ପୁଣି ଅନୁଭବଙ୍କ ନାମରେ କୋର୍ଟରେ ମାମଲା ରୁଜୁ କଲେ ବର୍ଷା ପ୍ରିୟଦର୍ଶନୀ

ଆଜି କଟକ SDJM କୋର୍ଟରେ ଅନୁଭବଙ୍କ ନାଁରେ ପୁଣି ଏକ ମାମଲା ରୁଜୁ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଅନୁଭବ ତାଙ୍କର ସମ୍ମାନ ହାନି କରୁଥିବା ବର୍ଷା ପିଟିସନରେ ଉଲ୍ଲେଖ କରିଛନ୍ତି ।

ଅନୁଭବଙ୍କ ବିରୋଧରେ ଆଉ ଏକ ଏତଲା ଦାୟର କଲେ ବର୍ଷା

ଅନୁଭବଙ୍କ ବିରୋଧରେ ଆଉ ଏକ ଏତଲା ଦାୟର କଲେ ବର୍ଷା

  • Share this:
News18 Odia Digital

ଅଭିନେତ୍ରୀ ବର୍ଷା ଓ ତାଙ୍କର ସାସଂଦ ପତି ଅନୁଭବଙ୍କ ପାରିବାରିକ ବିବାଦ କୋହଳ ହେବାରେ ନାଁ ନେଉନାହିଁ ।  ଆଜି କଟକ SDJM କୋର୍ଟରେ ଅନୁଭବଙ୍କ ନାଁରେ ପୁଣି ଏକ ମାମଲା ରୁଜୁ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଅନୁଭବ ତାଙ୍କର ସମ୍ମାନ ହାନି କରୁଥିବା ବର୍ଷା ପିଟିସନରେ ଉଲ୍ଲେଖ କରିଛନ୍ତି । ଅନୁଭବ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପୋଷ୍ଟ ଜରିଆରେ ତାଙ୍କ ସମ୍ମାନ ହାନି କରୁଛନ୍ତି ବୋଲି ବର୍ଷା ଅଭିଯୋଗ କରିଛନ୍ତି ।

ପୂର୍ବରୁ ବର୍ଷା 'ବର୍ଷା ପ୍ରିୟଦର୍ଶନି ଫ୍ୟାନ୍ କ୍ଲବ' ଓ 'ଅନୁଭବ ମହାନ୍ତି ଦି ରିଏଲ ହିରୋ ଅଫ କେନ୍ଦ୍ରପଡ଼ା' ନାମକ ଦୁଇଟି ଫେସବୁକ ପେଜରେ ଏଭଳି ମନ୍ତବ୍ଯ ଦିଆଯାଉଛି ନେଇ ଅଭିଯୋଗ କରିଥିଲେ । ତେବେ ସାମାଜିକ ଗଣମାଧ୍ୟମରେ ତାଙ୍କର ସମ୍ମାନ ହାନୀ କରିବାର ଭଳି ମତା ମତ ଦିଆଯାଉଛି ଓ  'ଅନୁଭବ ମହାନ୍ତି ଦି ରିଏଲ ହିରୋ ଅଫ କେନ୍ଦ୍ରପଡ଼ା' ନାମରେ ଖୋଲାଯାଇଥିବା ଫେସବୁକ ପେଜରେ କେହି ଜଣେ ଅଜଣା ବ୍ୟକ୍ତି ଏହି କାର୍ଯ୍ୟ କରୁଥିବା ନେଇ ବର୍ଷା କଟକ ସାଇବର ଥାନାରେ ଏତାଲା ଦେଇଥିଲେ ।
Published by:Soumya Das
First published: