News 18 Odia Digital
କଟକ; ଏସ.ସିବି. ବଡ଼ ଡାକ୍ତରଖାନାକୁ ମିଳିଲା ଆଉ ଏକ ସଫଳତା । ଵିରଳ ଅସ୍ଥିମଜ୍ଜା ପ୍ରତିରୋପଣରେ ଏସ.ସି.ଵି. ମେଡିକାଲ କଲେଜ ପୁଣି ଏକ ରେକର୍ଡ କରିଛି । ଏସ.ସି.ଵି ମେଡିକାଲରେ ହେଲା "କ୍ଲାସିକାଲ ହଜକିନ୍ସ ଲିମ୍ଫୋମା" ଭଳି ରକ୍ତ କର୍କଟ ରୋଗର ଵିରଳ ଅସ୍ଥିମଜ୍ଜା ପ୍ରତିରୋପଣ । ଏବେ ଅନେତ ବଡ଼ ଡାକ୍ତରଖାନାରେ ଅସ୍ଥିମଜ୍ଜା ପ୍ରତିରୋପଣ ହେଉଛି । ମାତ୍ର ଏସ.ସି.ଵିର ହେମାଟୋଲୋଜି ଵିଭାଗରେ ଯେଉଁ ପ୍ରତିରୋପଣ ହୋଇଛି ତାହା ଅତ୍ୟନ୍ତ ଵିରଳ ।
ବରଗଡ଼ ପଦ୍ମପୁର ବାସିନ୍ଦା ୫୧ ଵର୍ଷିୟ ରମାକାନ୍ତ ପ୍ରଧାନ "ରିଲାପ୍ସଡ୍ ହଜକିନସ୍ ଲିମ୍ଫୋମା"ରେ ଆକ୍ରାନ୍ତ ହୋଇଥିଲେ । ଏହା ଏକ ପ୍ରକାର ରକ୍ତ କର୍କଟ ରୋଗ । ଥରେ ଚିକିତ୍ସିତ ହେଵା ପରେ ଏହା ପୁଣି ଥରେ ରମାକାନ୍ତଙ୍କ ଶରୀରରେ ଦେଖାଦେଇଥିଲା । ଚିକିତ୍ସା ସମୟରେ କେମୋ ଥେରାପି ଯୋଗୁଁ ରମାକାନ୍ତଙ୍କ ଶରୀରର 'ଷ୍ଟେମ ସେଲ୍' ଗୁଡିକ ପ୍ରାୟତଃ ନଷ୍ଟ ହୋଇଯାଇଥିଲା । ତେଣୁ ଏହି ରୋଗ ପୁଣି ଦେଖାଦେବାରୁ ରମାକାନ୍ତଙ୍କ ଶରୀରରୁ ଷ୍ଟେମ ସେଲ ସଂଗ୍ରହ କରି ଏହାକୁ ସଂରକ୍ଷଣ କରି ମେଳ ଖାଉଥିବା ଅନ୍ୟ ଷ୍ଟେମ ସେଲ ସହ ଏହାକୁ ସଂରକ୍ଷଣ କରି ପ୍ରତିରୋପଣ କରିଵାକୁ ପଡିଥିଲା ।
ତେଵେ ଶରୀରରୁ ଷ୍ଟେମ ସେଲ ସଂଗ୍ରହ, ସଂରକ୍ଷଣ ଓ ପ୍ରତିରୋପଣ ଏକ କଷ୍ଟସାଧ୍ୟ କଥା । କିନ୍ତୁ ଏସ.ସି.ବି. ହେମାଟୋଲୋଜି ଵିଭାଗର ଅଭିଜ୍ଞ ଟେକନିସିଆନ୍ ଓ ଡାକ୍ତରଙ୍କ ଯୋଗୁଁ ଷ୍ଟେମ ସେଲ ସଫଳତାର ସହ ସଂଗ୍ରହ କରାଯାଇ ବିଯୁକ୍ତ ୮୦ ଡିଗ୍ରୀ ତାପମାତ୍ରାରେ ଏହାକୁ ସଂରକ୍ଷଣ କରି ରଖାଯାଇଥିଲା । ଏହି ପଦ୍ଧିତିକୁ 'କ୍ରାଇଓପ୍ରିଜରଭେସନ୍' ଵୋଲି କୁହାଯାଏ । ଏହା ପରେ ରମାକାନ୍ତଙ୍କ ଶରୀରରେ ସେହି ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି ।
ଏଭଳି ଅସ୍ଥିମଜ୍ଜା ପ୍ରତିରୋପଣ ପାଇଁ ରାଜ୍ୟ ଵାହାରେ ୧୫ରୁ ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ମାତ୍ର ରାଜ୍ୟ ସରକାରଙ୍କ ସହାୟତା ଯୋଗୁଁ ଏସ.ସି.ଵିରେ ଵିନା ଖର୍ଚ୍ଚରେ ଏହି ଵିରଳ ପ୍ରତିରୋପଣ ସମ୍ଭଵ ହୋଇପାରୁଛି । "ଏସସିବିରେ ଏହା ହେଉଛି ୧୦୫ ତମ ଅସ୍ଥିମଜ୍ଜା ପ୍ରତିରୋପଣ ।
ହେମାଟୋଲୋଜି ଵିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଆର କେ ଜେନା କହିଛନ୍ତି, ପୂର୍ବରୁ ଆମେ ଅସ୍ଥି ମଜ୍ଜା ପ୍ରତିରୋପଣ କରିଥିଲେ ମଧ୍ୟ "ରିଲାପ୍ସଡ୍ ହଜକିନସ୍ ଲିମ୍ଫୋମା"ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ କରିନଥିଲୁ । ପ୍ରଥମ ଥର ପାଇଁ ଆମେ ଏହା କଲୁ ଏବଂ ସଫଳତା ମଧ୍ୟ ପାଇଛୁ" । ଏଵେ ଏସ.ସି.ଵି.ରେ ଦୁଇଟି ଅସ୍ଥିମଜ୍ଜା ପ୍ରତିରୋପଣ କ୍ୟାଵିନ ଅଛି । ସମ୍ପ୍ରସାରିତ ଏସସିଵି ପ୍ରକଳ୍ପରେ ୧୦ଟି ଅସ୍ଥିମଜ୍ଜା ଚାମ୍ବର ରହିଵାର ଵ୍ୟଵସ୍ଥା ରହିବ । ଯାହା ଫଳରେ ଅଧିକ ସଂଖ୍ୟକ ଜଟିଳ ରୋଗର ନିରାକରଣ ଓ ଏହାର ସଫଳ ଉପଚାର ସମ୍ଭବ ହୋଇ ପାରିବ ବୋଲି ହେମାଟୋଲୋଜି ଵିଭାଗ ପକ୍ଷରୁ କୁହାଯାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।