ବିବାଦ ପରେ ବି ମାନିଲେନି; ଚନ୍ଦ୍ରଗ୍ରହଣ ଦିନ ହେବ ପୁଣି ବିରିୟାନୀ ପାର୍ଟି

ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି ହେତୁବାଦୀ ଓ ବିଭିନ୍ନ ସଂଗଠନ। ଚନ୍ଦ୍ର ଗ୍ରହଣ ଦିନ ନିରାମିଷ ଓ ଆମିଷ ବିରିୟାନୀ ପାର୍ଟିର ବ୍ୟବସ୍ଥା କରିଛି ହେତୁବାଦୀ ସଂଗଠନ।

ଚନ୍ଦ୍ରଗ୍ରହଣ ଦିନ ହେବ ପୁଣି ବିରିୟାନୀ ପାର୍ଟି

ଚନ୍ଦ୍ରଗ୍ରହଣ ଦିନ ହେବ ପୁଣି ବିରିୟାନୀ ପାର୍ଟି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ବିରୋଧ ପରେ ବି ମାନିବେନି। ପୁଣି ଚନ୍ଦ୍ରଗ୍ରହଣରେ ହେବ ବିରିଆନି ପାର୍ଟି । ଏଥର ନନଭେଜ ବିରିୟାନୀ ସାଙ୍ଗକୁ ଭେଜ୍‌ ପାର୍ଟିର ଆୟୋଜନ କରିଛି ହେତୁବାଦୀ ସଂଗଠନ। ଯାହାକୁ ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ । ପରମ୍ପରାକୁ ଅବମାନନା କଦାପି ଗ୍ରହଣଯୋଗ୍ୟ ନୁହେଁ । ଯଦି ବିରିଆନି ପାର୍ଟି ହୁଏ, ତେବେ ପ୍ରଶାସନର ଦ୍ବାରସ୍ଥ ହେବୁ ବୋଲି ସଂଘ କହିଛି।

କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ପଡୁଛି। ଏହି ଦିନ ଶ୍ରୀମନ୍ଦିରରେ ମଧ୍ୟ ଦେବନୀତିରେ ପରିବର୍ତ୍ତନ ହେଉଛି। ଭୋର ସମୟରୁ ପାକ ନିଷେଧ ଥିବା ବେଳେ ସେହି ଦିନ କିନ୍ତୁ ବିରିୟାନୀ ପାର୍ଟିର ଆୟୋଜନ କରିଛି ହେତୁବାଦୀ ସଂଗଠନ। ପୂର୍ବରୁ ସୂର୍ଯ୍ୟ ପରାଗରେ କେବଳ ନନଭେଜ ବିରିୟାନୀ କରାଯାଇଥିଲା। କିନ୍ତୁ ଆସନ୍ତା ଗ୍ରହଣରେ ଆମିଷ ସାଙ୍ଗକୁ ନିରାମିଷ ବିରିୟାନୀ ହେବା ନେଇ ପୋଷ୍ଟର ଜାରି କରି ସୂଚନା ଦେଇଛି ହେତୁବାଦୀ ସଂଗଠନ। କେବଳ ସେତିକି ନୁହେଁ ପାର୍ଟି ବାବଦରେ ଫୋନ ଯୋଗ ସମସ୍ତଙ୍କୁ ବାର୍ତ୍ତା ମଧ୍ୟ ପଠା ଯାଇଛି।

କେବଳ ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ ଏଥର ସମଗ୍ର ରାଜ୍ୟରେ ପାର୍ଟିର ଆୟୋଜନ କରିଛି ସଂଗଠନ। ଏହି ପାର୍ଟିରେ ଫ୍ରି ଥଟ ପାର୍ଟି ଅଫ ଇଣ୍ଡିଆ ବାମବାଦୀ ଓ ମୁକ୍ତ ଚିନ୍ତନବାଦୀ ଆମୋଫୋଇ ମଧ୍ୟ ସାମିଲ ହୋଇ ବିରିୟାନି ଭୋଜନ କରିବେ।



ବିରିୟାନୀ ହେଉ କିମ୍ବା ନିରାମିଷ ହେଉ ଖାଦ୍ୟ ସହ ପରାଗ ଓ ଗ୍ରହଣର କୌଣସି ସମ୍ପର୍କ ନଥିଲା। ପରମ୍ପରା ନାମରେ ଏସବୁ ପ୍ରୋହୋତ୍ସନ ଚାଲିଛି ବୋଲି ଜଣେ ହେତୁବାଦୀ ମତ ରଖିଛନ୍ତି। ଅନ୍ୟପଟେ ହାଣ୍ଡିଛାଡ଼କୁ ଆମେ ଗ୍ରହଣ କରୁନାହୁଁ। ସେଦିନ ରନ୍ଧାରନ୍ଧି କରି ଭୋଜନ କରିବୁ ବୋଲି ଫ୍ରି ଥଟ ପାର୍ଟି ଅଫ ଇଣ୍ଡିଆର ସାଧାରଣ ସମ୍ପାଦକ କହିଛନ୍ତି।

ଏପଟେ ଆୟୋଜନ କଥା ଉଠୁଣୁ ଚେତାବନୀ ଦେଇଛି ଓଡିଶା ସେବାୟତ ସଙ୍ଘ। ନୀତି ନିୟମ ପରମ୍ପରାକୁ କୁଠାରଘାତ କଲେ ବରଦାସ୍ତ କରାଯିବନି ବୋଲି ସଂଘ କହିଛି। ସାରା ଓଡ଼ିଶାରେ ବିରୋଧ କରାଯିବ ବୋଲି ସଂଘ ଚେତାବନୀ ଦେଇଛି। ଆବଶ୍ୟକ ପଡ଼ିଲେ ପ୍ରଶାସନର ଦ୍ୱାରସ୍ଥ ହେବ ଓଡିଶା ମନ୍ଦିର ସେବାୟତ ସଙ୍ଘ।
Published by:Soumya Das
First published: