News 18 Odia Digital
ନୂଆଦିଲ୍ଲୀ: ଲକ୍ଷ୍ନୌ ମେଲ ଏକ୍ସପ୍ରେସରୁ ଓଡ଼ିଶାର ସମ୍ବଲପୁରର ଡିଆରଏମ ବିନୀତ ସିଂଙ୍କ ଝିଅ ମାନଭି ସିଂଙ୍କ ଦାମିକା ଜୋତା ଚୋରି ହୋଇ ଯାଇଥିଲା। ଅନେକ ଦିନ ଧରି ଖୋଜା ଖୋଜି ପରେ ବରେଲି GRP ପୋଲିସ ଶେଷରେ ଡିଆରଏମଙ୍କ ଝିଅର ଦାମିକା ଜୋତା ପାଇଛି । ଯେଉଁ ମହିଳାଙ୍କଠାରୁ ଜୋତା ଉଦ୍ଧାର କରାଯାଇଥିଲା ସେ ପେଶାରେ ଜଣେ ଡାକ୍ତର।
ଏହି ଖବର ପଢ଼ନ୍ତୁ -
http://ନିଜ ଅସୁସ୍ଥ ପରିଜନଙ୍କୁ ୩କିମି ଠେଲାରେ ବୋହି ହସ୍ପିଟାଲ ପହଞ୍ଚାଇଲା ୬ବର୍ଷର ନିରୀହ ଶିଶୁଏହି ମାମଲାରେ ଜାନୁଆରୀ ୨ ରେ ଏକ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିଲା ଓ ଜୋତା ଖୋଜିବା ପାଇଁ ପୋଲିସ ବିଭାଗ ନିୟୋଜିତ ହୋଇଥିଲା। ଶେଷରେ, କଠିନ ପରିଶ୍ରମ ପରେ ବରେଲିର ଜିଆରପି ପୋଲିସ ଦାମିକା ଜୋତା ଖୋଜି ପାଇଛି ।
କୁହାଯାଉଛି ଯେ ଚୋରି ହୋଇଥିବା ଜୋତାର ମୂଲ୍ୟ ୧୦, ୦୦୦ ଟଙ୍କା । ବାସ୍ତବରେ, ଲକ୍ଷ୍ନୌ ମେଲ୍ ଏକ୍ସପ୍ରେସରେ ଯେଉଁଠାରେ ଡିଆରଏମଙ୍କ ଝିଅ ମାନଭି ବସିଥିଲେ ତାଙ୍କ ବର୍ଥ ନିକଟରେ ଜଣେ ମହିଳା ଯାତ୍ରୀ ବସିଥିଲେ । ମାନଭି ସନ୍ଦେହ କରିଥିଲେ ଯେ ଉକ୍ତ ମହିଳା ଯାତ୍ରୀ ତାଙ୍କ ଦାମିକା ଜୋତା ଚୋରି କରିଛନ୍ତି, ତେଣୁ ପୋଲିସ କର୍ମଚାରୀମାନେ ମହିଳାଙ୍କୁ ଖୋଜିଥିଲେ।
ଏହି ଖବର ପଢ଼ନ୍ତୁ-
http://ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି : ବିଜେପିଜିଆରପି ପୋଲିସ ମହିଳାଙ୍କୁ ପଚରାଉଚରା କରିବା ପରେ ଜୋତା ଉଦ୍ଧାର କରାଯାଇଥିଲା। ମହିଳା ଜଣକ ବୃତ୍ତିରେ ଜଣେ ଡାକ୍ତର ଓ ସେ ନିଜେ ବରେଲିରେ ଚିକିତ୍ସା ସେବା ଯୋଗାଉଛନ୍ତି। ସେ ମୂଳତଃ ଓଡ଼ିଶାର ବାସିନ୍ଦା ବୋଲି କୁହାଯାଉଛି। ଯେଉଁ ସିଟରେ ରେଳ ଅଧିକାରୀଙ୍କ ଝିଅର ଟିକେଟ୍ ପଞ୍ଜିକୃତ ହୋଇଥିଲା, ମହିଳା ଡାକ୍ତରଙ୍କ ଟିକେଟ୍ ମଧ୍ୟ ସେହି ସିଟର ସାମ୍ନାରେ ଥିଲା।
ପୋଲିସ ଅଧିକାରୀମାନେ ଏହି ଟିକେଟ୍ ଆଧାରରେ ମହିଳାଙ୍କୁ ଖୋଜିବା ଆରମ୍ଭ କରିଥିଲେ ଓ ଅନେକ ଦିନ ଖୋଜାଖୋଜି କରିବା ପରେ ପୋଲିସ ମହିଳାଙ୍କୁ ପାଇବାରେ ସଫଳ ହୋଇଥିଲା। ପଚରାଉଚରା ବେଳେ ମହିଳା ଏହା ସ୍ୱୀକାର କରି କହିଥିଲେ ଯେ, ସେ ଭୁଲରେ ଜୋତା ପିନ୍ଧି ଆସିଯାଇଥିଲେ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।