ବନ୍ୟା ପରେ ବଢୁଛି ଦୁର୍ଦ୍ଦଶା; ବିଗିଡୁଛି ସ୍ୱାସ୍ଥ୍ୟବସ୍ଥା

ନଦୀରୁ ପାଣି ନ କମିଲେ ତଳି ଅଞ୍ଚଳର ପାଣି ଜନ ବସତିରୁ କମି ନଥାଏ। ଫଳରେ ଦୀର୍ଘ ଦିନ ଧରି ବନ୍ୟା ପାଣି ଜମି ରହିବା ଦ୍ଵାରା ଲୋକଙ୍କ ଦୁର୍ଦ୍ଦଶା ବଢିବା ସହିତ ଲୋକ ମାନେ ବିଭିନ୍ନ କୁଣ୍ଡିଆ ରୋଗ ସହିତ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇଛନ୍ତି।

ବନ୍ଯା ପରେ ବଢ଼ୁଛି ଦୁର୍ଦ୍ଦଶା

ବନ୍ଯା ପରେ ବଢ଼ୁଛି ଦୁର୍ଦ୍ଦଶା

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ହୁଏ ପାଣି ଛାଡେ। କିନ୍ତୁ ପୁରୀ ଜିଲ୍ଲା କଣାସ ବ୍ଲକରେ ବନ୍ୟା ହେଲେ ବହୁ ବିଳମ୍ବରେ ପାଣି ଛାଡେ। ଯେହେତୁ ଦୟା, କାଣିଆ ଚିଲିକାକୁ ସଂଯୋଗ ହୋଇଛି ଓ ତଳି ଅଞ୍ଚଳର ନିଷ୍କାସିତ ଶଙ୍ଖ ନଦୀ ସହିତ ସଂଯୋଗ ସେ ଦୃଷ୍ଟିରୁ ନଦୀରୁ ପାଣି ନ କମିଲେ ତଳି ଅଞ୍ଚଳର ପାଣି ଜନ ବସତିରୁ କମି ନଥାଏ। ଫଳରେ ଦୀର୍ଘ ଦିନ ଧରି ବନ୍ୟା ପାଣି ଜମି ରହିବା ଦ୍ଵାରା ଲୋକଙ୍କ ଦୁର୍ଦ୍ଦଶା ବଢିବା ସହିତ ଲୋକ ମାନେ ବିଭିନ୍ନ କୁଣ୍ଡିଆ ରୋଗ ସହିତ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇଛନ୍ତି।

ଏହାକୁ ଦେଖି ଏମ୍ସ ପକ୍ଷରୁ ପୁରୀ ଜିଲ୍ଲା କଣାସ ସନ୍ନିକଟ ଶ୍ରୀମୁକୁନ୍ଦପୁର ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ମେଗା ସ୍ବାସ୍ଥ୍ଯ ମେଳା ହୋଇଯାଇଛି। ଏମ୍ସ ତରଫରୁ ଅନୁଷ୍ଠିତ ମେଗା ସ୍ବାସ୍ଥ୍ୟମେଳାକୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦଶକ୍ରମେ ପୁରୀ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀଙ୍କ ଅନୁମତି କ୍ରମେ କଣାସ ଗୋଷ୍ଠୀ ସ୍ବାସ୍ଥ୍ଯ ଅଧିକାରୀ, ସାହୁପଡା ପ୍ରାଥମିକ ଚିକିତ୍ସା ଅଧିକାରୀ, ସରପଞ୍ଚ ଗିତାଞଳୀ ନାଥଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟ କରାଯାଇଥିଲା। ଭୁବନେଶ୍ୱର ଏମ୍ସ ହସପିଟାଲର ଆସୋସିଏଟ୍ ପ୍ରଫେସର ଡାକ୍ତର ପ୍ରଭାସ ରଂଜନ ତ୍ରିପାଠୀଙ୍କ ନେତୃତ୍ବରେ କାର୍ଡିଓଲୋଜି ଡାକ୍ତର ଟୁଟନ ଦାଶ, ଡାକ୍ତର ଦିବ୍ୟଜ୍ୟୋତି ପଣ୍ଡା, ଡାକ୍ତର ଗାରିମା ଗୁଲାଟି, ଡାକ୍ତର ବିଦ୍ୟା କୁମାରୀ, ଡାକ୍ତର ଦେଭିନି ଲିଖିଦା ରୋଗୀମାନଙ୍କର ସ୍ବାସ୍ଥ୍ଯ ପରୀକ୍ଷା କରିଥିବା ବେଳେ ୮ ଜଣ ଡାକ୍ତରୀ ଛାତ୍ର ଏଥିରେ ସହଯୋଗ କରିଥିଲେ। ପ୍ରାୟ ୩୦୦ ରୋଗୀ ସେମାନଙ୍କ ସ୍ବାସ୍ଥ୍ଯ ପରୀକ୍ଷା କରି ମାଗଣା ମେଡିସିନ ନେଇଥିବା ବେଳେ ଗୁରୁତର ରୋଗୀମାନଙ୍କୁ ଅଧିକା ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ହସପିଟାଲ ଯିବା ପାଇଁ ପରାମର୍ଶ ଦେଇଥିଲେ।

ବକୁ ପଞ୍ଚାୟତରେ ଏମ୍ସ ଭଳି ଅଭିଞ ଡାକ୍ତରଙ୍କ ସ୍ବାସ୍ଥ୍ଯ ପରୀକ୍ଷା କରି ରୋଗୀମାନେ ଏକ ପ୍ରକାର ଖୁସି ଥିବା ଲକ୍ଷ୍ୟ କରାଯାଇଛି । ସମୁଦାୟ ୨୫ ଜଣ ଡାକ୍ତର ରୋଗୀଙ୍କ ଚିକିତ୍ସା କରିଥିଲେ। ୩୦୦ ଲୋକଙ୍କୁ ଚିକିତ୍ସା ସହିତ ମେଡିସିନ ପ୍ରଦାନ କରାଯାଇଥିଲା। ଶ୍ରୀମୁକୁନ୍ଦପୁର, ଶିରିପୁର, ରତନପୁର, ବଣୀକୁଦ , ବକୁ, ଚେମଣ୍ଟ ଆଦି ମୋଟ ଗ୍ରାମର ୩୦୦ ଲୋକ ଏହି ସ୍ବାସ୍ଥ୍ୟ କ୍ୟାମ୍ପ ରେ ଯୋଗ ଦେଇଥିଲେ। ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ , ଭୁବନେଶ୍ଵର ପକ୍ଷରୁ ଏହି ସ୍ବାସ୍ଥ୍ୟ କ୍ୟାମ୍ପ କରାଯାଇଥିଲା।

ଵକୁ ପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳି ନାଥ ଶର୍ମା ଏହାର ଆୟୋଜକ ଥିଲେ। ସ୍ଥାନୀୟ ଅଂଚଳର ଯୁବକ ଜୟନ୍ତ ଦାସ, ମୃତ୍ୟୁଞ୍ଜୟ ପ୍ରଧାନ, ପବିତ୍ର ସୁନ୍ଦରାୟ, ଶତ୍ରୁଘ୍ନ ସାହୁ, କୃଷ୍ଣଚନ୍ଦ୍ର ସାହୁ, ପ୍ରମୋଦ ବିଶୋଇ, ଜମ୍ବେଶ୍ଵର କାଣ୍ଡି, ପବିତ୍ର ସେଠୀ, ଶାମୁଏଲ ସୁନ୍ଦରାୟ, ବିଜୟ ପାଇକରାୟ, ବିଭୂତି ସାହୁ, ସରୋଜ ରାଉତ ପ୍ରମୁଖ ସ୍ଵେଚ୍ଛାସେବୀ ଭାବରେ ଗୁରୁଟପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହି ଯୁବକ ମାନେ ଲୋକଙ୍କୁ ଘରୁ ସ୍ବାସ୍ଥ୍ୟ କ୍ୟାମ୍ପକୁ ଆଣିବା ସହିତ ସେମାନଙ୍କୁ ସୁବିଧାରେ ଘରେ ପହଞ୍ଚାଇବାରେ ବଡ ଦାୟିତ୍ଵ ତୁଲାଇଥିଲେ। ବରିଷ୍ଠ ଡକ୍ଟର ପ୍ରଭାସ ରଂଜନ ତ୍ରିପାଠୀ, ଗୀତାଞ୍ଜଳି ନାଥ ଶର୍ମା ଆଦି ରିବନ କାଟି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
Published by:Soumyashree Mishra
First published: