କାମୁଡ଼ିଲା ସାପ; ବିଷ ଜ୍ୱାଳାରେ ଛଟପଟ ହୋଇ ପରୀକ୍ଷା ଦେଲେ ଛାତ୍ରୀ

ବିଷଧର ସାପ କାମୁଡ଼ି ଦେଇଥିଲା । ଜିଦରେ ହଲରେ ବସି ପରୀକ୍ଷା ଦେଉଥିଲେ । କିନ୍ତୁ ପୂରା ପରୀକ୍ଷା ଶେଷ କରିପାରିଲେନି ଲିପ୍ସା ।

ହଲକୁ ଯିବା ଆଗରୁ କାମୁଡ଼ିଲା ସାପ

ହଲକୁ ଯିବା ଆଗରୁ କାମୁଡ଼ିଲା ସାପ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଆନନ୍ଦପୁର: ପରୀକ୍ଷା ଦେବାକୁ  ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଘଟିଲା ଅଘଟଣ । ଫାଇନାଲ ପରୀକ୍ଷା ଆଗରୁ ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ବିଷଧର ସାପ ଦଂଶନ କରିଛି । କିନ୍ତୁ ସବୁଠୁ ବଡ଼ କଥା ହେଉଛି ସେ ହସ୍ପିଟାଲ ଯିବା ବଦଳରେ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ। ହେଲେ ପୂରା ପରୀକ୍ଷା ଶେଷ କରିପାରିନଥିଲେ ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ ଲିପ୍ସା ରାଣୀ ସାହୁଙ୍କର ଫାଇନାଲ ପରୀକ୍ଷା ଥିଲା । ପରୀକ୍ଷାକୁ ଯିବା ପୂର୍ବରୁ ସେ ଘର ପଛ ପଟ ବାଡ଼ିରୁ ଯାଇଥିଲେ । ସେଠାରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ଏହା ପରେ ଘରକୁ ଆସି ଲିପ୍ସା ପରିବାରକୁ ସବୁ କଥା ଜଣାଇଥିଲେ ।  ସେମାନେ ତାଙ୍କୁ ମେଡିକାଲ ଯିବାକୁ କହିଥିଲେ । ବିଷର ଜାଳାରେ ଛଟପଟ ହେଉଥିଲେ ମଧ୍ଯ ପରୀକ୍ଷା ଦେବାକୁ ଜିଦ୍‌ ଧରିଥିଲେ ଲିପ୍ସା। ଏପରିକି ପରୀକ୍ଷା ନ ଦେଲେ ଗୋଟିଏ ବର୍ଷ ନଷ୍ଟ ହୋଇଯିବ ବୋଲି ପରିବାର ଲୋକଙ୍କୁ କହିଥିଲେ। ଝିଅ ଜିଦ୍‌ ଆଗରେ କିଛି ନକରିପାରି ପରିବାର ଲୋକେ ତାକୁ ପରୀକ୍ଷା ହଲ୍‌କୁ ନେଇଥିଲେ।

Full Form Of Train: 'Train'ର ଫୁଲ ଫର୍ମ କଣ? କେଉଁଠୁ ଆସିଛି ଏହି ଶବ୍ଦ


ପରୀକ୍ଷା ଆରମ୍ଭରେ  ଲିପ୍ସା ସ୍ୱାଭାବିକ ଥିଲେ । କିନ୍ତୁ ସେ ସମ୍ପୂର୍ଣ୍ଣ ପରୀକ୍ଷା ଦେଇ ପାରିନଥିଲେ। ଅଧା ପରୀକ୍ଷା ଦେଉ ଦେଉ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କୁ ଅବଜରଭେସନରେ ରଖା ଯାଇଥିବା ଡାକ୍ତର କହିଛନ୍ତି।
Published by:Soumya Das
First published: