ଅଟକିଲା ଭାରତ ଯୋଡ ଯାତ୍ରା; ପଦ୍ମପୁର ଭୋଟ ସରିଲେ ପୁଣି ବୁଲିବେ ଶରତ

କଂଗ୍ରେସ ଶାସନକୁ ଫେରିଲେ କେନ୍ଦୁଝରରେ ଲୌହଶିଳ୍ପ ପ୍ରତିଷ୍ଠା ନିଶ୍ଚିତ: କଂଗ୍ରେସ

ପଦ୍ମପୁର ଭୋଟ ସରିଲେ ପୁଣି ବୁଲିବେ ଶରତ

ପଦ୍ମପୁର ଭୋଟ ସରିଲେ ପୁଣି ବୁଲିବେ ଶରତ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ୧୩ ଦିନ ଭାରତ ଯୋଡ ଯାତ୍ରା କରିବା ପରେ ଆଜିଠୁ ବନ୍ଦ କରାଯାଇଛି କଂଗ୍ରେସର ଯାତ୍ରା। ପଦ୍ମପୁର ଉପ ନିର୍ବାଚନ ଲାଗି ସାମୟିକ ଭାବରେ ସ୍ଥଗିତ ରଖାଯାଇଛି ଭାରତ ଯୋଡ଼ ଯାତ୍ରାକୁ। ନିର୍ବାଚନ ସରିବା ପରେ ଅର୍ଥାତ ଡିସେମ୍ବର ୫ ପରେ ଏକ ଦିନ ଧାର୍ଯ୍ୟ ହୋଇ ଏହି ଯାତ୍ରା କରାଯିବ। ସାରା ଓଡ଼ିଶାରେ ଏହି ଯାତ୍ରା ୨୨୫୦ କିମି ବୁଲିବ। ଦିନକୁ ୨୦ ଚାଲି ଚାଲି  ବୁଲୁଛନ୍ତି ଶରତ ପଟ୍ଟନାୟକ। କେନ୍ଦୁଝର ସହର ସ୍ଥିତ ଦୈଳିକ ବୈଶ୍ୟ ସମାଜ ଠାରୁ ଭାରତଯୋଡ଼ ଯାତ୍ରା- ଓଡ଼ିଶାର ୧୩ତମ ଦିନର ଯାତ୍ରା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ମିଶ୍ର ଏହି ଯାତ୍ରାର କାର୍ଯ୍ୟକ୍ରମ ସବୁ ଆୟୋଜିତ କରିଥିଲେ।

କଂଗ୍ରେସ ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଦ୍ଧିତ କରି କହିଲେ ଯେ କେନ୍ଦୁଝର ଜିଲ୍ଲା ଓଡ଼ିଶା ରାଜକୋଷକୁ ସବୁଠାରୁ ଅଧିକ ଅର୍ଥ ପ୍ରଦାନ କରୁଛି । କେବଳ ଖଣି ଏବଂ ଖଣିଜଜାତ ଦ୍ରବ୍ୟରୁ ସିଧାସଲଖ ଭାବରେ ବାର୍ଷିକ ୪୫ ହଜାର କୋଟି ଟଙ୍କାରୁ ଅଧିକ ଆୟ କରୁଛନ୍ତି । ତତ୍‌ସହିତ ଜିଲ୍ଲା ଖଣିଜ ବିକାଶ ଫଣ୍ଡରେ ପାଖାପାଖି ୧୮ ହଜାର କୋଟି ଟଙ୍କା ଗଚ୍ଛିତ ଅଛି । କିନ୍ତୁ ଏହି ଆୟରୁ ୧୦ ପ୍ରତିଶତ ମଧ୍ୟ ଏ ଜିଲ୍ଲାର ଜନସାଧାରଣଙ୍କ ବିକାଶ ପାଇଁ ଖର୍ଚ୍ଚ କରାଯାଉ ନାହିଁ । ଏ ଅଂଚଳର ଯୁବକ ରାଜ୍ୟ ବାହାରେ ପକ୍କାକାମ କରୁଛନ୍ତି ବା ଦିନ ମଜୁରିଆ ଭାବେ କାମ କରୁଛନ୍ତି । ଏ ଅଂଚଳର ଶିକ୍ଷିତ ଯୁବକ ଯୁବତୀ ମାନେ ବର୍ଷବର୍ଷ ଧରି ରୋଜଗାର ଅପେକ୍ଷାରେ । ୨୨ ବର୍ଷ ଭିତରେ ନବୀନ ସରକାର ଏ ରାଜ୍ୟର ଏକ ଶିଳ୍ପ ପ୍ରତିଷ୍ଠା କରିନାହାନ୍ତି । ଯଦିବା ଏ ଅଂଚଳରୁ ଲୁହା ପଥର ଭାରତ ବର୍ଷର ଏବଂ ଭାରତ ବାହାରେ ବିଭିନ୍ନ ପ୍ରାନ୍ତରକୁ ଯାଉଛି।

ଲୋକସେବା ଭବନରେ ବସିଥିବା ଅଧିକାରୀ ମାନେ ଜନସାଧାରଙ୍କ ପ୍ରତି ଦାୟିତ୍ୱ ଓ କର୍ତବ୍ୟକୁ ସଂପୂର୍ଣ୍ଣ ଭୁଲିଯାଇ କେବଳ ଭାରତୀୟ ଜନତା ପାଟିର ଦଳୀୟ କର୍ମଚାରୀ ଭାବରେ କାର୍ଯ୍ୟକରୁଛନ୍ତି । ଏଥିରୁ ଶୀଘ୍ର ନିବୃତ ରୁହନ୍ତୁ । କଂଗ୍ରେସ ଯଦି ରାଜ୍ୟରେ ସରକାର କରିବ କେନ୍ଦୁଝର ଜିଲ୍ଲାରେ ନିଶ୍ଚିତ ଦୁଇଟି ଲୌହ ଭିତ୍ତିକ ବଡ଼ଶିଳ୍ପ କାରଖାନା ପ୍ରତିଷ୍ଠା କରାଯିବ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଗଣେଶ୍ୱର ବେହେରା, ଭୂଜବଳ ମାଝୀ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ମନୋଜ ଜେନା, ବନ୍ଦିତା ପରିଡ଼ା, ୟାସିର ନୱାଜ, ସନତ ଦାସ, ବିଶ୍ୱଜିତ ଦାଶ, ଆଲୋକ ମିଶ୍ର, ବାଙ୍କନିଧି ବେହେରା, ମନୋରଞ୍ଜନ ରାଉତ, ମୋହନ ପରିଡ଼ା, ସଂଗିତା ସିଂ, ସଂଗ୍ରାମ ଦାସ, ଫେଲୁ ମିଶ୍ର,ମନୋଜ ସାହୁ, ମନୋଜ ବିଶ୍ୱାଳ, ଦୀପକ ମହାପାତ୍ର, ପ୍ରଭାତ ପ୍ରତାପ ସିଂ, ସଂଜୟ ତ୍ରିପାଠୀ, କୈଳାସ ସାହୁ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ବସନ୍ତ ଦାସ, ହାଡ଼ି ଖୁଂଟିଆ, ଦୀପ୍ତିରାଣୀ ପ୍ରଧାନ, ସୁଶାନ୍ତ ତ୍ରିପାଠୀ, ହଳଧର ସେଠୀ, ରଞ୍ଜିତ ପାତ୍ର, ସ୍ୱାଗତ କର, ଶୁଭମ ରାଜ, ସୁନେଶ ଧିର, ପ୍ରୀତମ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ତେଲକୋଇର ଜଗମୋହନପୁର ଠାରେ ମୋହନ ହେମ୍ବ୍ରମ ଏବଂ ପ୍ରଦୀପ ଧୀର ପ୍ରମୁଖ ବହୁ କଂଗ୍ରେସ ନେତା ସ୍ୱାଗତ ସମ୍ବଦ୍ଧନା ଦେଇଥିଲେ । ଅପରାହ୍ନରେ ପାଳଲହଡାଠାରେ ଭାରତ ଯୋଡ଼ ଯାତ୍ରା- ଓଡ଼ିଶା ପଂହଚିଥିଲା । ସମଗ୍ର ପାଳଲହଡ଼ା ସହରାଂଚଳକୁ ପରିକ୍ରମା କରାଯାଇଥିଲା । ଏଠାରେ ଥିବା ମହାତ୍ମା ଗାନ୍ଦୀ, ବିର୍ଶାମୁଣ୍ଡା, ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏଠାରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋର୍ଦ୍ଧିତ କରି କହିଥିଲେ ଯେ ବର୍ଷକୁ ମୋଦି ୨କୋଟି ଚାକିରି ଦେବା କଥା କହିଥିଲେ ଏବଂ ନବୀନ ବାବୁ ୨ଲକ୍ଷ ଚାକିରି କଥା କହିଥିଲେ । ୨୨ ବର୍ଷରେ ୪୪ ଲକ୍ଷ ଯୁବକଙ୍କୁ ରାଜ୍ୟ ସରକାର ଚାକିରି ଦେବା କଥା ଏବଂ ୧୮ କୋଟି ଯୁବକ ଭାରତ ବର୍ଷରେ ରୋଜଗାର ପାଇବା କଥା କିନ୍ତୁ ପାଇଛନ୍ତି କି? ଦରଦାମ ଆଜି ଆକାଶ ଛୁଆଁ, ଅଟା,ଗୁଡ଼, ମୁଢ଼ି, ଚୁଡ଼ା, ଛତୁଆ ଉପରେ ମଧ୍ୟ ଟ୍ୟାକ୍ସ ଲଗାଯାଇଛି । ସାଧାରଣ ଜନତା ହନ୍ତସନ୍ତ । ଚାଷୀର ଆୟ ସର୍ବନିମ୍ନ ଯୁବକମାନଙ୍କ ପାଖରେ ରୋଜଗାର ନାହିଁ କିନ୍ତୁ ମୁଖ୍ୟମନ୍ତ୍ରୀ ଏକ ନମ୍ବର ପ୍ରଧାନମନ୍ତ୍ରୀ ବିଶ୍ୱଗୁରୁ ଏହା କେବଳ ଗଣମାଧ୍ୟମରେ ସମ୍ଭବ । ପାଳଲହଡ଼ା ଠାରେ ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା ପାଳଲହଡ଼ାର ବିଧାନସଭା କଂଗ୍ରେସ ପ୍ରାର୍ଥୀ ସୁବ୍ରତ ଗଡ଼ନାୟକ ଏହି କାର୍ଯ୍ୟକ୍ରମକୁୂ ପରିଚାଳନା କରିଥିଲେ ।
Published by:Soumya Das
First published: