Agneepath Protest: ଓଡ଼ିଶାରେ 'ଅଗ୍ନିପଥ' ନିଆଁ; ଛାତ୍ରଙ୍କୁ ବୁଝାଇଲେ କଟକ ଡିସିପି

ଓଡ଼ିଶାରେ ମଧ୍ୟ ଅଗ୍ନିପଥ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। କଟକରେ ଏନେଇ ଅସନ୍ତୋଷ ଦେଖାଦେଇଛି। ଆଶାୟୀ ପ୍ରାର୍ଥୀଙ୍କୁ ବୁଝାସୁଝା କରି ସ୍ଥିତିକୁ ନିୟନ୍ତ୍ରଣରେ ଆଣିଛନ୍ତି କଟକ ଡିସିପି ।

ଓଡିଶାରେ ଅଗ୍ନି ପଥ ନିଆଁ

ଓଡିଶାରେ ଅଗ୍ନି ପଥ ନିଆଁ

  • Share this:
News18 Odia Digital

ଓଡ଼ିଶାରେ ମଧ୍ୟ ଅଗ୍ନିପଥ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। କଟକରେ ଏନେଇ ଅସନ୍ତୋଷ ଦେଖାଦେଇଛି। କଟକରେ ଥିବା ଆର୍ମି ରିକୃଟମେଣ୍ଟ ଅଫିସ ଘେରିଛନ୍ତି ଆଶାୟୀ ପ୍ରାର୍ଥୀ । ହଜାରରୁ ଅଧିକ ଆଶାୟୀ ପ୍ରାର୍ଥୀଙ୍କ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

କଟକରେ ପରିସ୍ଥିତି ଅଣାୟତ୍ତ ପରେ ପୋଲିସର ଲାଠିଚାର୍ଜ କରିଛି । ଡିସିପି ଅଫିସ ଆଗରେ ବିକ୍ଷୋଭକାରୀମାନେ ରାସ୍ତାରୋକ କରିଛନ୍ତି ।



ଅଗ୍ନିପଥ ଯୋଜନାକୁ ନେଇ ବିଜେଡ଼ି ସାଂସଦ ଅମର ପଟ୍ଟନାୟକ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଅଗ୍ନିପଥ ‘ଦେଶ ସେବା ଲାଗି ଯୁବଗୋଷ୍ଠୀଙ୍କ ପାଇଁ ଏକ ଉତ୍ତମ ଯୋଜନା । ଅଗ୍ନିବୀରଙ୍କୁ ଚାକିରିରେ ଅଗ୍ରାଧିକାର ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବା ନେଇ ସେ ଦାବି କରିଛନ୍ତି । ସରକାରୀ ଚାକିରି ପାଇଁ ନିଯୁକ୍ତି ନିୟାମାବଳୀରେ ଉଲ୍ଲେଖ କରାଯାଉ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।



ଆନ୍ଦୋଳନ ତ୍ରୀବ ରୂପ ଗ୍ରହଣ କରିବାରୁ କଟକ ଡିସିପି ସ୍ଥିତି ଉପରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । ପୋଲିସ ବୁଝାସୁଝା କରି ଛାତ୍ରମୀନଙ୍କୁ ଶାନ୍ତ କରିବାକୁ ଚେଷ୍ଟା ଚଲାଇଛନ୍ତି ।



ମଙ୍ଗଳବାର ଦିନ କେନ୍ଦ୍ର ସରକାର ଆରମ୍ଭ କରିଥିବା ‘ଅଗ୍ନିପଥ’ ଯୋଜନାରେ ନିଯୁକ୍ତ ହେବାକୁ ଥିବା ସୈନିକମାନେ ମାତ୍ର ୪ ବର୍ଷ ପାଇଁ ଚାକିରି କରିବେ। ବାର୍ଷିକ ୪୫,୦୦୦ରୁ ୫୦,୦୦୦ ଆଶାୟୀ ଚୟନ କରାଯାଉଥିଲେ ବି ‘ପର୍‌ମାନେଣ୍ଟ୍‌ କମିସନ୍’ ଅଧୀନରେ ମାତ୍ର ୨୫% ସୈନିକଙ୍କୁ ଆଉ ୧୫ ବର୍ଷ ପର୍ଯ୍ୟନ୍ତ ଚାକିରିରେ ରଖାଯିବ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ଦେଶର କେତେକ ରାଜ୍ୟରେ ପ୍ରତିବାଦ ତୀବ୍ରତର ହେଉଛି।
Published by:Soumya Das
First published: