ପୁଣି ତେଜିଲା ରତ୍ନଭଣ୍ଡାର ପ୍ରସଙ୍ଗ; ଆସନ୍ତାକାଲି ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ

ପୁଣି ତେଜିଲା ରତ୍ନଭଣ୍ଡାର ପ୍ରସଙ୍ଗ। ଆସନ୍ତାକାଲି ମାନ୍ୟବର ହାଇକୋର୍ଟ ରତ୍ନଭଣ୍ଡାର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିବେ। ଯାହା ଉପରେ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ନଜର ରହିଛି। 

ପୁଣି ତେଜିଲା ରତ୍ନଭଣ୍ଡାର ପ୍ରସଙ୍ଗ; ଆସନ୍ତାକାଲି ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ

ପୁଣି ତେଜିଲା ରତ୍ନଭଣ୍ଡାର ପ୍ରସଙ୍ଗ; ଆସନ୍ତାକାଲି ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଆଜି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରି ଜଗନ୍ନାଥ ସେନା ବିକ୍ଷୋଭ ପ୍ରଦର୍ଶନ କରିଛି । ଗତବର୍ଷ ଅକ୍ଟୋବର ମାସରେ ମାନ୍ୟବର ହାଇକୋର୍ଟ ରତ୍ନଭଣ୍ଡାର ଖୋଲିବା ନେଇ ଚାରି ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏଯାବତ କୌଣସି ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ସ୍ଥାନ ନପାଇବାରୁ ସତ୍ୟପାଠ ଦାଖଲକୁ ନେଇ ଆଶାଆଶଙ୍କା ଦେଖାଦେଇଥିବା ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି। ତେବେ ଆସନ୍ତାକାଲି ରାଜ୍ୟ ସରକାର ରତ୍ନଭଣ୍ଡାର ସୁରକ୍ଷିତ ଅଛି ବୋଲି ସତ୍ୟପାଠ  ହାଇକୋର୍ଟରେ ଦାଖଲ କରନ୍ତୁ ବୋଲି ଜଗନ୍ନାଥ ସେନା ପକ୍ଷରୁ କୁହାଯାଇଛି । ସେପଟେ ଏଏସଆଇ ତରଫରୁ ୫ ମାସ ପୂର୍ବରୁ ରତ୍ନଭଣ୍ଡାର ଯାଞ୍ଚ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରାଯାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଚିଠିର କୌଣସି ଉତ୍ତର ନଦେବାରୁ ରତ୍ନ ଅଳଙ୍କାରର ସୁରକ୍ଷା ଉପରେ ମଧ୍ୟ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି।

ଆସନ୍ତା କାଲି ୫ ତାରିଖ ହାଇକୋର୍ଟରେ ରତ୍ନଭଣ୍ଡାର ମାମଲାର ଶୁଣାଣି ‍ଅଛି। ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ସତ୍ୟ ପାଠ ଦାଖଲ କରିବା ପାଇଁ ଡରୁଛନ୍ତି କାହିଁକି? ରତ୍ନଭଣ୍ଡାର ସୁରକ୍ଷା ଦାବିରେ ସିଂହଦ୍ଵାର ଠାରେ ଆନ୍ଦୋଳନ ଜାରି ରଖିବ ଶ୍ରୀ ଜଗନ୍ନାଥ ସେନା।

ରଥଯାତ୍ରା ପରେ ୨୦୨୨ ଅଗଷ୍ଟ ୫ରେ ପ୍ରଥମ ଥର ପାଇଁ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଭକ୍ତନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଦେବସ୍ନାନ ପୂର୍ଣ୍ଣିମାଠାରୁ ନିଳାଦ୍ରୀବିଜେ ସହ ଆଦର୍ଶ ଗୁରୁକୂଳ, ସେବକ ବାସଗୃହ ଯୋଜନା, ଶ୍ରୀମନ୍ଦିର ଭୂମୀ ଓ ପ୍ରକଳ୍ପ ସବକମିଟିର ରିପୋର୍ଟ ଉପରେ ଆଲୋଚନା, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ବିକ୍ରୀ ଓ ପରିକ୍ରମା ପ୍ରକଳ୍ପ ଉପରେ ଆଲୋଚନା ନେଇ ପ୍ରସ୍ତାବ ହୋଇଥିଲା । ସେପଟେ ଏହା ବ୍ୟତିତ ଭକ୍ତ ନିବାସ ନିର୍ମାଣ ପ୍ରସଙ୍ଗ ସହ ରତ୍ନଭଣ୍ଡାର ଖୋଲିବା, ମରାମତି ଓ ମଣତି ସହ ରଘୁନାଥ ବେଶ ନେଇ ଆଲୋଚନା କରାଯିବ ବୋଲି କହିଥିଲେ ପରିଚାଳନା କମିଟି ସଦସ୍ୟ ତଥା ଶ୍ରୀମନ୍ଦିର ରତ୍ନଭଣ୍ଡାର କମିଟି ସଦସ୍ୟ ଜଗନ୍ନାଥ କର। ହେଲେ ଏହାକୁ ଆଲୋଚନାରେ ସାମିଲ କରିନଥିଲେ ଗଜପତି ମହାରାଜ ।ସେପଟେ ଅମିକସ କ୍ୟୁରୀ ଓ ଏଏସଆଇ କର୍ତ୍ତୃପକ୍ଷ ବି ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନଭଣ୍ଡାରକୁ ଗୁରୁତର ସହ ନେଇ ରିପୋର୍ଟ ଦେବାକୁ କୁହାଯାଇଛି ।
Published by:Soubhagya Mishra
First published: