ଶିକ୍ଷକତା ଆଗରେ ହାର ମାନିଛି ବୟସ ; ୮୫ ବୟସରେ କରୁଛନ୍ତି ଶିକ୍ଷାଦାନ

ଶିକ୍ଷକତା ଆଗରେ ହାର ମାନିଛି ବୟସ

ଶିକ୍ଷକତା ଆଗରେ ହାର ମାନିଛି ବୟସ

  • News18 Odia
  • Last Updated :
  • Odisha (Orissa), India
  • Share this:
News 18 Odia Digital

କେନ୍ଦ୍ରାପଡ଼ା : ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ । ଶିକ୍ଷକତା ତାଙ୍କ ପାଇଁ ପେଶା ନୁହେଁ, ନିଶା । ବୟସର ଅପରାହ୍ନରେ ବି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର କଖାରୁଣୀ ଗ୍ରାମର ବନ ବିହାରୀ ଦାସ ପ୍ରତିଦିନ ସ୍କୁଲ ଯାଇ କରୁଛନ୍ତି ଶିକ୍ଷାଦାନ, ତାହା ପୁଣି ବିନା ପାରିଶ୍ରମିକରେ । ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସେ ବନ ସାର୍ ଭାବେ ବେଶ୍ ଜଣା ଶୁଣା । ତାଙ୍କରି ହାତରେ ଗଢ଼ିଛନ୍ତି ଅନେକ ଯୋଗ୍ୟ ଛାତ୍ରଛାତ୍ରୀ ।

ବନ ବିହାରୀ ଦାସ ୮୫ ବର୍ଷ ବୟସରେ ବି ଥକି ପଡ଼ି ନାହାନ୍ତି । ଏବେ ବି ମଧ୍ୟ ସେ ବେଶ୍ ଚଳଚଞ୍ଚଳ। ଧୋତି ଓ ପଞ୍ଜାବୀ ପିନ୍ଧି ହାତରେ ବଙ୍କୁଲି ବାଡ଼ି ଧରି ପ୍ରତିଦିନ ସ୍କୁଲ ଆସି ପିଲାଙ୍କୁ ପଢାଉଛନ୍ତି । ଥକି ନ ପଡ଼ି ଶିକ୍ଷାଦାନ ପରି ପବିତ୍ର କାର୍ଯ୍ୟରେ ନିଜକୁ ନିଯୋଜିତ କରିଛନ୍ତି । ତେବେ ଏହି ବୟସରେ ଶିକ୍ଷକତା ତାଙ୍କ ପେଶା ନୁହଁ ବରଂ ନିଶା ପାଲଟିଯାଇଛି । ସକାଳେ ହେଲେ ତାଙ୍କର ଗୋଟିଏ ନିଶା କେମିତି ସ୍କୁଲ ଯିବେ ଆଉ ଶିକ୍ଷାଦାନ କରିବେ । ୧୯୬୦ରେ ଶିକ୍ଷକତା ଆରମ୍ଭ କରିଥିଲେ ସେ, ୟା ଭିତରେ ଅବସର ନେବା ୨୪ ବର୍ଷ ହେଲାଣି । କିନ୍ତୁ ଆଜି ବି ଗାଁ ବିଦ୍ୟାଳୟରେ ବିନା ପାରିଶ୍ରମିକରେ ଶିକ୍ଷା ଦାନ କରୁଛନ୍ତି ସେ । ବିଦ୍ୟାଳୟକୁ ମନ୍ଦିର ଓ ପିଲାମାନଙ୍କୁ ଜଗନ୍ନାଥ ବିବେଚନା କରନ୍ତି ସେ । ବଞ୍ଚିଥିବା ଯାଏ ଏମିତି ଶିକ୍ଷା ଦାନ କରିବେ ବୋଲି ତାଙ୍କର ଆଶା ଓ ବିଶ୍ୱାସ ରଖିଛନ୍ତି ।

ଏହି ଖବର ପଢ଼ନ୍ତୁ : http://ବୀର ହରେକୃଷ୍ଣପୁର ଛକରେ ଉଡିଲା ଐତିହ୍ୟ ସମ୍ପର୍ଣ୍ଣ ଜାତୀୟ ପତାକା

୧୯୯୯ ମସିହାରେ ଅବସର ନେବା ପରେ ଗାଁ ସ୍କୁଲକୁ ପ୍ରତେକ ଦିନ ଆସି ପାଠ ପଢ଼ାଇ ଥାନ୍ତି । ପ୍ରଥମରୁ ଅଷ୍ଟମ ଯାଏ ପିଲାମାନଙ୍କୁ ସମସ୍ତ ବିଷୟରେ ଭଲ ଭାବରେ ବୁଝାଇ ପାଠ ପଢ଼ାଇଥାନ୍ତି । ପିଲାଙ୍କ ଗହଣରେ ଥିଲେ ବନ ସାର୍ ନିଜ ପରିବାରକୁ ଭୁଲି ଯାଆନ୍ତି । କ୍ଲାସ ରୁମ୍‌ରେ ତାଙ୍କ ନିଷ୍ଠା ଓ ଆନ୍ତରିକତା ନିଜ ଆଖିରେ ନ ଦେଖିଲେ ଆପଣ ହୁଏତ ବିଶ୍ୱାସ କରି ପାରିବେ ନାହିଁ । ଏଥି ପାଇଁ ତାଙ୍କୁ ମିଳିଛି ଅନେକ ପ୍ରଶଂସା । ଶିକ୍ଷକତା ଆରମ୍ଭରୁ ଆଜି ଯାଏ ସେହି ଧୋତି ଓ ଏକ ଫତେଇ ହେଉଛି ତାଙ୍କ ପୋଷାକ । ବିଦ୍ୟାଳୟରେ ସ୍ୱାଧୀନତା ଦିବସ ହେଉ ଵା ସାଧାରଣତନ୍ତ୍ର ଦିବସ, ଗଣେଶ ପୂଜା ହେଉ ଵା ସରସ୍ବତୀ ପୂଜା ସବୁ କାର୍ଯ୍ୟକ୍ରମରେ ବି ସେ ଆଗରେ ଥାଆନ୍ତି । ଏସବୁ ଦେଖିଲେ ଲାଗେ ଶିକ୍ଷାଦାନ ପାଖରେ ସତେ ଯେମିତି ହାରା ମାନିଛି ତାଙ୍କ ବୟସ ।
Published by:Sujit Swain
First published: