ପ୍ରେମିକାଙ୍କୁ ମିଳିଲା ନ୍ୟାୟ; ରାତିରେ ଧାରଣାରେ ବସିଲେ ସକାଳେ ଘରେ ପସିଲେ

ପ୍ରେମିକାଙ୍କୁ ମିଳିଲା ନ୍ୟାୟ; ରାତିରେ ଧାରଣାରେ ବସିଲେ ସକାଳେ ଘରେ ପସିଲେ

ପ୍ରେମିକାଙ୍କୁ ମିଳିଲା ନ୍ୟାୟ; ରାତିରେ ଧାରଣାରେ ବସିଲେ ସକାଳେ ଘରେ ପସିଲେ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଗଞ୍ଜାମ : ପୁଣିଥରେ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କୁ ସଫଳତା । ଦୀର୍ଘ ଦୁଇମାସର ଧାରଣା ପରେ ପ୍ରେମିକ ଘରକୁ ଗଲେ ପ୍ରେମିକା । ଗଞ୍ଜାମ ଜିଲ୍ଲା ତାରାସିଙ୍ଗ ଗାଁରେ ପ୍ରେମିକଙ୍କ ଘର । ନିଜର ହକ ପାଇଁ ଗତ ଦୁଇ ମାସ ଧରି ପ୍ରେମିକଙ୍କ ବାରଣ୍ଡାରେ ଧାରଣାରେ ବସିଥିଲେ ପ୍ରେମିକା । ଆଉ ତାଙ୍କୁ ସାଥ ଦେଇଥିଲେ ସମାଜସେବୀ ପ୍ରମିଳା ତ୍ରିପାଠୀ ।

ପଢନ୍ତୁ ଏହି ଖବରୂ : http://ମାଲଦା ସମୁଦ୍ର କୂଳରୁ ଧରା ହେଲା ୩୦ ହଜାର ଟଙ୍କାର ବିରଳ ମାଛ

ନିକଟରେ ପ୍ରେମିକାଙ୍କ ଦୁଇ ନଣନ୍ଦ ମଧ୍ୟ ପ୍ରେମିକାଙ୍କୁ ଠେଲାପେଲା କରୁଥିବା ଭିଡିଓ ଭାଇରାଲ୍ ହୋଇଥିଲା । ଏହାପରେ ବି ସେ ଧାରଣାରେ ବସିଥିଲେ । ପରେ ଗ୍ରାମବାସୀ, ସ୍ଥାନୀୟ ସରପଞ୍ଚ ଏବଂ ସମାଜସେବୀଙ୍କ ସହାୟତାରେ ପ୍ରେମିକଙ୍କ ଘରକୁ ପ୍ରବେଶ କରିବାରେ ସକ୍ଷମ ହୋଇଛନ୍ତି ପ୍ରେମିକା ।



ଘରକୁ ପ୍ରବେଶ କରିବା ପରେ ପରିବରର ସମସ୍ତଙ୍କଠାରୁ ଆଶୀର୍ବାଦ ନେବା ସହ ଭଗବାନଙ୍କ ମଧ୍ୟ ଆଶୀର୍ବାଦ ନେଇଥିଲେ । ଏଥିପାଇଁ ସେ ଗ୍ରାମବାସୀ ଏବଂ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Published by:Sujit Swain
First published: