ଧାମନଗର ଉପନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା ପରେ ଚାଲିଛି ପ୍ରାର୍ଥୀ ଖୋଜା କସରତ

ବିଜେପି ପକ୍ଷରୁ ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ପୁଅ ସୁରୋଜ ସୂର୍ଯ୍ୟବଂଶୀ ପ୍ରାର୍ଥୀ ହେବା ପ୍ରାୟତଃ ସ୍ଥିର ହୋଇଥିବା ବେଳେ ବିଜେଡି ପକ୍ଷରୁ ଚାରି ଜଣ ଆଶାୟୀ ଅଛନ୍ତି । କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ନେଇ ତିନି ଜଣିଆ କମିଟି ଗଠନ କରିଛି ।

ଧାମନଗର ଉପନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା ପରେ ଚାଲିଛି ପ୍ରାର୍ଥୀ ଖୋଜା କସରତ

ଧାମନଗର ଉପନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା ପରେ ଚାଲିଛି ପ୍ରାର୍ଥୀ ଖୋଜା କସରତ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଧାମନଗର ଉପନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା ପରେ ଏବେ ଚାଲିଛି ପ୍ରାର୍ଥୀ ଖୋଜା କସରତ । ବିଜେପି ପକ୍ଷରୁ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୁରୋଜ ସୂର୍ଯ୍ୟବଂଶୀ ପ୍ରାର୍ଥୀ ହେବା ପ୍ରାୟତଃ ସ୍ଥିର ହୋଇଥିବା ବେଳେ ବିଜେଡି ପକ୍ଷରୁ ଚାରି ଜଣ ମୁଖ୍ୟତଃ ଆଶାୟୀ ଅଛନ୍ତି । କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ନେଇ ତିନି ଜଣିଆ କମିଟି ଗଠନ କରିଛି ।

ଧାମନଗର ନିର୍ବାଚନମଣ୍ଡଳୀରେ ହେବାକୁ ଯାଉଥିବା ଉପନିର୍ବାଚନ ବିଜେପି ପାଇଁ ସମ୍ମାନର ବିଷୟ ହୋଇଥିବା ବେଳେ ବିଜେଡି ପାଇଁ ସ୍ୱାଭିମାନ ଏବଂ କଂଗ୍ରେସ ପାଇଁ  ଅସ୍ତିତ୍ୱ କଥା । ଧାମନଗର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳର ଚାଲିଛି ପ୍ରାର୍ଥୀ ଖୋଜା । କିଏ ପ୍ରାର୍ଥୀ ହେଲେ ଦଳକୁ ଅଧିକ ମାଇଲେଜ ମିଳିବ ସେନେଇ ବରିଷ୍ଠ ରଣନୀତିକାର ମାନେ ଅଙ୍କ କଷା ଆରମ୍ଭ କରିଛନ୍ତି । ସବୁ ଦଳରେ ଏକାଧୀକ ଆଶାୟୀ ଥିବା ବେଳେ ବିଜେପି ପକ୍ଷରୁ ସୁରୋଜ ସୁର୍ଯ୍ୟ ବଂଶୀଙ୍କୁ ଦଳ ପ୍ରାର୍ଥୀ କରିବ । ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ହୋଇଥିବାରୁ ସୁରୋଜଙ୍କ ପ୍ରତି ନିର୍ବାଚନ ମଣ୍ଡଳୀରେ ଅଧିକ ସିମ୍ପାଥୀ ରହିଛି ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏ ଉପନିର୍ବାଚନରେ କୌଣସି ସରକାର ବନିବନି କିମ୍ବା ବଦଳିବନି । ବିଷ୍ଣୁ ସେଠି ଜଣେ ଲୋକପ୍ରିୟ ଜନନେତା । ଧାମନଗର ବାସୀ ଗତଥର ତାଙ୍କ ଉପରେ ଆଶୀର୍ବାଦ କରିଥିଲେ,ଏଥର ମଧ୍ୟ ଆଶା ରହିଛି  ବିଜେପି ପ୍ରାର୍ଥୀଙ୍କୁ ଲୋକେ ବିଶ୍ୱାସ କରିବେ । ପ୍ରାର୍ଥୀ ଚୟନ ଦଳର ନେତୃତ୍ୱ ଉପରେ ନିର୍ଭର କରେ ବୋଲି କହିଛନ୍ତି ।ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉପନିର୍ବାଚନ ପାଇଁ ବିଜେଡି ପାଗ ଭିଡ଼ିଲାଣି । ତେବେ ଉପ ନିର୍ବାଚନ ଲଢ଼ିବା ପାଇଁ ବିଜେଡି ପାଖରେ ଅନେକ ନେତା । ରାଜେନ୍ଦ୍ର ଦାସ, ମୁକ୍ତିକାନ୍ତ ମଣ୍ଡଳଙ୍କ ନାଁ ଚର୍ଚ୍ଚାରେ ରହିଛି । ଏ ଦୁଇ ନେତାଙ୍କ ବ୍ୟତୀତ ଜଣେ ଡାକ୍ତରଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି କିଏ ପ୍ରାର୍ଥୀ ହେବ ସେ ନିଷ୍ପତ୍ତି ନେବେ ଦଳର ସଭାପତି ।

କଂଗ୍ରେସ ମଧ୍ୟ ପ୍ରାର୍ଥୀ ବାଛିବା ପ୍ରକ୍ରିୟା ଆରମ୍ଭ କରିଛି l ଚର୍ଚ୍ଚାରେ ଅଛନ୍ତି ଅନନ୍ତ ସେଠୀ, ତାଙ୍କ ଝିଅ ମଧୁମିତା ସେଠୀ, ହୃଦାନନ୍ଦ ସେଠୀ, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ ପ୍ରମୁଖ ନେତା । ମଧୁମିତା ସେଠୀ ପାର୍ଥୀ ହେବା ଅଧିକ ସମ୍ଭାବନା ରହିଛି । କାରଣ ୨୦୧୯ରେ ସାଂସଦ ପ୍ରାର୍ଥୀ ହୋଇ ୨ଲକ୍ଷରୁ ଅଧିକ ଭୋଟ ପାଇଥିଲେ  l ପାର୍ଥୀ ଚୟନ ପାଇଁ ତିନି ପୂର୍ବତନ ପିସିସି ସଭାପତିଙ୍କୁ ଦାୟୀତ୍ୱ ଦିଆଯାଇଛି l ସେମାନେ ପିସିସି ସଭାପତିଙ୍କୁ ତାଲିକା ଦେବାପରେ ସେଥିମଧ୍ୟରୁ ତିନି ଜଣଙ୍କ ନାଁ ଏଆଇସିସିକୁ ଯିବ । ଏଆଇସିସି ଚୁଡ଼ାନ୍ତ କରିବ କିଏ ପ୍ରାର୍ଥୀ ହେବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ପାର୍ବଣ ପରେ ତାତିବ ରାଜନୀତି, ଆରମ୍ଭ ହୋଇଛି ବିଜେଡିର ‘ଜନସମ୍ପର୍କ’, କଂଗ୍ରେସର ‘ପରିବର୍ତ୍ତନ’ ଯାତ୍ରା ଓ ବିଜେପିର ୱାର୍ଡକୁ ‘ଶକ୍ତିକେନ୍ଦ୍ର’ ରୂପେ ଗଢ଼ିବାକୁ ଯୋଜନା । ମିଳନ ଧାମନଗର ସବୁ ଦଳ ପାଇଁ ଚ୍ୟାଲେଞ୍ଜ ।
Published by:Soubhagya Mishra
First published: