ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ପାଇବା ପରେ ପ୍ରକୃତ ମାଲିକଙ୍କୁ ଫେରାଇ ଦେଲେ ଜଣେ ବ୍ୟକ୍ତି
News18 Odia Digital
ସମ୍ବଲପୁର: ସମ୍ବଲପୁର ସହରର ରାସ୍ତାରୁ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ପାଇବା ପରେ ପ୍ରକୃତ ମାଲିକଙ୍କୁ ଫେରାଇ ଦେଲେ ଜଣେ ବ୍ୟକ୍ତି। ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅଞ୍ଚଳରେ। ଏସଆରଆଇଟି କଲୋନୀର ତାପସ ସ୍ବାଇଁ ରାସ୍ତାରୁ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ପାଇବା ପରେ ଅଇଁଠାପାଲି ଥାନାକୁ ଯାଇ ପୋଲିସକୁ ଦେଇଥିଲେ।
ପରେ ପୋଲିସ ଉକ୍ତ ବ୍ୟାଗକୁ ପ୍ରକୃତ ମାଲିକୁ ଫେରାଇ ଦେଇଥିଲେ। ଆଜି ବି ବଞ୍ଚିଛି ମଣିଷ ପଣିଆ। ରାସ୍ତାରୁ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ପାଇବା ପରେ ପ୍ରକୃତ ମାଲିକଙ୍କ ହାତକୁ ଟେକି ଦେଲେ ସହୃଦୟ ବ୍ୟକ୍ତି।
ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଅଞ୍ଚଳରେ। ଏସଆରଆଇଟି କଲୋନୀର ରହୁଥିବା ସୌଦାମିନୀ ପତି କଲ୍ୟାଣ ନଗରରେ ରହୁଥିବା ତାଙ୍କ ଝିଅ କଳ୍ପନା ସାହୁଙ୍କୁ ସୁନା ଅଳଙ୍କାର ନେବା ପାଇଁ ଫୋନ କରିଥିଲେ। କଳ୍ପନା ଫୋନ ପାଇବାର କିଛି ସମୟ ପରେ ତାଙ୍କ ମାଆଙ୍କ ଠାରୁ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ଧରି ନିଜ ଘରକୁ ଫେରୁଥିଲେ। ସ୍କୁଟିରେ ଘରକୁ ଯିବା ବେଳେ ଅଇଁଠାପାଲି ଥାନା ଅନ୍ତର୍ଗତ ଭୀମ ଭୋଇ ପାର୍କ ନିକଟରେ ଅଳଙ୍କାର ବ୍ୟାଗଟି ଗାଡିରୁ ଖସି ପଡ଼ିଥିଲା।
ଏହି ସମୟରେ ସନ୍ଧ୍ୟା ଭ୍ରମଣରେ ଯାଉଥିବା ଏସଆରଆଇଟି କଲୋନୀର ତାପସ ସ୍ବାଇଁ ଉକ୍ତ ବ୍ୟାଗଟି ପାଇଥିଲେ। ତେବେ ମନରେ କୌଣସି ପ୍ରକାର ଲୋଭ ନକରି ତୁରନ୍ତ ଅଇଁଠାପାଲି ପୋଲିସକୁ ହସ୍ତାନ୍ତର କରିଥିଲେ।
‘‘ମୁଁ ସନ୍ଧ୍ୟା ୭ଟାରେ ରାସ୍ତାରେ ଯାଉଥିବା ବେଳେ ଏକ ବ୍ୟାଗ ପଡ଼ିଥିବାରୁ ଦେଖିଲି। ବ୍ୟାଗରେ ସୁନା ଅଳଙ୍କାର ଥିବା ଦେଖିବା ପରେ ସେହି ବ୍ୟାଗକୁ ମୁଁ ଅଇଁଠାପାଲି ଥାନାକୁ ଯାଇ ଦେଇଥିଲି।’’
ତେବେ ବହୁ ଖୋଜା ଖୋଜି କଲା ପରେ ମଧ୍ୟ ଅଳଙ୍କାର ନ ମିଳିବାରୁ କଳ୍ପନା ତାଙ୍କ ମାଆ ସୌଦାମିନୀଙ୍କ ସହ ଅଇଁଠାପାଲି ଥାନାରେ ପହଞ୍ଚିଥିଲେ। ଉପଯୁକ୍ତ ପ୍ରମାଣ ଦେବା ପରେ ପୋଲିସ ତାଙ୍କୁ ଏହି ଅଳଙ୍କାର ଫେରାଇ ଦେଇଥିଲେ। ଏହି ଅଳଙ୍କାର ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା ହେବ ବୋଲି ପୋଲିସ କହିଛି।
କଲ୍ୟାଣ ନଗରର କଳ୍ପନା ସାହୁ ସୁନା ଅଳଙ୍କାର ନେଇ ଗାଡିରେ ଯାଉଥିବା ବେଳେ ତାଙ୍କ ଅଜାଣତରେ ବ୍ୟାଗ ଗାଡିରୁ ଖସି ପଡ଼ିଥିଲା। ବ୍ୟାଗ ନ ପାଇବାରୁ ସେ ଅଇଁଠାପାଲି ଥାନକୁ ଆସି ଥିଲେ। ସେଠାରେ ସେ ଉପଯୁକ୍ତ ପ୍ରମାଣ ଦେବା ପରେ ପୋଲିସ ତାଙ୍କୁ ସୁନା ଅଳଙ୍କାର ବ୍ୟାଗ ଫେରାଇ ଥିଲା ବୋଲି ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର କହିଛନ୍ତି।
ସେପଟେ ଏହି ଘଟଣାରେ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ତାପସ ସ୍ୱାଇଁଙ୍କ ଏହି ସଚ୍ଚୋଟ ପଣିଆ ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଏକ ହଜ଼ାର ଟଙ୍କା ପୁରସ୍କାର ମଧ୍ୟ ଦେଇଛନ୍ତି।
Published by:Lipina Das
First published: