News 18 Odia Digital
ଭୂବନେଶ୍ବର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଙ୍କିପକ୍ସକୁ ବିଶ୍ୱ ମହାମାରୀ ଭାବରେ ଘୋଷଣା କରାଯାଇଛି । କୋରୋନା ପରେ ଚିନ୍ତା ବଢ଼ାଉଛି ମଙ୍କିପକ୍ସ । ଦେଶରେ ୪ ଟି ମଙ୍କିପକ୍ସ ରୋଗୀ ଚିହ୍ନଟ ପରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦେଖାଯାଇଛି ତତ୍ପରତା । ସବୁ ମେଡ଼ିକାଲ କଲେଜରେ ଦୁଇଟି ଲେଖାଏଁ ଆଇସୋଲେସନ ରୁମ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । ୧୫ଟି ସଂସ୍ଥାକୁ ନମୁନା ପରୀକ୍ଷା କରିବାକୁ ଅନୁମତି ଦିଆଯାଇଛିା ବିଶେଷଜ୍ଞ କହିବା ଅନୁଯାୟୀ ଜ୍ୱର ସାଙ୍ଗକୁ ଦେହରେ ନାଲିନାଲି ଫଳିବା ଆରମ୍ଭ ହେଲେ ନିଜକୁ ପ୍ରଥମେ ଆଇସୋଲେସନ ରଖନ୍ତୁ ବୋଲି କହିଛନ୍ତି ।
ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦେଶରେ ୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେରଳରୁ ସର୍ବାଧିକ ୩ଜଣ ଓ ଦିଲ୍ଲୀରୁ ଜଣେ ଚିହ୍ନଟ ହୋଇଛନ୍ତି । ଇଣ୍ଟରନ୍ୟାସନଲ ବିମାନ ଚଳାଚଳ ବନ୍ଦ ରହିଛି, ତଥାପି ଦକ୍ଷିଣ ଆଫ୍ରିକା ଭଳି ସଂକ୍ରମିତ ଦେଶରୁ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି ବୋଲି କୁହା ଯାଇଛି । ସମସ୍ତ ନମୁନା ଆର ଏମଆରସି ରେ ପରୀକ୍ଷଣ ପାଇଁ ପଠାଯିବ । ଡାକ୍ତରଖାନାରେ ମଙ୍କି ପକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆମେ ଆଇସୋଲେସନ ୱାର୍ଡ ପ୍ରସ୍ତୁତ କରୁଛୁ ଦିନେ ଦୁଇ ଦିନ ଭିତରେ ସବୁ ପ୍ରସ୍ତୁତ ହେଇଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ।
ବର୍ତ୍ତମାନ ସୁଦ୍ଧା ୭୫ ଦେଶରେ ୧୬ହଜାର ରୋଗୀ ଚିହ୍ନଟ ହେଇଛନ୍ତି । କିନ୍ତୁ ମୃତ୍ୟୁ ହାର ଖୁବ କମ ରହିଛି । ବର୍ତ୍ତମାନ ସୁଦ୍ଧା ମଙ୍କିପକ୍ସରେ ମାତ୍ର ୫ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ତଥାପି ସଜାଗ ରହିବାର ଆବଶ୍ୟକତା ରହିଛି । ଲକ୍ଷଣ ଦେଖାଗଲେ ପ୍ରଥମେ ନିଜକୁ ଆଇସୋଲେସନ କରନ୍ତୁ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ରୋଗୀର ସେବା କରୁଥିବା ଲୋକ ମାସ୍କ ଓ ଗ୍ଲୋବସ ପିନ୍ଧି ସେବା କରିବାକୁ ପରାମର୍ଶ ମଧ୍ୟ କୁହାଯାଇଛି ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।