ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପୁଣି ଥରେ ଓଡ଼ିଶା ସୀମାରେ ଦାଦାଗିରି ଦେଖେଇଲା ଆନ୍ଧ୍ର; ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ରକୁ ସିଲ କରିଲା ପ୍ରଶାସନ

ପୁଣି ଥରେ ଓଡ଼ିଶା ସୀମାରେ ଦାଦାଗିରି ଦେଖେଇଲା ଆନ୍ଧ୍ର; ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ରକୁ ସିଲ କରିଲା ପ୍ରଶାସନ

ଦିନକୁ ଦିନ ବଢ଼ିଚାଲିଛି ଆନ୍ଧ୍ରର ଦାଦାଗିରି । ବର୍ତ୍ତମାନ ଓଡ଼ିଶା ସୀମାରେ ପଶି ଆନ୍ଧ୍ର ଏକ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରିବା ସହ ସେଠାରେ ପିଲାଙ୍କ ନାମ ମଧ୍ୟ ଲେଖାଇଛି ।

ପୁଣି ଥରେ ଓଡ଼ିଶା ସୀମାରେ ଦାଦାଗିରି ଦେଖେଇଲା ଆନ୍ଧ୍ର; ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ରକୁ ସିଲ କରିଲା ପ୍ରଶାସନ
ମାଣିକପାଟଣାରେ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଛି ଆନ୍ଧ୍ର
  • News18 Odia
  • Last Updated: September 8, 2021, 6:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗଜପତି: ଦିନକୁ ଦିନ ବଢ଼ିଚାଲିଛି ଆନ୍ଧ୍ରର ଦାଦାଗିରି । ସୀମାରେ ଅନୁପ୍ରବେଶ କରିବା ପାଇଁ ସବୁବେଳେ ପଡୋଶୀ ଆନ୍ଧ୍ର ପ୍ରୟାସ କରୁଥିବା ବେଳେ ଓଡିଶା ପକ୍ଷରୁ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନାହିଁ । ବର୍ତ୍ତମାନ ଓଡ଼ିଶା ସୀମାରେ ପଶି ଆନ୍ଧ୍ର ଏକ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରିବା ସହ ସେଠାରେ ପିଲାଙ୍କ ନାମ ମଧ୍ୟ ଲେଖାଇଛି ।

ଓଡ଼ିଶାର ଜଳ, ଜମି, ଜଙ୍ଗଲ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହିଛି । ସବୁ କିଛି ଜାଣି ଓଡ଼ିଶା ସରକାର ଚୁପ ରହିଛନ୍ତି । ଓଡ଼ିଶା ସରକାର ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ଠୋସ ପଦକ୍ଷେପ ନେଉନାହିଁନ୍ତି । କେବଳ ତାଳିପକା ନୀତି ଆପଣାଉଥିବାରୁ ସୀମାନ୍ତ ଅଞ୍ଚଳବାସୀ ବିଭିନ୍ନ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଆନ୍ଧ୍ର ସରକାର ଓଡ଼ିଶା ଗାଁ ମାଣିକପାଟଣାରେ ନିଜର ଏକ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର କରିବା ସହ ସେଠାରେ ସେହି ଅଞ୍ଚଳର ପିଲାଙ୍କ ନାମ ଲେଖାଇବା ଭଳି ଏକ ଅଭାବନୀୟ ଘଟଣା ଲୋକଲୋଚନକୁ ଆସିଛି । ଏହାକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରି ରାୟଗଡ଼ ବ୍ଲକ ପ୍ରଶାସନକୁ ଜଣାଇବା ପରେ ଗତ ଦୁଇଦିନ ତଳେ ରାୟଗଡ଼ ବିଡ଼ିଓ ଓ ତହସିଲଦାର ସେଠାରେ ପହଞ୍ଚି ସଂପୃକ୍ତ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ରକୁ ସିଲ କରିଥିଲେ। ତେବେ ଗୁରୁନାଥ ଶବର ନାମକ ଜଣେ ବ୍ୟକ୍ତି ତହସିଲଦାରଙ୍କୁ ଗାଳିଗୁଲଜ କରିବା ସହ ଧମକଚମକ ଦେବାରୁ ତାଙ୍କୁ ଗିରଫ ମଧ୍ୟ କରାଯାଇଛି ।

ଅଙ୍ଗନବାଡ଼ି କେନ୍ଦ୍ରକୁ ସିଲ କଲା ଗଜପତି ପ୍ରଶାସନ (ପ୍ରତୀକାତ୍ମକ ଛବି)


ସୀମାନ୍ତବର୍ତ୍ତୀ ଏହି ଅଞ୍ଚଳରେ ବାରମ୍ବାର ଆନ୍ଧ୍ର ଅନୁପ୍ରବେଶ କରି ନିଜର ଦାଦାଗିରି ଦେଖାଉଥିଲେ ମଧ୍ୟ ଓଡ଼ିଶା ସରକାର ଏହାର ସ୍ଥାୟୀ ସମାଧାନ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ । ଫଳରେ ଆନ୍ଧ୍ରର ଦାଦାଗିରିକୁ ବିରୋଧ କରୁଥିବା ସ୍ଥାନୀୟ ଲୋକଙ୍କୁ ସେମାନେ ଟାର୍ଗେଟ କରୁଛନ୍ତି । ଅତିଶୀଘ୍ର ଏହାର ସ୍ଥାୟୀ ସମାଧାନ ନକଲେ ଆଗାମି ଦିନରେ ଆନ୍ଧ୍ର ସରକାର ନିଜର ଦାଦାଗିରି ଦେଖାଇ ଓଡିଶା ମଧ୍ୟରେ ପ୍ରବେଶ କରିବ,” କହିଛନ୍ତି ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀ।

ସେପଟେ ଆଜି ଏହି ଗାଁକୁ ଆନ୍ଧ୍ରର ଅଧିକାରୀମାନେ ଆସୁଥିବା ଖବର ପାଇଁ ଗଜପତି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ। ଉଭୟ ରାଜ୍ୟର ଅଧିକାରୀ ସେଠାରେ ଆଲୋଚନା କରିବା ସହ ଅତିଶୀଘ୍ର ଯୁଗ୍ମ ସର୍ଭେ କରାଯିବା ପାଇଁ ନିଷ୍ପତି ହୋଇଛି । ଯଦିଓ ମାଣିକପାଟଣା ଓଡିଶାର ଓ ଏହା ଗଜପତି ଜିଲ୍ଲା ରାୟଗଡ଼ ତହସିଲ ଅଧିନରେ ରହିଥିବା ସ୍ପଷ୍ଟ, କିନ୍ତୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ସୀମାରେ ଏଭଳି ପରିସ୍ଥିତି ସୃଷ୍ଟି କରାଯାଉଛି,” କହିଛନ୍ତି ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା।

ସୀମାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ସାମାନ୍ୟ ବିବାଦ ଲାଗି ରହିଛି । ତେଣୁ ଉଭୟ ଜିଲ୍ଲାର ପ୍ରଶାସନ ଆଲୋଚନା କରୁଛନ୍ତି । କିନ୍ତୁ ଜଣେ ଆଦିବାସୀ ଯୁବକଙ୍କୁ ଗଜପତି ଜିଲ୍ଲା ପ୍ରଶାସନ ଗିରଫ କରିବା ଠିକ ହୋଇନାହିଁ । ତେଣୁ ଏହାର କାରଣ ଜାଣିବା ପାଇ ସେମାନେ ଏଠାକୁ ଆସିଥିଲେ,” କହିଛନ୍ତି ଆନ୍ଧ୍ର ଅଧିକାରୀ ଶ୍ରୀଧର ।
Published by: Soumya Das
First published: September 8, 2021, 6:50 PM IST