ଭିତରକନିକାରେ ପର୍ଯ୍ୟଟକଙ୍କୁ ଫୁଲ ମାଳ ଦେଇ ସ୍ୱାଗତ; ଉଦ୍ୟାନରେ କରାଯାଇଛି ପରିବର୍ତ୍ତନ

ତିନିମାସ ପରେ ଖୋଲିଛି ଭିତରକନିକା । ଫଳରେ ପର୍ଯ୍ୟଟକମାନେ ଭିତରକନିକା ବୁଲି ଦେଖିବା ପାଇଁ ଭିଡ଼ ଜମାଇଛନ୍ତି ।

ଭିତରକନିକାରେ ପର୍ଯ୍ୟଟକଙ୍କୁ ଫୁଲ ମାଳ ଦେଇ ସ୍ୱାଗତ; ଉଦ୍ୟାନରେ କରାଯାଇଛି ପରିବର୍ତ୍ତନ

ଭିତରକନିକାରେ ପର୍ଯ୍ୟଟକଙ୍କୁ ଫୁଲ ମାଳ ଦେଇ ସ୍ୱାଗତ; ଉଦ୍ୟାନରେ କରାଯାଇଛି ପରିବର୍ତ୍ତନ

  • Share this:
News 18 Odia Digital

କେନ୍ଦ୍ରାପଡ଼ା; ତିନିମାସ ପରେ ଖୋଲିଛି ଭିତରକନିକା । ଫଳରେ ପର୍ଯ୍ୟଟକମାନେ ଭିତରକନିକା ବୁଲି ଦେଖିବା ପାଇଁ ଭିଡ଼ ଜମାଇଛନ୍ତି । କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ତିନି ମାସ ଧରି ଭିତରକନିକା ବନ୍ଦ ରହିବା ପରେ ଆଜି ଠାରୁ ପଯ୍ୟଟକ ମାନଙ୍କ ପାଇଁ ଖୋଲା ଯାଇଛି । ପ୍ରଥମ ଦିନରେ ବନବିଭାଗ ପଯ୍ୟଟକ ମାନଙ୍କୁ ମିଠା ଖୁଆଇ ଫୁଲ ତୋଡା ଦେଇ ସ୍ୱାଗତ କରିଛି ।ପଯ୍ୟଟକ ବୋଟରେ ବୁଲିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଉଛନ୍ତି ।



ଚଳିତ ବର୍ଷ ମେ ୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା । ପ୍ରଜନନ ସମୟରେ କୁମ୍ଭୀର ମାନେ ହିଂସ୍ର ହେଉଥିବା କାରଣରୁ କର୍ତ୍ତୁପକ୍ଷ ଏହାକୁ ବନ୍ଦ କରିବାର ନିଷ୍ପତି ନେଇଥିଲେ । ଆଜି ଭିତର କନିକା ବୁଲି ଦେଖିବାପରେ ପଯ୍ୟଟକ ବେଶ ଖୁସି ଅନୁଭବ କରିଛନ୍ତି । ପ୍ରକୃତିର ମନୋରମ ଦୃଶ୍ୟ ସହ ହରିଣ ଓ ନଦୀ ପଠାରେ କୁମ୍ଭୀର ଦେଖିବାର ମଜା ନେଇଛନ୍ତି ଦୂରସ୍ଥାନରୁ ଆସିଥିବା ପର୍ଯ୍ୟଟକ । ଭିତରକନିକା ଦୀର୍ଘ ତିନି ମାସ ପରେ ଖୋଲିଥିବାରୁ ବୁଲିବା ପାଇଁ ଆସିଥିବା ପଯ୍ୟଟକ ମାନଙ୍କୁ ବନବିଭାଗ ତରଫରୁ ଡାଙ୍ଗମାଳ, ଖୋଳା ଏବଂ ଗୁପ୍ତି ପ୍ରବେଶ ପଥରେ ମିଠା ଖୁଆଇ ଫୁଲ ତୋଡା ଦେଇ ସ୍ୱାଗତ କରାଯାଇଥିଲା।



ଭିତରକନିକା ଜାତୀୟ ଉଦ୍ୟାନକୁ ଆହୁରି ଅଧିକ ଆକର୍ଷଣୀୟ କରିବା ପାଇଁ ଡାଙ୍ଗମାଳ ପ୍ରବେଶ ପଥରେ ସେଲ୍ଫି ପଏଣ୍ଟ ସହିତ ବୋଟ ଲାଇବ୍ରେରୀ ପ୍ରସ୍ତୁତ କରାଯାଇଛି । ଲାଇବ୍ରେରୀରେ ଭିତରକନିକାର ବିଭିନ୍ନ ପଶୁପକ୍ଷୀ, ଗଛଲତା ସମ୍ପର୍କିତ ବହି ସମେତ ଶିକ୍ଷଣୀୟ ବହି ରଖା ଯାଇଛି । ଛାତ୍ରଛାତ୍ରୀ ସହ ସବୁବର୍ଗର ପଯ୍ୟଟକ ଲାଇବ୍ରେରୀର ମଜା ନେଇ ପାରିବେ ।ଏହାସହ ଏକ କାଫେ ମଧ୍ୟ ଖୋଲା ଯାଇଛି । ସ୍ଥାୟୀ ମ୍ୟାନଗ୍ରୁଭ ନର୍ସରି ନିର୍ମାଣ କରାଯାଇଛି  ଅପରପକ୍ଷରେ ଭିତରକନିକା ରେ ପ୍ରବେଶ କରିବା ପାଇଁ ଗୁପ୍ତି, ଡାଙ୍ଗମାଳ, ଖୋଳା ଓ ଚାନ୍ଦବାଲି ଚାରୋଟିପ୍ରବେଶ ପଥ ରହିଥିବା ବେଳେ ରାତ୍ରିଯାପନ ପାଇଁ ଉନ୍ନତ ମାନର କଟେଜର ସୁବିଧା ରହିଛି । ପଯ୍ୟଟକ ମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଭିତରକନିକାରେ ପ୍ରବେଶ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି । ବୋଟରେ ଲାଇଫ୍ ଜ୍ୟାକେଟ ବ୍ୟବହାର କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଭିତରକନିକାର ନଦୀରେ ପଯ୍ୟଟକ ମାନେ ଭ୍ରମଣ କରିବା ପାଇଁ ୨୬ ଟି ଘରେଇ ବୋଟର ବ୍ୟବସ୍ଥା କରାଯାଇଥିବା ବେଳେ ବନବିଭାଗ ପକ୍ଷରୁ ଅତ୍ୟାଧୁନିକ ବ୍ୟାଟେରୀ ଚାଳିତ ବୋଟ ବ୍ୟବସ୍ଥା କରାଯାଇଛି । ଉଦ୍ୟାନ ଭିତରକୁ ପଲିଥିନି ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ପ୍ରଥମ ଦିନରେ ଭିତରକନିକାକୁ ଶତାଧିକ ପଯ୍ୟଟକ ଆସିଥିବା ବେଳେ ପଯ୍ୟଟକଙ୍କ ସୁବିଧା ସୁଯୋଗ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି । ଚଳିତ ବର୍ଷ ଅଧିକ ସଂଖ୍ୟକ ପଯ୍ୟଟକ ଭିତରକନିକା ଆସିବା ନେଇ ବନବିଭାଗ ଆକଳନ କରିଛି ।
Published by:Soubhagya Mishra
First published: