଠି ପ୍ରଶଂସା ।

ଏଡ଼ସ ସଂକ୍ରମିତ ହୋଇ ଜୀବନ ଯୁଦ୍ଧରେ ନ ହାରି ଆଇଟିଆଇରେ ପାଠପଢ଼ିବା ପରେ ବେଙ୍ଗଲରରେ ଚାକିରି କରି ନିଜେ ଓ ନିଜ ଭଉଣୀର ସମସ୍ତ ଖର୍ଚ୍ଚ ବହନ କରିଛନ୍ତି ୨୧ ବର୍ଷିୟ ଛାତ୍ରୀ । ଛାତ୍ରୀଙ୍କ ସଂଘର୍ଷମୟ ଜୀବନକୁ ନେଇ ଏବେ ସବୁଠି ପ୍ରଶଂସା ।

  • Share this:
News 18 Odia Digital

ବ୍ରହ୍ମପୁର; ଏଡସ ସଂକ୍ରମିତ ହୋଇ ଜୀବନ ଯୁଦ୍ଧରେ ନ ହାରି ଆଇଟିଆଇରେ ପାଠପଢ଼ିବା ପରେ ବେଙ୍ଗାଲୁରରେ ଚାକିରି କରି ନିଜେ ଓ ନିଜ ଭଉଣୀର ସମସ୍ତ ଖର୍ଚ୍ଚ ବହନ କରିଛନ୍ତି ୨୧ ବର୍ଷିୟ ଛାତ୍ରୀ । ଛାତ୍ରୀଙ୍କ ସଂଘର୍ଷମୟ ଜୀବନକୁ ନେଇ ଏବେ ସବୁଠି ପ୍ରଶଂସା । ଗଞ୍ଜାମ ଜିଲ୍ଲାରେ ଗୋପାଳପୁର ଶ୍ରଦ୍ଧା ସଞ୍ଜିବନୀରେ ରହୁଥିଲେ ୨୧ ବର୍ଷିୟା ଏଡ଼ସ୍‌ ସଂକ୍ରମିତ ଛାତ୍ରୀ । ଛାତ୍ରୀ ଜଣକ ନିଜେ ଏଡ଼ସ ସଂକ୍ରମିତ ହୋଇଥିବା ବେଳେ ନିଜେ ସ୍ୱାବଲମ୍ବୀ ହେବା ସହିତ ନିଜ ଭଉଣୀକୁ ପାଠପଢ଼ାଇ ସମାଜରେ ସମ୍ମାନର ସହିତ ବଞ୍ଚି ଆସୁଛନ୍ତି ।

ସେ ବ୍ରହ୍ମପୁର ଆଇଟିଆଇରୁ ପାସ କରିବା ପରେ ଏବେ ବେଙ୍ଗାଲୁରରେ ଏକ କମ୍ପାନୀରେ କାମ କରି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ନିଜକୁ କେବେ ଏଡ଼ସ ସଂକ୍ରମିତ ବୋଲି ମନେ ନ କରି ଆଗକୁ ବଢ଼ିଲେ ଏବଂ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଲେ ।

ଦୁନିଆକୁ ଆସିବା ବେଳକୁ ସେ ଏଚଆଇଭି ଭଳି ଦୁରାରୋଗକୁ ଧରି ଆସିଥିଲେ । କେବଳ ଏତିକି ନୁହେଁ ରୋଗ କଣ ଜାଣିବା ପୂର୍ବରୁ ତାଙ୍କ ପାଖରେ ନା ବାପା ଥିଲେ ନା ମା । କେବଳ ସାନ ଭଉଣୀଟିଏ ରହିଥିଲା । ଆଉ ସେତେବେଳେ ଦୁଇ ଭଉଣୀ ଏକ ଆଶ୍ରମରେ ରହୁଥିଲେ । କିନ୍ତୁ ରୋଗ ଜାଣିବା ପରେ ତାଙ୍କ ଠିକଣା ବଦଳି ଯାଇଥିଲା । ତଥାପି ମଧ୍ୟ ସେ ହାର ନ ମାନି ଆଗକୁ ବଢ଼ି ଚାଲିଲେ ।

ଛାତ୍ରୀଙ୍କ ବାପା ପୂର୍ବରୁ ମୃତ୍ୟୁ ବରଣ କରିଥିବା ବେଳେ ୭ ବର୍ଷ ବୟସରେ ମାଙ୍କ ମୃତ୍ୟୁ ହୋଇଥିଲା । ଅସହାୟ ଭାବେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଉଦ୍ଧାର କରି ନିକଟସ୍ଥ ଏକ ଆଶ୍ରୟ ସ୍ଥଳୀରେ ଦୁଇ ଭଉଣୀଙ୍କୁ ଥଇଥାନ କରିଥିଲା । ପରବର୍ତ୍ତୀ ସମୟରେ ଉଭୟେ ଏଡ଼ସ ସଂକ୍ରମିତ ବୋଲି ଜାଣିବା ପରେ ଗୋପାଳପୁରରେ ରହିଥିବା ଶ୍ରଦ୍ଧା ସଞ୍ଜିବନୀରେ ସେମାନଙ୍କୁ ଥଇଥାନ କରାଯାଇଥିଲା । ଶ୍ରଦ୍ଧା ସଞ୍ଜିବନୀରେ ରହି ୨୧ ବର୍ଷିୟା ଛାତ୍ରୀ ଜଣକ ଭଲ ପାଠ ପଢ଼ିଥିଲେ । ଦଶମ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହେବା ପରେ ବ୍ରହ୍ମପୁର ଆଇଟିଆଇର ଇଲେକଟ୍ରିସିଆନ ଟ୍ରେଡ଼ରେ ନାମ ଲେଖାଇଥିଲେ । ଦୁଇ ବର୍ଷ ଧରି ଆଇଟିଆଇରେ ପାଠପଢ଼ିବା ପରେ ସେ କ୍ୟାମ୍ପସ ସିଲେକ୍ସନରେ ଚୟନ ହୋଇ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ନିଯୁକ୍ତି ପାଇଥିଲେ । ବର୍ତ୍ତମାନ ତାଙ୍କ ମାସିକ ଦରମା ୧୩ ହଜାର ଟଙ୍କା ରହିଥିବା ବେଳେ ସେ ନିଜ ଭଉଣୀକୁ ମଧ୍ୟ ସେହି ଟଙ୍କାରେ ପାଠପଢ଼ାଇ ପାରୁଛନ୍ତି ।

‘‘ପାଠପଢ଼ିବା ସମୟରେ ଛାତ୍ରୀ ଜଣକ ଆଚାର ବ୍ୟବହାର ବେଶ ଭଲ ରହିଥିଲା । ଆଇଟିଆଇର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ଭଲ ବ୍ୟବହାର କରିବା ସହିତ ସମସ୍ତଙ୍କ ସହିତ ମିଳିମିଶି ଭଲ ପାଠ ପଢ଼ୁଥିଲେ । ଛାତ୍ରୀ ଜଣଙ୍କ ସମ୍ପର୍କରେ ଅନ୍ୟ ଛାତ୍ରଛାତ୍ରୀ ଜାଣିଥିବା ବେଳେ ତାଙ୍କର ଏଭଳି ସଂଘର୍ଷକୁ ନେଇ ବେଶ ପ୍ରଶଂସା କରୁଥିବା କହିଛନ୍ତି,‘‘ ଆଇଟିଆଇର ଶିକ୍ଷୟତ୍ରୀ ସ୍ବର୍ଣ୍ଣଲତା ଦାସ ।

ଏହି ଛାତ୍ରୀଙ୍କ ଭଳି ଏଡ଼ସ ସଂକ୍ରମିତ ୨୭ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ବର୍ତ୍ତମାନ ୧୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି ଆଇଟିଆଇରେ । ୯ ଜଣ ଛାତ୍ରଛାତ୍ରୀ ପାସ କରିସାରିଥିବା ବେଳେ ୭ ଜଣ ବର୍ତ୍ତମାନ ବେଙ୍ଗଲୁରୁରେ ଚାକିରି କରୁଛନ୍ତି । ଏହି ଏଡ଼ସ ସଂକ୍ରମିତ ଛାତ୍ରୀ ଜଣକ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି,‘‘ ଆଇଟିଆଇର ଅଧ୍ୟକ୍ଷ ଡ଼.ରଜତ କୁମାର ପାଣିଗ୍ରାହୀ ।
Published by:Soubhagya Mishra
First published: